ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କଳିଙ୍ଗନଗର,(ଉ. ନ୍ୟୁଜ୍ ବ୍ୟୁରୋ)ଜୁନ୍ ୨୧: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍) ପକ୍ଷରୁ ରବିବାର ଦିନ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସେମାନଙ୍କ ନିଜ ନିଜର ଟାଉନସିପ୍‌ଗୁଡ଼ିକରେ ସ୍ୱତନ୍ତ୍ର ଯୋଗ ଶିବିର ଆୟୋଜନ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ କମ୍ୟୁନିଟି ଏକତାକୁ ପ୍ରୋତ୍ସାହିତ କରିବା । ଟାଟା ଷ୍ଟିଲ୍ କଳିଙ୍ଗନଗରର କଳିଙ୍ଗନଗର ଟାଉନସିପ୍ ଭିତରେ ଥିବା ସାର୍ ଦୋରାବଜୀ ଟାଟା ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ୱେଲନେସ୍ କମିଟି ପକ୍ଷରୁ ଏକ ଉତ୍ସାହଜନକ ପ୍ରାତଃକାଳୀନ ଯୋଗ ଶିବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ବର୍ଗ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରି ଏକାଠି ବିଭିନ୍ନ ଯୋଗାସନ ଏବଂ ପ୍ରାଣାୟାମର ଅଭ୍ୟାସ କରିଥିଲେ । ସେହିପରି, କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଏକ ସୁସ୍ଥ ଜୀବନଶୈଳୀକୁ ଆପଣେଇବା ପାଇଁ ‘ନୀଳାଚଳ ଇସ୍ପାତ ନିଗମ’ ଟାଉନସିପ୍‌ରେ ମଧ୍ୟ ଏକ ଯୋଗ ଶିବିରର ଆୟୋଜନ କରାଯାଇଥିଲା । ଏହି ଦୁଇଟି କାର୍ଯ୍ୟକ୍ରମ ନିଜର କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତାକୁ ସୁଦୃଢ଼ କରିବା ପାଇଁ ସଂସ୍ଥା ଦ୍ୱୟର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close