‘ଉଦୟବଟ’ ତରଫରୁ ପଦ୍ୟୋନ୍ନତି ପାଇ ବଦଳି ହୋଇଥିବା ଶ୍ରମ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବ୍ୟାସନଗର, ୦୫/୧୦(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ଯାଜପୁରରୋଡ ଠାରେ ଅବସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ୦୨ ଅଧିକାରୀ ଦେବାଶିଷ ଜେନା ଓ ସୁଶ୍ରୀ ସଂଗୀତା ସ୍ୱାଇଁ ଏବଂ ଭଦ୍ରଖରେ କାର୍ଯ୍ୟରତ ସଂଜୀତ୍ କୁମାର ଦେଓଙ୍କ ତା ୦୧.୧୦.୨୦୨୬ରେ ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ପଦ୍ୟୋନ୍ନତି ସହ ନୂତନ ସ୍ଥାନକୁ ବଦଳି ହୋଇଛି । ଶ୍ରୀ ଯୁକ୍ତ ଜେନାଙ୍କୁ ଢ଼େଙ୍କାନଳାର ଜିଲ୍ଲା ଶ୍ରମ ଅଧିକାରୀ ଭାବେ ନୂତନ ଦାୟିତ୍ୱ ମିଳିଥିବା ବେଳେ ଶ୍ରୀମତୀ ସ୍ୱାଇଁଙ୍କୁ ତାଳଚେର ଠାରେ ଅବସ୍ଥିତ କାର୍ଯ୍ୟାଳୟରେ ଜିଲ୍ଲା ଶ୍ରମ ଅଧିକାରୀଣି କାର୍ଯ୍ୟଭାର ମିଳିଛି । ସେହିପରି ଶ୍ରୀଯକ୍ତ ଦେଓଙ୍କୁ ବାଲେଶ୍ୱରର ଜିଲ୍ଲା ଶ୍ରମ ଅଧିକାରୀ ପଦଭାର ମିଳିଛି । ଶ୍ରୀଯୁକ୍ତ ଜେନା ଓ ଶ୍ରମତୀ ସ୍ୱାଇଁ ଯାଜପୁରରୋଡ ସ୍ଥିତ ଜେ.ଏଲ.ସିଙ୍କ ଦପ୍ତରରେ ଦକ୍ଷତାର ସହ କାର୍ଯ୍ୟକରୁଥିବା ବେଳେ ଶ୍ରୀଯୁକ୍ତ ଦେଓ ବହୁ ସମୟ ଧରି ଏଠାରେ ଦକ୍ଷତାର ସହ କାର୍ଯ୍ୟ କରି କିଛି ମାସ ତଳେ ଭଦ୍ରଖକୁ ବଦଳି ହୋଇଥିଲେ । ଏବେ ତାଙ୍କୁ ସରକାର ପଦ୍ୟୋନ୍ନତି ଦେଇ ବାଲେଶ୍ୱରର ଡି.ଏଲ.ଓ ଦାୟିତ୍ୱ ଦେଇଛନ୍ତି । ଗତ ୦୧ ତାରିଖରେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଦ୍ୱାରା ଜାରୀ କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ୨୪ଜଣ ଅଧିକାରୀଙ୍କ ପଦ୍ୟୋନ୍ନତି ସହ ନୂତନ ସ୍ଥାନକୁ ବଦଳି ହୋଇଥିଲା । ସେହିକ୍ରମରେ ଉପରୋକ୍ତ ୦୩ ଅଧିକାରୀଙ୍କ ତା ୦୧/୧୦ରେ ହଠାତ୍ ବଦଳି ହୋଇଥିବା ବେଳେ ସେମାନେ ତା ୦୩/୧୦ରେ ନୂତନ ସ୍ଥାନରେ ଯୋଗ ଦେଇଥିଲେ । ସେମାନଙ୍କୁ ଆଜି ସୋମବାର ଅପରାହ୍ନରେ ଯାଜପୁରରୋଡ ସ୍ଥିତ ଜେ.ଏଲ.ସିଙ୍କ କାର୍ଯ୍ୟାଳୟରେ ‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ ଏହାର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା ସହ ନୂତନ ସ୍ଥାନରେ ସୂଚାରୁ ରୂପେ ଏବଂ ଦକ୍ଷତାର କାର୍ଯ୍ୟକରିବା ପାଇଁ ଶୁଭ କାମନା କରାଯାଇଥିଲା । ଏଥିରେ ରାଜ୍ୟ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀ ତଥା ଯୁଗ୍ମ ଶ୍ରମ ଆୟୁକ୍ତ ଶିବଶଙ୍କର ମିଶ୍ର, ପ୍ରଭାଗୀୟ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ, ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ସୁଧିର କୁମାର ସାହୁ ଓ ଦୀପ୍ତିରଂଜନ ସାହୁ, ସହକାରୀ ଶ୍ରମ ଅଧିକାରୀ ଅଭିଜୀତ୍ ପ୍ରଧାନ, ସତରୂପା ସାହୁ, ଶତାଦ୍ଦୀକା ନାୟକ, ସୈାମ୍ୟସୁନ୍ଦର ରାଉତରାୟ, କର୍ମଚାରୀ ମହେଶ ଚନ୍ଦ୍ର ସୁନାନୀ, ଦେବଶ୍ରୀ ପଣ୍ଡା, ନାରାୟଣ ନନ୍ଦ, ଶ୍ରାବଣୀ ମୂର୍ମୂ, ସନ୍ତୋଷ ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ଅଧିକାରୀଣି ଉର୍ମିଳା ନାୟକ, ଶ୍ରମିକ ନେତା ପରମାନନ୍ଦ ସେଠୀ, ଅରୁଣ କୁମାର ଦାସ, ସାବିତ୍ରୀ ମହାନ୍ତ, ଅଭିମନ୍ୟୁ ବିଶ୍ୱାଳ, ସାମ୍ବାଦିକ ଶୁଭାଶିଷ ଦାସ ମହାପାତ୍ର ପ୍ରମୁଖ ଯୋଗ ଦେଇ ଅଧିକାରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close