ପାଣିକୋଇଲି ପୂର୍ତ ବିଭାଗରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ କାମ କରିବାକୁ ଅନୁମତି ଦେଉଛି କିଏ ?

ପାଣିକୋଇଲି, ୦୧/୦୮ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ପୂର୍ତ୍ତ (ରାସ୍ତା ଓ ଗୃହ ନିର୍ମାଣ) ବିଭାଗର ଡିଭିଜନ (Panikoili Roads & Building Division) କାର୍ଯ୍ୟାଳୟରେ ଗତ କିଛି ମାସ ମଧ୍ୟରେ ନାହିଁ ନ ଥିବା ଦୁର୍ନୀତି ସଂଗଠିତ ହୋଇଥିବା ବେଳେ ଏହା ଉପରେ ଲଗାମ ଲଗାଇ ବିଭାଗର ଆସ୍ଥା ବଢ଼ାଇବା ପାଇଁ ଯେପରି କାହାରି ଇଚ୍ଛା ନାହିଁ ! ଏଠାରେ ଗାଦି ମାଡି ବସି କିଛି ଦୁର୍ନୀତିଖୋର ଯନ୍ତ୍ରୀ ଓ କର୍ମଚାରୀ ଫାଇଦା ମାରି ନେଉଥିବା ବେଳେ କେତେ ଜଣ ଅବସରପ୍ରାପ୍ତ କିରାଣୀ ଓ ପିଅନ ମଧ୍ୟ ଅଫିସ ମଧ୍ୟକୁ ଧସେଇ ପଶି କାମ କରୁଥିବାର ଦେଖାଯାଉଛି, ଯାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ସେମାନଙ୍କୁ କିଏ ଏବଂ କେଉଁ ସ୍ୱାର୍ଥସାଧନ ପାଇଁ କାମ କରିବାକୁ ଅନୁମତି ଦେଉଛନ୍ତି ତା’ ଉପରେ ବିଧିବଦ୍ଧ ତଦନ୍ତ ଦାବୀ କରିଛନ୍ତି ପାଣିକୋଇଲି ଅଂଚଳର ବରିଷ୍ଠ ସମାଜସେବୀ ତଥା କୋରେଇ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ । ଅବସର ପରେ ମଧ୍ୟ ଉପରିସ୍ଥ ଯନ୍ତ୍ରୀଙ୍କୁ ହାତବାରିସୀ କରି ଓ ବିଭିନ୍ନ ବାଟରେ ଆପାୟିତ କରି ବହୁ ଠିକାଦାରଙ୍କ ଠାରୁ ବଟି ଆଦାୟ କରି ଏଭଳି କିଛି ତଥାକଥିତ ମୁଷ୍ଟିମେୟ ଓ ଲାଂଚଖୋର କିରାଣୀ ଏବଂ ପିଅନ ଏଠାରୁ ଅବସର ନେଇ ମଧ୍ୟ କାମ କରୁଥିବାର ଦେଖାଦେଉଛି । ଅବସର ପରେ ମଧ୍ୟ ସେମାନେ ଅଫିସକୁ ରୀତିମତ ଆସି ପୁରୁଣା କାମଦାମ କରିବା ସହ ଫାଇଲ (ନଥିପତ୍ର) କାମ କରି ଭଲ ଦି ପଇସା ଅନୈତିକ ଭାବେ କମାଉଥିବାର ଦେଖାଦେଉଛି । ଜନୈକ ଅବସରପ୍ରାପ୍ତ ପିଅନ ଯିଏକି ପାଣିକୋଇଲି ସେକ୍‌ସନରେ ଜେ.ଇ (କନିଷ୍ଠ ଯନ୍ତ୍ରୀ)ଙ୍କ ଅଘୋଷିତ ଦାୟିତ୍ୱ ତୁଲାଇ ମେଜରମେଂଟ ବୁକ୍ ଓ ବିଲ ଫର୍ମରେ ହିସାବପତ୍ର ଆଦି ଉଲ୍ଲେଖ କରୁଛନ୍ତି ସେ ଆଜି ଅଫିସରେ କାମ କରୁଥିବାର ଫଟୋ କ୍ୟାମେରାରେ କଏଦୀ ହୋଇଛି । କିଛି ଅବସରପ୍ରାପ୍ତ କର୍ମଚାରୀ ଜାଣିଶୁଣି କିଛି ଫାଇଲକୁ ଗାଏବ କରି ପୁଣି ଠିକାଦାର ଆଦିଙ୍କ ଠାରୁ ମୋଟା ଅଙ୍କ ପାଇବା ପରେ ଫାଇଲ ଆଣି ପୁଣି ତା’ର କାମଦାମ କରି ବିଲ ପାସ କରିଦେବାର ଲୋଭ ଦେଖାଇ ଲାଂଚ ନେଉଥିବାର ଅଭିଯୋଗ ହେଉଛି । ଏଣେ ଡିଭିଜନର ହିସାବରକ୍ଷକ (କ୍ୟାସିୟର) ଆଜକୁ ପ୍ରାୟ ୦୪ ମାସ ତଳୁ ଅବସର ନେଇଥିଲେ ମଧ୍ୟ ନିୟମିତ ଅଫିସକୁ ଆସି କାର୍ଯ୍ୟ କରୁଥିବାର ପରିଲକ୍ଷିତ ହେଉଛି । କଟକ ଏନ.ଏଚ ଡିଭିଜନରୁ ନୂଆ ଆସିଥିବା କ୍ୟାସିୟର ବାବୁଙ୍କୁ ଦାୟିତ୍ୱ ନ ଦେଇ ଏହି ଅବସରପ୍ରାପ୍ତ ବାବୁ ଜଣଙ୍କ ଗାଦି ନ ଛାଡିବା ପଛରେ କିଏ ରହିଛନ୍ତି ତା’ର ପର୍ଦ୍ଦାଫାସ ହେବାକୁ ଶ୍ରୀ ବାରିକ ଦାବୀ କରିଛନ୍ତି । ପୁରୁଣା କ୍ୟାସିୟର ଲୋକନାଥ ସ୍ୱାଇଁଙ୍କ ବେଳେ ଟେଣ୍ଡର ପ୍ରକ୍ରିୟାରେ ହୋଇଥିବା ମନି ରିସିପ୍ଟ ଏବଂ ଟ୍ରେଜେରୀ ଚାଲାଣରେ ଆଦିରେ ତାଳମେଳ ନ ଥିବାରୁ ବହୁ ଠିକାଦାର ସେମାନଙ୍କର ପୁରୁଣା ବିଲ ପାଇବାରେ ସମସ୍ୟା ଭୋଗୁଥିବା ବେଳେ ଆଉ କିଛି ଠିକାଦାରଙ୍କ ଟେଣ୍ଡର ବାତିଲ ହୋଇଯାଇଥିବାର ଅଭିଯୋଗ ହେଉଛି । ଏଭଳି ବହୁ ସଂଗୀନ ଅଭିଯୋଗ ପାଇଁ ପାଣିକୋଇଲି ଭଳି ଏକ ପ୍ରମୁଖ ଏବଂ ବୃହତ୍ ପୂର୍ତ୍ତ ବିଭାଗର ଡିଭିଜନ କାର୍ଯ୍ୟାଳୟଟି ଏବେ ଅନେକ କ୍ଷେତ୍ରରେ ଦିଗହରା ହୋଇଯାଇଥିବାର ଶ୍ରୀ ବାରିକ ଅଭିଯୋଗ କରିଛନ୍ତି । ଏମ.ବି (ମେଜରମେଂଟ ବୁକ୍‌)ରେ ଉଲ୍ଲେଖ ଥିବା ଅବସରପ୍ରାପ୍ତ ପିଅନଙ୍କ ହସ୍ତାକ୍ଷର ଏବଂ ଅବସରପ୍ରାପ୍ତ କ୍ୟାସିୟର ଲୋକନାଥ ସ୍ୱାଇଁଙ୍କ ଭୂମିକା ଉପରେ ଭିଜିଲାନ୍ସ ବିଭାଗ କିମ୍ବା ବିଭାଗୀୟ ଉଚ୍ଚ ପଦାଧିକାରୀ ତର୍ଜ୍ଜମା କଲେ ପାଣିକୋଇଲି ପୂର୍ତ୍ତ ବିଭାଗର ବହୁ ଗୁମର ଫିଟନ୍ତା ବୋଲି ଆଶଙ୍କା କରିଛନ୍ତି ଶ୍ରୀ ବାରିକ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close