ପାଣିକୋଇଲି ପୂର୍ତ ବିଭାଗରେ ଚାଲିଥିବା ଦୁର୍ନୀତିର ଚେର ରାଜ୍ୟସ୍ତରକୁ ଲମ୍ବିଛି

ପାଣିକୋଇଲି, ୧୮/୦୬ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ପୂର୍ତ ବିଭାଗର ରାସ୍ତା ଓ ଗୃହ ନିର୍ମାଣ ଅଥାତ୍ ପୂର୍ତ ବିଭାଗର ଡିଭିଜନ (Panikoili Roads & Building Division) କାର୍ଯ୍ୟାଳୟରେ କିଛି ଦିନ ମଧ୍ୟରେ ନାହିଁ ନ ଥିବା ଦୁର୍ନୀତି ସଂଗଠିତ ହୋଇଥିବା ବେଳେ ଏହା ଉପରେ ଗଣମାଧ୍ୟମରେ ଚର୍ଚ୍ଚା ବି ହେଉଛି । ରାଜ୍ୟର ବିଭାଗୀୟ ବହୁ ଉଚ୍ଚ ଯନ୍ତ୍ରୀ ଏବଂ ଉପରିସ୍ଥ ଅଧିକାରୀମାନେ ଏ ବାବଦରେ ଅବଗତ ଥିଲେ ହେଁ କିଛି ଠୋସ ପଦକ୍ଷେଦ ନେଇ ଦୁର୍ନୀତି ରୋକିବାକୁ ଆଗଭର ହେଉ ନ ଥିବାରୁ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ପାଣିକୋଇଲି ରାସ୍ତା ଓ ଗୃହ ନିର୍ମାଣ ଅଥାତ୍ ପୂର୍ତ ବିଭାଗର ଡିଭିଜନକୁ କିଛି ଲାଂଚଖୋର ଉପରିସ୍ଥ ଅଧିକାରୀ ସୁନା ଅଣ୍ଡା ଦିଆ କୁକୁଡା ବୋଲି ଧରିନେଇଛନ୍ତି । ଭୁବନେଶ୍ୱର, କଟକରେ ବସି ମାସିକିଆ ପଣି ପାଇଯାଉଛନ୍ତି । ଆଉ ଏଠାକାର କିଛି ଯନ୍ତ୍ରୀ ସେମାନଙ୍କୁ କଟକ, ଭୁବନେଶ୍ୱର ଘର/ସରକାରୀ ବାସଭବନରେ ଭେଟି ବଟି ଦେବା ସହ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଉପହାର ଆଦି ଦେଇଆସୁଛନ୍ତି । କୁହାଯାଉଛି ଏହି ଡିଭିଜନରେ ଯାହା କାମ ହେଉଛି ସେଥିପାଇଁ କୁଆଡେ ୨୫ % ପି.ସି ଆଦାୟ ହେଉଛି; ସେଥିରୁ ୦୫% ଉପରିସ୍ଥ ଅଧିକାରୀଙ୍କ ପକେଟକୁ ଯାଉଛି! ତେଣୁ ସେମାନେ ଏଠାକାର ଦୁର୍ନୀତିଖୋର ଯନ୍ତ୍ର/ଅଧିକାରୀଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି । ଆଉ ୨୦% ପି.ସିକୁ ଏଠାକାର ଯନ୍ତ୍ରୀ, ଅଧିକାରୀ, ନେତା ଆଦି ମିଶି ଚଳୁ କରୁଛନ୍ତି । ତେଣୁ କାର୍ଯ୍ୟକ୍ଷେତ୍ରରେ କିଭଳି କାମ ହେବ ତାହା ସହଜରେ ଅନୁମେୟ । ଏପରି ଧାରାରେ ପରିବର୍ତନ ଆଣିବାକୁ ପାଣିକୋଇଲି ଅଂଚଳର ବରିଷ୍ଠ ସମାଜସେବୀ ତଥା କୋରେଇ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ ଆଶଙ୍କା ପ୍ରକାଶ କରିଛନ୍ତି । ବର୍ଷରେ ଏହି ଡିଭିଜନରେ ଶହ ଶହ କୋଟି ଟଙ୍କା କାମ ହେଉଥିବା ବେଳେ କେତେ ଟଙ୍କା ପି.ସି ବାବଦରେ ଯାଉଛି ଏବଂ ସରକାରୀ ଅର୍ଥର ମୋଟା ଭାଗ କିପରି ଦୂରୁପଯୋଗ ହେଉଛି ତା’ ଉପରେ ଚର୍ଚ୍ଚା ହେଉଛି । ଏହି ଡିଭିଜନରେ ଅନେକ ସଂଖ୍ୟକ ଗୁପ୍ତ ଟେଣ୍ଡର କରାଯାଇ ମୋଟା ପରିମାଣର ଟଙ୍କା ତୋଷାରପାତ କରାଯାଇଥିବା ଅଭିଯୋଗ ହୋଇଛି । ଭିଜିଲାନ୍ସ ବିଭାଗ ଏବଂ ସ୍ପେସିୟାଲ ଅଡିଟ୍ ନ ହେଲେ ଏହି ଡିଭିଜନରେ ହୋଇଥିବା ବ୍ୟାପକ ହରିଲୁଟର ପଦ୍ଦାଫାସ ହୋଇପାରିବ ନାହିଁ ବୋଲି ପାଣିକୋଇଲି ଅଂଚଳର ବରିଷ୍ଠ ସମାଜସେବୀ ତଥା କୋରେଇ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ ଆଶଙ୍କା ପ୍ରକାଶ କରିଛନ୍ତି । ପି-୦୧ ଟେଣ୍ଡର ପକ୍ରିୟାର ସ୍ୱଚ୍ଛତା ପାଇଁ ସ୍ପେସିୟାଲ ଅଡିଟ୍‌ର ଆବଶ୍ୟକତା ରହିଛି ବୋଲି ଶ୍ରୀ ବାରିକ ଦାବୀ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close