ରକ୍ଷା ବନ୍ଧନ ପର୍ବ ଅବସରରେ ‘ଉଦୟବଟ’ ତରଫରୁ ଦାରୁ ବ୍ରହ୍ମଙ୍କୁ ପୂଜାର୍ଚ୍ଚନା ଓ ରାକ୍ଷୀ ବନ୍ଧନ

ବ୍ୟାସନଗର,୨୭/୦୮(ଉ.ନ୍ୟୁଜ୍ ବ୍ୟୁରୋ): ସମ୍ବାଦଭିତ୍ତିକ ପତ୍ରିକା ‘ଉଦୟବଟ’ ଏବଂ ଡିଜିଟାଲ ଚ୍ୟାନେଲ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ ଆଜି ପବିତ୍ର ‘ରକ୍ଷା ବନ୍ଧନ’ ପର୍ବ ଅବସରରେ ପ୍ରତିବର୍ଷ ପରି ବୃକ୍ଷ ଦେବତାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି । ‘ଉଦୟବଟ’ ତରଫରୁ ଏହି କାର୍ଯ୍ୟକ୍ରମ ୦୨ ଦଶଦ୍ଧିରୁ ଉର୍ଦ୍ଧ ସମୟ ଧରି ଏପରି କରାଯାଇ ଆସୁଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଫୋରୋକ୍ରୋମ କଲୋନୀ ଗେଟସ୍ଥିତ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପରେ ପତ୍ରିକାର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ନିଆରେ ଢ଼ଙ୍ଗରେ ‘ରକ୍ଷାବନ୍ଧନ’ ଉତ୍ସବ ପାଳନ କରାଯାଇଥିଲା । ଏଠାରେ ଥିବା ବୃକ୍ଷ ମୂଳକୁ ସଫାକରି ପୂଜାର୍ଚ୍ଚନା କରାଯାଇ ତହିଁରେ ଫୁଲ, ଚନ୍ଦନ, ଧୂପ, ଦୀପ, ଗଂଗା ଜଳ, ହଳଦି, ଅରୁଆ ଚାଉଳ, ସିନ୍ଦୁର ଆଦି ଦେବା ପରେ ନଡିଆ ଜଳ ଦେଇ ସେଥିରେ ରାକ୍ଷୀ ବନ୍ଧାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବୟତ୍ରୀ ସୁମିତ୍ରା ମିଶ୍ର, ପ୍ରଫୁଲ୍ଲ ବାରିକ, ଯୁବ ସମାଜସେବୀ କେଦାର ନାୟକ, ଝାଡେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଯାଜପୁର ଜିଲ୍ଲା ବଜରଂଗ ଦଳ ସୁରକ୍ଷା ପ୍ରମୁଖ ସନ୍ତୋଷ କୁମାର ପତି, ଜିଲ୍ଳା ସଂଯୋଜକ ବସନ୍ତ କୁମାର ପାତ୍ର, ଗୋଲାପ ମଲ୍ଳିକ, ସନାତନ ପାତ୍ର, ବିଦ୍ୟୁତ୍‌ପ୍ରଭା ରାୟ, ଆରତୀ ବାରିକ, ନିକିତା ବାରିକ, କଳିଙ୍ଗ କେଶରୀ ରାଉତ, ଶ୍ୟାମସୁନ୍ଦର ରାଉତ ପ୍ରମୁଖ ଯୋଗଦେଇଥିଲେ । ସମସ୍ତେ ବୃକ୍ଷରାଜିର ଉପକାରିତା ଉପରେ ଉପଲବ୍‌ଧି କରିବା ସହ ଦାରୁ ବ୍ରହ୍ମଙ୍କ ଉଦ୍ଦେଶ୍ୟରେ ଆଜି ଶ୍ରେଷ୍ଠ ସମ୍ମାନ ପ୍ରଦର୍ଶନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close