
ପଟୁଣିଆର ଧର୍ମପରାୟଣ ମହିଳା ଅମ୍ବିକା ରାଉତଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ପଟୁଣିଆ,୦୪/୦୮(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତର ପଟୁଣିଆ ଗ୍ରାମର ୰ ନକୁଳ ଚରଣ ରାଉତଙ୍କ ସହଧର୍ମୀଣି ସ୍ୱର୍ଗତା ଅମ୍ବିକା ରାଉତଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଆଜି ମଂଗଳବାର ପୂର୍ବାହ୍ନରେ ପଟୁଣିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଟୁଣିଆ ପଂଚାୟତ ସମେତ ଭୁବନେଶ୍ୱର ଆଦି ସ୍ଥାନରୁ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇ ୰ ଶ୍ରୀମତୀ ରାଉତଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ତାଙ୍କର ପୁତ୍ର ତଥା ଭୁବନେଶ୍ୱର ବିଦ୍ୟୁତ୍ ବିଭାଗର ସହକାରୀ ମୁଖ୍ୟଯନ୍ତ୍ରୀ ମନୋରଂଜନ ରାଉତ ଯଥାବିଧି ମତେ ସମସ୍ତ କ୍ରିୟାକର୍ମ ସଂପନ୍ନ କରିଥିଲେ । ପରିବାର ପକ୍ଷରୁ ଯାଆ କାଂଚନ ରାଉତ, ଦୈତାରୀ ରାଉତ, ସୁନାକର ରାଉତ, ଦିଅର ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଦିଅର ତଥା ସୋର ଇଂଜିନିୟରିଂ କଲେଜର ଅଧ୍ୟକ୍ଷ ହେମନ୍ତ ରାଉତ, ବଟକୃଷ୍ଣ ରାଉତ, ଶରତ ରାଉତ, ପ୍ରଭାତ ରାଉତ, ଶ୍ରୀକାନ୍ତ କୁମାର ରାଉତ, ପଟୁଣିଆ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ତ୍ରିଲୋଚନ ରାଉତ, ପ୍ରତାପ ରାଉତ, ହୃଶିକେଶ ମହାନ୍ତି, ପଟୁଣିଆର ପଚାଂୟତ ସମିତି ସଭ୍ୟ କୁନା ସାମଲ, କାହ୍ନୁଚରଣ ସାମଲ, କାହ୍ନୁଚରଣ ରାଉତ, ସନାତନ ସାମଲ, ଅୟସକାନ୍ତ ରାଉତ, ଆର୍ଯ୍ୟସ୍ମିତ୍ ସାମନ୍ତରାୟ, ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ସାମଲ, ଝିଅ, ଜ୍ୱାଇଁ, ନାତିନାତୁଣୀ, ବହୁ ଜ୍ଞାତିକୁଟୁମ୍ବ ଆଦି ଯୋଗ ଦେଇଥିଲେ । ୰ ଶ୍ରୀ ରାଉତ ଓ ୰ ଶ୍ରୀମତୀ ରାଉତ ଭୁବନେଶ୍ୱରରେ ରହି ଅକ୍ଳାନ୍ତ ପରିଶ୍ରମ କରି ପୁଅ ମନୋରଂଜନ ଓ ୦୪ ଝିଅକୁ ଉଚ୍ଚ ଶିକ୍ଷିତ କରିବା ସହିତ ଉଚ୍ଚ ପଦପଦବୀରେ ଅବସ୍ଥାପିତ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ । ୰ ଶ୍ରୀ ରାଉତ ଭୁବନେଶ୍ୱରର ରସୁଲଗଡ଼ ସ୍ଥିତ ମାଇନର ଇରିଗେସନ ବିଭାଗରେ ଚାକିରୀ କରିଥିବା ବେଳେ ସ୍ୱର୍ଗତା ଶ୍ରୀମତୀ ରାଉତ ଜଣେ ଉତ୍ତମ ଗୃହୀଣି ଭାବେ ପିଲାମାନଙ୍କୁ ଗଢ଼ି ତୋଳିବାରେ ସଫଳ ଭୂମିକା ନିଭାଇଥିଲେ; ସେଥିପାଇଁ ସେ ଉଦାହରଣୀୟ ବୋଲି ମତପ୍ରକାଶ ପାଇଥିଲା । ବଡ ଝିଅ ମନୋରମା (ମାନି) ରାଉତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଜଣେ ଉଚ୍ଚ ଅଧିକାରୀ ଭାବେ ବାଲେଶ୍ୱରରେ କାର୍ଯ୍ୟରତ ଅଛନ୍ତି । ପୁତ୍ରବଧୂ ପୂର୍ବତନ ମନ୍ତ୍ରୀ ସିତାକାନ୍ତ ମହାପାତ୍ରଙ୍କ ସଂର୍ପକୀୟ ତଥା ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ୰ ଇନ୍ଦ୍ରମଣି ମହାପାତ୍ରଙ୍କ କନିଷ୍ଠା କନ୍ୟା ଅଟନ୍ତି । ପୁତୁରା ହୁନା ଜଣେ ଆଇନଜୀବୀ ଭାବରେ ପରିଚିତ । ତାଙ୍କର ୧ମ ଶ୍ରାଦ୍ଧ ବାର୍ଷିକ ଅବସରରେ ଉପସ୍ଥିତ ସମସ୍ତେ ୰ ଶ୍ରୀମତୀ ଅମ୍ବିକା ରାଉତଙ୍କ ମୁରବିପଣିଆ, ସ୍ନେହ ଶ୍ରଦ୍ଧା ଓ କର୍ତ୍ତବ୍ୟପରାୟଣତାକୁ ମନେପକାଇଥିଲେ । 



