ପାଣିକୋଇଲି ପୂର୍ତ ବିଭାଗରେ ପୂର୍ବତନ ସହକାରୀ ଏଷ୍ଟିମେଟରଙ୍କ ଦୀର୍ଘଦିନର ଛୁଟି ପଛର ରହସ୍ୟ କ’ଣ, ତାଙ୍କ କାରସାଦି ପାଇଁ ବିଭାଗର ବଡ଼ କ୍ଷତି

ପାଣିକୋଇଲି, ୨୪/୦୮ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ରାସ୍ତା ଓ ଗୃହ ନିର୍ମାଣ ଅଥାତ୍ ପୂର୍ତ ବିଭାଗର ଡିଭିଜନ (ଚବଦ୍ଭସଳକ୍ଟସକ୍ଷସ ଜକ୍ଟବୟଗ୍ଦ ଌ ଈଙ୍କସକ୍ଷୟସଦ୍ଭଶ ଊସଙ୍ଖସଗ୍ଦସକ୍ଟଦ୍ଭ) ଅଧିନରେ ଗତ ୦୨ ବର୍ଷ ମଧ୍ୟରେ ନାହିଁ ନ ଥିବା ଦୁର୍ନୀତି ଘଟିବା ଫଳରେ ବିଭାଗର ପ୍ରଭୃତ କ୍ଷତି ସାଧନ ହୋଇଛି । ଏହା ଉପରେ ସେପରି କିଛି ଠୋସ ପଦକ୍ଷେଦ ନିଆଯାଉନି କି କେତେକ ଦୁର୍ନୀତି ଉପରେ ଏବେବି ତଦନ୍ତ ହୋଇନି । ଫଳରେ କେତେକ ପୁରୁଣା ବାବୁମାନେ ମୋଟା ଅଙ୍କର ମାଲ ଖାଇ ସଫାସୁତୁରା ହୋଇ ଆରାମରେ ବୁଲୁଥିବା ବେଳେ ଆଉ କେତେକ ପୁରୁଣା ଦୁର୍ନୀତିକୁ ଘଂଟ ଘୋଡାଇବା ପାଇଁ ଜାଣିଶୁଣି ଛୁଟିରେ ଯାଇଛନ୍ତି!
ସୂଚନାଥାଉକି, ଏହି ଡିଭିଜନର ସହକାରୀ ଏଷ୍ଟିମେଟର ଭାବେ ଗତ ୨୦୨୫-୨୬ ଆର୍ଥିକ ବର୍ଷର ଫେବୃଆରୀ ୧୦, ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ସୁବାସ ଚନ୍ଦ୍ର ତରାଇ ୧୦/୦୨/୨୦୨୬ ପରଠାରୁ କାହିଁକି ଛୁଟିରେ ଅଛନ୍ତି ତା’କୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି! ଦୀର୍ଘ ୦୬ ମାସରୁ ଅଧିକ ସମୟ ଧରି ସେ କିପରି ଓ କାହିଁକି ଛୁଟିରେ ଅଛନ୍ତି ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଛୁଟିରେ ଥାଇ ବି ସେ ଦରମା ନେଉଥିବାର କୁହାଯାଉଛି । ସେ କିଛି ଲୁଚାଇବା ପାଇଁ ଅଫିସ ଆସୁ ନାହାନ୍ତି କି ତଦନ୍ତକୁ ଏଡାଇବା ପାଇଁ ବା ଏହା ଉପରୁ ନଜର ହଟାଇବା ପାଇଁ ସେ ଆଉ ଦୀର୍ଘ ଦିନ ଛୁଟିରେ ନାହାନ୍ତି ତ ? ଅଫିସର ମଙ୍ଗୁଆଳ ଏସ.ଇ ମହାଶୟ କ’ଣ ଏ ବିଷୟରେ ଜାଣି ନାହାନ୍ତି ନା ଜାଣି ନ ଜାଣିଲା ପରି ରହିଛନ୍ତି ତା’କୁ ନେଇ ମଧ୍ୟ ସନ୍ଦେହ ଦେଖାଦେଇଛି । ପାଣିକୋଇଲି ତଥା କୋରେଇ ଅଂଚଳର ବରିଷ୍ଠ ସମାଜସେବୀ ରାମଚନ୍ଦ୍ର ବାରିକ ଅଭିଯୋଗ ଆଣିଛନ୍ତି ଯେ ଶ୍ରୀ ତରାଇ ତାଙ୍କ ୦୧ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୫୦ ଲକ୍ଷ ପାଖାପାଖି ମୁନାଫା ଅସଦ୍ ଉପାୟରେ କମାଇ ଧରାପଡିବା ଭୟରେ ଏବେ ଲୁଚିଛନ୍ତି! ୦୫ ଲକ୍ଷରୁ କମ ଟଙ୍କାର ଟେଣ୍ଡରେ ସେ କାଗଜାଦି ପାଇଁ ଜଣଙ୍କ ଠାରୁ ୧୫ ହଜାର ଟଙ୍କା ଲେଖାଏ ଉତ୍କୋଚ ନେଇ ୦୨ ହଜାର ପାଖାପାଖି ଟେଣ୍ଡରରୁ ସେ କେତେ ଟଙ୍କା କମାଇଥିବେ ସହଜରେ ଅନୁମେୟ । ୧୫ ହଜାର ଟଙ୍କାରୁ ୦୬ ହଜାର ଟଙ୍କା ସରକାରୀ ଫି ଦାଖଲ ହୁଏ ଓ ବଳକା ଯାହା ରହିଲା ସେ ଅଳ୍ପସଳ୍ପ କିଛି ଅଫିସରେ ତାଙ୍କ ସହ ସହଯୋଗରେ ଥିବା କର୍ମଚାରୀଙ୍କୁ ଦେଇ ଅବଶିଷ୍ଟ ଶ୍ରୀ ତରାଇ ଲୁଟି ନେଇଥିବା ଶ୍ରୀ ବାରିକ ଅଭିଯୋଗ କରିଛନ୍ତି । ସେ ମଧ୍ୟ ଭଦ୍ରଖରେ ଏକ ବଡ ଅଟ୍ଟାଳିକା କରିଥିବାର ଜଣାଯାଇଛି । ସେ ବିଭିନ୍ନ ନିକଟ ଦୂର ସଂର୍ପକୀୟଙ୍କ ନାମରେ ଜମି କିଣିଥିବାର ଶୁଣାଯାଉଛି! ଆଶ୍ଚର୍ଯ୍ୟର କଥା ଏହିକି, ଏହି ଡିଭିଜନରେ କାର୍ଯ୍ୟରତ ଥିବା ଏଷ୍ଟିମେଟର ମୁନୁରାମ ଟୁଡୁଙ୍କୁ ଦାୟିତ୍ୱ ନ ଦେଇ ସହକାରୀ ଏଷ୍ଟିମେଟର ଶ୍ରୀ ତରାଇଙ୍କୁ ଅଧିକ୍ଷଣ ଯନ୍ତ୍ରୀ ଦାୟିତ୍ୱ ଦେବା ପଛର ରହସ୍ୟ କ’ଣ ସ୍ପଷ୍ଟ ବାରିହେଉଛି । କାରଣ ତାଙ୍କ ଜରିଆରେ ଏସ.ଇ ଭଲ କମିଶନି ନେଇଥିବା ଶ୍ରୀ ବାରିକ ଆଶଙ୍କା ପ୍ରକାଶ କରିଛନ୍ତି । ସିନିୟରଙ୍କୁ ବସାଇ ଜୁନିୟରଙ୍କୁ ଦାୟିତ୍ୱ ଦେବା ଘଟଣା ଏସ.ଇଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଶ୍ରୀ ତରାଇଙ୍କ ଉପରୁ ନଜର ହଟାଇବା ପାଇଁ ଏକ ଯୋଜନା ବନାଇ ତାଙ୍କୁ ଦୀର୍ଘ ଦିନ ଛୁଟିରେ ରଖାଯାଇଥିବା ଚର୍ଚ୍ଚା ଯୋର ଧରିଛି । ହେଲେ ଏହି ପ୍ରସଙ୍ଗ ଉପରେ ପାଣିକୋଇଲି ପୂର୍ତ ବିଭାଗର ମୁଖ୍ୟ ତଥା ଏସ.ଇ କୋମଲ କୁମାର ସ୍ୱାଇଁଙ୍କ ନୀରବତା ଉପରେ ମଧ୍ୟ ଉଚ୍ଚ ସ୍ତରୀୟ ଏବଂ ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି ପାଣିକୋଇଲିର ସମାଜସେବୀ ଶ୍ରୀ ବାରିକ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close