
ବ୍ୟାସ ପ୍ରିଣ୍ଟ ମିଡିଆର ଅଷ୍ଟମ ବାର୍ଷିକ ଉତ୍ସବ ଆସନ୍ତା ସେପ୍ଟେମ୍ବର ୯ ରେ
ବ୍ୟାସନଗର: ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନର ଅଷ୍ଟମ ବାର୍ଷିକ ଉତ୍ସବ ଆସନ୍ତା ସେପ୍ଟେମ୍ବର ୯ ତାରିଖ ବୁଧବାର ସ୍ଥାନୀୟ ଟାଉନ ହଲ ପରିସରରେ ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ହେବ। ଏଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଘ କାର୍ଯ୍ୟାଳୟରେ ସଭାପତି ଶରତ ପଥାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। । ଉକ୍ତ ଉତ୍ସବରେ ବିଧାୟକ, ମନ୍ତ୍ରୀ ବିଶିଷ୍ଟ ସାମ୍ବାଦିକ, ସାହିତ୍ୟିକ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ। ବ୍ୟାସନଗର ସହର ତଥା,ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସାମ୍ବାଦିକ, ବୁଦ୍ଧିଜୀବୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ। ସଂଘର ବରିଷ୍ଠ ଉପଦେଷ୍ଟା ହାରାଧନ ବାନାର୍ଜୀ, ବାବୁରାମ ଜେନା, ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ, ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ, ପ୍ରଦ୍ୟୁମ୍ନ ବୋଇତାଇ, ବିଜୟ କୁମାର ସାହୁ, ଯଜ୍ଞଦତ୍ତ ତ୍ରିପାଠୀ, ଭରତ ରାଉତ, କୈଳାସ ରାଉତ, ଦେବେନ୍ଦ୍ର କୁମାର ନାୟକ, ଦୁଷ୍ମନ୍ତ କୁମାର ରାଉତ, ପ୍ରଶାନ୍ତ କୁମାର ପାତ୍ର, ସୁଦୀପ ମିଶ୍ର, ଜ୍ଞାନରଞ୍ଜନ ରାଉତ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଉକ୍ତ ଉତ୍ସବରେ ସମସ୍ତେ ଯୋଗଦେବାକୁ ନିବେଦନ କରିଥିଲେ। ଶେଷରେ ବରିଷ୍ଠ ସଭ୍ୟ ପବିତ୍ର ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।




