
‘ଉଦୟବଟ’ ତରଫରୁ ୮୦ତମ ସ୍ୱାଧିନତା ଦିବସ ପାଳିତ
ଯାଜପୁରରୋଡ଼, ୧୫/୦୮(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ପକ୍ଷରୁ ୮୦ତମ ସ୍ୱାଧିନତା ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁରରୋଡ଼ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଠାରେ ତ୍ରିରଂଙ୍ଗାକୁ ଉତୋଳନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ଅବସରପ୍ରାପ୍ତ ଏସ.ଡି.ଏମ ବିନୋଦ ବିହାରୀ ଜେନା ମୁଖ୍ୟ ବକ୍ତା ଭାବେ, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ନୃସିଂହ ଚରଣ ବଳ, କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ଦାନଗଦି ବ୍ଲକ ଟୋଲକାନି ସ୍ଥିତ ‘ଝାଡେଶ୍ୱର ମହାବିଦ୍ୟାଳୟ’ର ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଶ୍ରମିକ ନେତା ପରମାନନ୍ଦ ସେଠୀ, ସାଇ ସେବା ସଂସ୍ଥାର ବୟୋଜ୍ୟେଷ୍ଠ କାର୍ଯ୍ୟକର୍ତ୍ତା ରାହାସ ବିହାରୀ ପଣ୍ଡିତ, ଶ୍ରମିକ ନେତା ଅରୁଣ ଦାସ, ବଜରଂଗ ଦଳ ଯାଜପୁର ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର, ବିପ୍ଳବ ଦତ୍ତ ପ୍ରମୁଖ ଯୋଗ ଦେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଖବର ପ୍ରକାଶନ ସହ ‘ଉଦୟବଟ’ ଦୀର୍ଘ ୦୩ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ବିଭିନ୍ନ ସାମାଜିକ ତଥା ଜନକଲ୍ୟାଣକାରୀ ଓ ସଚେତନତାଭିତିକ କାର୍ଯ୍ୟକ୍ରମ ଆଦି ଜାରୀ ରଖିଥିବାରୁ ଏହାର ଭୂୟସୀ ପ୍ରଂଶସା କରିଥିଲେ । ‘ଉଦୟବଟ’ର କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍ପ୍ରଭା ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘ଦୁର୍ଲ୍ଲଭ କଳା ପରିଷଦ’ର କଳାକାର ତଥା ଆଲବମ କଣ୍ଠଶିଳ୍ପୀ ହିତାଗ୍ନୀ ମିଶ୍ର ଜାତୀୟ ସଂଗୀତ ‘ବନ୍ଦେ ମାତରମ’ ଗାନ କରିଥିଲେ । ଜାତୀୟ ପତାକା ଉତୋଳନ ସମୟରେ ହିତାଗ୍ନୀ ମିଶ୍ର ଓ ରାଜ୍ୟସ୍ତରୀୟ କବୟତ୍ରୀ ସୁମିତ୍ରା ମିଶ୍ର ଦେଶାତ୍ମବୋଧକ ସଂଗୀତ ‘ଜନଗଣ ମନଗଣ….’ ଗାନ କରିଥିଲେ । ଏଥିରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ଶତୃଘ୍ନ ସାହୁ, ସନାତନ ମଲ୍ଲିକ, ପ୍ରଫୁଲ୍ଲ ବାରିକ, ରମେଶ ଦାସ, ଅନୂପ କୁମାର ଦାସ, ଅଭିମନ୍ୟୁ ବିଶ୍ୱାଳ, ପ୍ରଦୀପ ବାରିକ, ବିଜୟଲକ୍ଷ୍ମୀ ପଣ୍ଡିତ, ବୁନା ଦେଇ, ମଂଜୁଲତା ନାୟକ, ଭାରତୀ ବିଶ୍ୱାଳ, ହରଦୟାଲ ସିଂ, ଗୋଲାପ ମଲ୍ଲିକ, ଆରତୀ ବାରିକ, ମିଟି ମହାରଣା, ଇନ୍ଦୁମତି ନାୟକ, ରତିକାନ୍ତ ମହାନ୍ତି ଆଦିଙ୍କ ସହ ବହୁ ସ୍ଥାନୀୟ ଅଂଚଳର ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶେଷରେ ସମୀର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।




