
ମାହାଙ୍ଗା ପ୍ରେସ କ୍ଲବ ସଭାପତି ଦୀପକ ସାହୁଙ୍କ ଅକାଳ ବିୟୋଗ
କଟକ,(ଉ. ନ୍ୟୁଜ୍ ବ୍ୟୁରୋ): କଟକ ଜିଲ୍ଲା ମାହାଙ୍ଗା ବ୍ଲକର ସମ୍ବାଦ ପ୍ରତିନିଧି ତଥା ମାହାଙ୍ଗା ପ୍ରେସ କ୍ଲବର ସଭାପତି ଯୁବ ସାମ୍ବାଦିକ ଦୀପକ କୁମାର ସାହୁ (୪୫ ବର୍ଷ)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ୧୮ ତାରିଖ ଭୋର ୫ଟା ସମୟରେ ଅକାଳ ବିୟୋଗ ଘଟିଛି । ସେ କିଛିଦିନ ତଳେ ଲିଭର୍ ଜନିତ ରୋଗରେ ଅସୁସ୍ଥ ହୋଇ ଟାଙ୍ଗୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପୂର୍ବାହ୍ନରେ ତାଙ୍କ ପାର୍ଥିବ ଶରୀରକୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଅଣାଯାଇ ନିଜ ଗ୍ରାମ ପଣସପୁର ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ମାହାଙ୍ଗା ବ୍ଲକ କାର୍ୟ୍ୟାଳୟ ନିକଟସ୍ଥ କେନାଲ ବନ୍ଧ ଠାରେ ବ୍ଲକ କଂଗ୍ରେସ ସଭାପତି ଆଡଭୋକେଟ ଦୀପକ କୁମାର ମହାନ୍ତି, ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ , ଅଶୋକ ଦାସ , ବିଜୟ ଜେନା , ପ୍ରଦ୍ୟୁମ୍ନ ବାରିକ , ରମେଶ ସାହୁ, ଇଲେଭେନ ଷ୍ଟାର କ୍ଲବ ସଭାପତି ଆଲୋକ ବାରିକ, ପ୍ୟାରୀମୋହନ ଯୁବ ପରିଷଦର ସଭାପତି ଅଜୟ ମହାନ୍ତି ପ୍ରମୁଖ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ଗ୍ରାମରେ ମରଶରୀର ପହଞ୍ଚିବା ପରେ ଶତାଧିକ ମହିଳା ଓ ପୁରୁଷ ମାନଙ୍କ ଗହଣରେ ସେଠାରେ ଏକ ଭବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ସାମ୍ବାଦିକ ପ୍ରଦୀପ୍ତ ପୃଷ୍ଟି , ବେବର୍ତ୍ତା ଅଜୟ ବଲ୍ଲଭ ଦାସ , ପ୍ରଶାନ୍ତ ମିଶ୍ର , ଉମାକାନ୍ତ ଜେନା , ଉମାକାନ୍ତ ଜେନା , ମନୋଜ ଆଚାର୍ୟ୍ୟ , ଗୋବିନ୍ଦ ମହାନ୍ତି, ଶାରଦା ମହାନ୍ତି, କୁଳମଣି ବାରିକ , କଂଗ୍ରେସ ନେତା ମସୁଦ୍ ଅଲ୍ଲୀ, ରାଇ ଚରଣ ସାହୁ , ପ୍ରତାପ ପୃଷ୍ଟି , ବରି ବ୍ଲକ ସମାଜ ସାମ୍ବାଦିକ ପ୍ରତାପ ଦାସ, କଂଗ୍ରେସ ନେତା ଅଜୟ ସାମଲ , ନିରଞ୍ଜନ ଜେନା, ପୂର୍ବତନ ସରପଂଚ ବିଳାସ ଚନ୍ଦ୍ର ବାରିକ, ବସନ୍ତ ସାହୁ, ଅମରେନ୍ଦ୍ର ସିଂହ, ତୁଷାରଜ୍ୟୋତି ନାୟକ, ବସନ୍ତ ସାମଲ, ଅଜୟ ସିଂହ, ପ୍ରମୁଖ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ତାଙ୍କର ଏକମାତ୍ର ପୁଅ ସାଗର ସାହୁ(୮ବର୍ଷ) ମୁଖାଗ୍ନୀ ଦେଇଥିଲେ । ଶେଷ କୃତ୍ୟ ବେଳେ ବଡ ଭାଇ ବରିଷ୍ଠ ସାମ୍ବାଦିକ ଭକ୍ତ ଚରଣ ସାହୁ, ଅନ୍ୟ ଦୁଇ ଭାଇ ପ୍ରମୋଦ ଓ ରଜତଙ୍କ ସମେତ ପୁତୁରା, ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ ମାନେ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସାମ୍ବାଦିକ ଦୀପକ କୁମାର ସାହୁଙ୍କ ପରଲୋକରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା, କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ଡକ୍ଟର ଗୋବିନ୍ଦ ଭୂୟାଁ, ବି.ଜେ.ପି ନେତା ଅନ୍ନଦା ସିଂହ, ସମୀର ସାମଲ, ଅମୂଲ୍ୟ ନାଏକ, ପ୍ରଭାତ ମିଶ୍ର, ସୁମନ୍ତ ଘଡାଇଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।




