
ବ୍ୟାସନଗର ଲେଖକ ସାମ୍ମୁଖ୍ୟ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ବ୍ୟାସନଗର, ୦୩/୧୦(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୈାର ପରିଷଦର ୧୭ନଂ. ୱାର୍ଡ଼ର ପଦ୍ମପୁର ସ୍ଥିତ କାବ୍ୟନଗର ଠାରେ ଶିକ୍ଷାବିତ୍ ତଥା ବ୍ୟାସନଗର ଲେଖକ ସାମ୍ମୁଖ୍ୟର ସଭାପତି ଡ଼ଃ. ରାଜୀବ ଲୋଚନ ରାଉତଙ୍କ ଅଧ୍ୟକ୍ଷତାରେ ଓ ବ୍ୟାସନଗର ଲେଖକ ସାମ୍ମୁଖ୍ୟ ଆନୁକୂଲ୍ୟରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଗତକାଲି ଶୁକ୍ରବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ ଶିକ୍ଷାବିତ୍ ଦିବାକର ବସ୍ତିଆ ମୁଖ୍ୟ ଅତିଥି, ଝାଡେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ବକ୍ତା ଏବଂ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଭୟ ମହାପୁରୂଷ ଜାତିର ଜନକ ମୋହନଦାସ କରମଚାନ୍ଦ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ତ୍ୟାଗପୂତ ଜୀବନ, ଦେଶପାଇଁ ବଳିଦାନ, ନୀତି ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଏଥିରେ ବ୍ୟାସନଗର ଲେଖକ ସାମ୍ମୁଖ୍ୟର ସଂପାଦକ ଧିରେନ କୁମାର ମିଶ୍ର, ବରିଷ୍ଠ ସଭ୍ୟ ବିନାୟକ ରାୟ, ଶିକ୍ଷାବିତ୍ ଅଶୋକ ଖିଲାର, ଯୁବ ସମାଜସେବୀ ପ୍ରସନ୍ନ ବାରିକ, ସୈାମ୍ୟରଂଜନ ମିଶ୍ର, ପୂଣ୍ୟାଶ୍ରୀ ଦିବ୍ୟା, ପୂର୍ବାଶୁଂ ଦିବ୍ୟଦର୍ଶି ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିନାୟକ ରାୟ, ଅଶୋକ ଖିଲାର ଓ ଦୁଷ୍ମନ୍ତ କୁମାର ରାଉତ ଗାନ୍ଧୀଙ୍କ ଉପରେ ଏବଂ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ । ଶେଷରେ ପଦ୍ମାଳୟା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।




