ଇ.ପି.ଏସ ୯୫ ଲାଗୁ ପାଇଁ ଇ.ପି.ଏସ ଜାତୀୟ ଆନ୍ଦୋଳନ କମିଟିର କୁଆଖିଆ ଠାରେ ବୈଠକ

କୁଆଖିଆ, ୧୬/୦୬ (ଉ.ନ୍ୟୁଜ୍ ବ୍ୟୁରୋ): ଆଜି ତା ୧୬/୦୬/୨୦୨୬ରିଖ ମଂଗଳବାର ଯାଜପୁର ଜିଲ୍ଲା କୁଆଖିଆସ୍ଥିତ ତାରିଣୀ ମନ୍ଦିର ପରିସରରେ ନିଖିଳ ଉତ୍କଳ ଇ.ପି.ଏଫ ପେନସନ ଆସୋସିଏସନ (ନ୍ୟାସନାଲ କମିଟି ସହ ସଂଯୋଗ)ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକଟି ସାଧାରଣ ସଂପାଦକ ବିଶ୍ୱନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗଠନର ଉପଦେଷ୍ଟା ପିତାମ୍ବର ମହାନ୍ତି ଏବଂ ଅନ୍ୟାନ କର୍ମକର୍ତ୍ତା, ସଦସ୍ୟମାନେ ଉପସ୍ଥିତ ରହିବା ସହିତ ଉଦ୍‌ବୋଧନ ଦେଇଥିଲେ । ସଂଗଠନର ଶତାଧିକ କର୍ମୀ ଏଥିରେ ଭାଗ ନେଇ ପରିସ୍ଥିତି ଉପରେ ଅବଗତ ହୋଇଥିଲେ । ସଭାପତି ତାଙ୍କ ଅବିଭାଷଣରେ ସର୍ବନିମ୍ନ ମାସିକ ପେନସନ ୦୧ ହଜାର ଟଙ୍କାରୁ ୦୯ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବୀ କରିବା ସହିତ ମହଙ୍ଗା ଭତ୍ତା ଓ ଆୟୁଷ୍ମାନ ଯୋଜନାକୁ ପ୍ରଦାନ ନ କରିବା ଯାଏ ଏହି ଆନ୍ଦୋଳନ ବଳବତ୍ତର ରହିବ ବୋଲି ଚେତାବନୀ ଦେଇଥିଲେ । ଏହି ବୈଠକରେ ଓଡ଼ିଶା ଶାଖା (National Agitation Committee, NAC)ର ସଂଯୋଜକ କଣ୍ଡୁରି ଚରଣ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଯାଜପୁର ଜିଲ୍ଲା କମିଟି ସଭ୍ୟବୃନ୍ଦ ସର୍ବଶ୍ରୀ ସୁରେଶ ଚନ୍ଦ୍ର ମହାନ୍ତି, କାହ୍ନୁଚରଣ ନାୟକ, ଅକ୍ଷୟ କୁମାର ନାୟକ, ବଂଶୀଧର ସାହୁ, ସୁବାସ ଚନ୍ଦ୍ର ସାମଲ, ସୁଦର୍ଶନ ଦାଶ, ସୁନିଲ କୁମାର ସାମଲ, ରାମଚନ୍ଦ୍ର ବେହେରା, ସଦାଶିବ ଦାସ, ରାଜକିଶୋର ଦାସ, ନୃସିଂହ ଚରଣ ସାହୁ, କାର୍ତ୍ତିକ ରାୟ, ଅଶ୍ୱିନୀ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close