ମହାନଦୀରେ ପ୍ରବଳ ସ୍ରୋତ ଜାରି : କଟକ ଜିଲ୍ଲା ପାଇଁ ଆହୁରି ୪୮ ଘଣ୍ଟା ସତର୍କତା, ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସାଧାରଣଙ୍କ ପ୍ରବେଶ ନିଷିଦ୍ଧ

କଟକ, ୩୧.୦୭(ସଙ୍ଗୀତା ମହାପାତ୍ରଙ୍କ ଠାରୁ): ମହାନଦୀରେ ବନ୍ୟାଜଳର ପ୍ରବାହ ହ୍ରାସ ପାଇବା ଆରମ୍ଭ ହୋଇଥିଲେ ମଧ୍ୟ ଏହାର ଗତି ଅତ୍ୟନ୍ତ ମନ୍ଥର ଥିବାରୁ କଟକ ଜିଲ୍ଲା ପ୍ରଶାସନ ଆହୁରି ୪୮ ଘଣ୍ଟା ପାଇଁ କଡ଼ା ସତର୍କତା ଜାରି ରଖିଛି। ମୁଣ୍ଡଳୀରେ ପ୍ରତି ୩ ଘଣ୍ଟାରେ ପ୍ରାୟ ୧୦ ହଜାର କ୍ୟୁସେକ୍ ଜଳ କମୁଥିବା ବେଳେ ନଦୀରେ ସ୍ରୋତ ଏବେ ମଧ୍ୟ ଅତ୍ୟନ୍ତ ପ୍ରବଳ ରହିଛି। ଏପରି ସ୍ଥିତିରେ ହୀରାକୁଦ ଜଳଭଣ୍ଡାରର ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମୁଣ୍ଡଳୀରେ ଜଳପ୍ରବାହ ସମାନ ରହିବା କିମ୍ବା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ବନ୍ୟା ଆଶ୍ରୟସ୍ଥଳୀରେ ଥିବା ବିପନ୍ନମାନଙ୍କୁ ଖାଦ୍ୟ ଓ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ନିର୍ଦେଶ ଦେବା ସହ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ କଟକ ମହାନଗର ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସତର୍କ ଦ୍ରୁଷ୍ଟି ଦେବାକୁ କହିଛନ୍ତି। ବିପଦପ୍ରବଣ ଅଞ୍ଚଳରେ ମାଇକ ମାଧ୍ୟମରେ ପ୍ରଚାର କରାଯାଇ ସଚେତନତା ସୃଷ୍ଟି କରାଜୀବ ସହ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକର ସମସ୍ତ ନଦୀଘାଟକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ନଦୀରେ ଗାଧୋଇବା, ପହଁରିବା, ଡଙ୍ଗା ଚଳାଚଳ, ସେଲ୍‌ଫି ନେବା, ଜଳଧାର ନିକଟରେ ଠିଆ ହେବା ଏବଂ ଜିଲ୍ଲାର ସମସ୍ତ ବ୍ୟାରେଜ୍ ଅଞ୍ଚଳକୁ ଯିବା ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି।
   ସେହିପରି ବାଲିଯାତ୍ରା ତଳ ପଡ଼ିଆରେ ସାଧାରଣ ଲୋକଙ୍କ ଯାତାୟାତ, ସମାବେଶ ଓ ଭିଡ଼ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇଛି। ବ୍ୟାରେଜ୍, ସେତୁ କିମ୍ବା ନଦୀବନ୍ଧ ଉପରେ ଠିଆ ହୋଇ ବନ୍ୟାଜଳ ଦେଖିବା, ସେଲ୍‌ଫି ନେବା କିମ୍ବା ଭିଡିଓଗ୍ରାଫି କରିବା ମଧ୍ୟ କଡ଼ାକଡ଼ି ଭାବେ ନିଷିଦ୍ଧ ରହିବ। କେବଳ ଜରୁରୀକାଳୀନ ସେବା ଓ ବନ୍ୟା ପରିଚାଳନା ସହ ଜଡ଼ିତ ଅଧିକାରୀମାନେ ଏହି ଅଞ୍ଚଳକୁ ପ୍ରବେଶ କରିପାରିବେ। ନଦୀକୂଳ, ନଦୀଶଯ୍ୟା ଓ ତଳିଆ ଅଞ୍ଚଳରେ ଥିବା ସମସ୍ତ ମନ୍ଦିର ଓ ଧାର୍ମିକ ସ୍ଥାନକୁ ଭକ୍ତମାନଙ୍କ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାନଦୀ ଓ ଏହାର ଶାଖାନଦୀରେ ସମସ୍ତ ପ୍ରକାର ମାଛଧରା କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ନଦୀକୁ ନ ଯିବାକୁ କଡ଼ା ଚେତାବନୀ ଦିଆଯାଇଛି। ତଳିଆ ଓ ବନ୍ୟାପ୍ରବଣ ଗ୍ରାମର ବାସିନ୍ଦା, ଚାଷୀ ଓ ଦୁଗ୍ଧଚାଷୀମାନଙ୍କୁ ସେମାନଙ୍କର ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ଓ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଯେଉଁ ରାସ୍ତା, ପୋଲ କିମ୍ବା କଲଭର୍ଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି, ସେଠାରେ ଯାନବାହନ ଓ ପଦଚାରୀଙ୍କ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ରହିବ। ଜିଲ୍ଲା ପ୍ରଶାସନ “ଶୂନ୍ୟ ଜୀବନହାନୀ” ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ବେଳେ ସାମାନ୍ୟ ଅବହେଳାକୁ ମଧ୍ୟ ଗୁରୁତର ଭାବେ ନିଆଯିବ ବୋଲି ସତର୍କ କରାଯାଇଛି। ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ଯେ, ଏହି ଆଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୫୧ରୁ ୬୦ ସହ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close