ଯାଜପୁରରୋଡ ବନ ଉନ୍ନୟନ ନିଗମ ଡିଭିଜନରେ ଦୁର୍ନୀତିର ଚେର ଲମ୍ବୁଛି, ବ୍ୟବହୃତ ସିମେଂଟର ପ୍ୟାକେଟ ୯୦୦ ରୁ ୦୧ ହଜାର ଟଙ୍କା ମଧ୍ୟରେ ଦର୍ଶାଯାଇଛି

ଯାଜପୁରରୋଡ଼, ୦୩/୦୮(ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶା ବନ ଉନ୍ନୟନ ନିଗମ (ଓ.ଏଫ.ଡି.ସି) ଯାଜପୁରରୋଡ଼ ଡିଭିଜନରେ ଗତ କେଇ ମାସ ମଧ୍ୟରେ ବହୁ ଦୁର୍ନୀତି ଅନାୟସରେ ସଂଗଠିତ ହୋଇ ଡିଭିଜନକୁ ତଳକୁ ତଳକୁ ନେଇ ଚାଲିଥିବା ବେଳେ ଯେମିତିକି ଏହାକୁ ରୋକିବାକୁ କାହାରି ନିଘା ନାହିଁ । ଏଠାରେ ଘଟିଥିବା କେତେକ ଦୁର୍ନୀତି ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଦୁର୍ନୀତି ଗୋଟିକ ପରେ ଗୋଟିଏ ପଦାକୁ ଆସିବା ଫଳରେ ବିଭାଗୀୟ ଉଚ୍ଚ ପଦାଧିକାରୀ ଓ ଭିଜିଲାନ୍ସ ବିଭାଗର ଦୃଷ୍ଟି ଏହା ଉପରେ ପଡିଥିବାର କୁହାଯାଉଛି । ଗଛ ଲଗାଇବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହେରଫେର କରିଥିବା ଡି.ଏମ୍ ଓ ଏସ୍‌.ଡି.ଏମ୍ ବର୍ତମାନ ଅଫିସ ପାଚେରୀ କାମ କରି ଦୁର୍ନୀତିର ସମସ୍ତ ରେକର୍ଡ଼ ଭାଙ୍ଗିଥିବାର ଅଭିଯୋଗ ହେଉଛି । ଶୁଣାଯାଉଛି, ଯାଜପୁରରୋଡ ସ୍ଥିତ ଡିଭିଜନ କାର୍ଯ୍ୟାଳୟର ପାଚେରୀ କାମରେ ଯେଉଁ ସିମେଂଟ ଲାଗିଛି ତାହାର ପ୍ୟାକେଟ ପିଛା ଦାମ ୯୦୦ରୁ ୧୦୦୦ ଟଙ୍କା ବୋଲି କୁଆଡେ ଦର୍ଶାଯାଇଛି । ତେବେ ଏହି ସିମେଂଟ କ’ଣ ଆମେରିକାରୁ ଆସିଥିଲା କି ବୋଲି ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି! କିଛି ଦିନ ତଳେ ଏହି ଦୁର୍ନୀତି ଉପରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ପ୍ରାଚୀରର ମାପଚୂପ ଓ ବ୍ୟବହୃତ ସିମେଂଟର ବିଲ ଉପରେ ଖୋଳତାଡ ଚାଲିଥିବା ଜଣାଯାଇଛି । ଏଠାରେ ଥିବା ସେକ୍ସନ ଅଫିସର (ଏସ.ଓ) ଦେବାଶିଷ ନାୟକ ଯିଏକି ଏହି ଦୁର୍ନୀତିର ମୁଖ୍ୟ କାର୍ପଟଦାର ବୋଲି ଜଣାଯାଇଛି ସେ ଏହି ଅଫିସରେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ସମୟ ହେଲା ରହିଛନ୍ତି । ସରକାରଙ୍କ ନିୟମ ଅନୁସାରେ ଜଣେ ଅଫିସର ଗୋଟିଏ ଜାଗାରେ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରହି ପାରିବେ ନାହିଁ । କିନ୍ତୁ ଏ ବାବୁ ଜଣଙ୍କ କିପରି ୬ ବର୍ଷ ହେଲା ଏଠାରେ ଗାଦି ଜମାଇ ବସିଛନ୍ତି ? ଭୁବନେଶ୍ୱରରେ ବସିଥିବା ଏମ.ଡିଙ୍କ ପାଖରେ କ’ଣ ଏହି ତଥ୍ୟ ନାହିଁ ନା ଜାଣିଶୁଣି ଅଧିକ ଦୁର୍ନୀତି କରିବା ପାଇଁ ତାଙ୍କୁ ଏଠାରେ ରଖିଛନ୍ତି । ତେଣୁ ଏମ.ଡିଙ୍କ ଭୂମିକାକୁ ନେଇ ରାଜ୍ୟ ସରକାର, ନିଗମର ଅଧ୍ୟକ୍ଷ ଓ ଡି.ଜି ଭିଜିଲାନ୍ସ ମଧ୍ୟ ବିଧିବଦ୍ଧ ତଦନ୍ତ କଲେ ବହୁ ରହସ୍ୟର ପର୍ଦ୍ଦାଫାସ ହୋଇପାରନ୍ତା । ଏହାବ୍ୟତୀତ ଯାଜପୁରରୋଡ ଡିଭିଜନ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଭାବେ ଡ୍ରେସକୋଡ଼ ପିନ୍ଧି ଶାଳୀନତାର ସହ ଅଫିସରେ କାର୍ଯ୍ୟ କରିବା ପାଇଁ ନିୟମ ଥିଲେ ମଧ୍ୟ ପ୍ରାୟ ସମସ୍ତେ ଏହି ନିୟମକୁ ଫୁ’କରି ଉଡ଼ାଇ ଦେଇ ମନୋମୁଖୀ ଭାବେ ନିଜ ପସନ୍ଦର ଏବଂ ରଂଗ ବେରଂଗର ପୋଷାକ ପିନ୍ଧି ସବୁଦିନ ଅଫିସକୁ ଆସୁଥିବାର ପରିଲକ୍ଷିତ ହେଉଛି । ଏସ.ଡି.ଏମ ମହାଶୟାଙ୍କ ଉଦାସୀନତା ଓ ଦାୟିତ୍ୱହୀନତା ପାଇଁ ଏପରି ଘଟୁଛି ବୋଲି ଅଭିଯୋଗ ହେଉଛି । ତେଣୁ କ’ଣ ପାଇଁ ଏମାନଙ୍କ ଡ୍ରେସକୋଡ ଯୋଗାଇ ଦିଆଯାଇଛି ବୋଲି ପ୍ରଶ୍ନ ଉଠିଛି । ଉପରିସ୍ଥ ଅଧିକାରୀ ଏଥିପ୍ରତି ମଧ୍ୟ ଦୃଷ୍ଟିପାତ କରିବା ଉଚିତ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close