ରାଜ୍ୟସ୍ତରୀୟ ଚିନ୍ତନ ଶିବିର ୨୦୨୬ ରାଜ୍ୟପାଳଙ୍କ ଦ୍ୱାରା ଉଦଘାଟିତ, ଯୁବପିଢ଼ିଙ୍କ ମଧ୍ୟରେ ଚରିତ୍ର, ନେତୃତ୍ୱ, ଅନୁଶାସନ ଏବଂ ସାମାଜିକ ଦାୟିତ୍ୱବୋଧ ଗଢ଼ିବାର ଏକ ଶକ୍ତିଶାଳୀ ମାଧ୍ୟମ ହେଉଛି କ୍ରୀଡା: ରାଜ୍ୟପାଳ

ଭୁବନେଶ୍ୱର,(ସଙ୍ଗୀତା ମହାପାତ୍ରଙ୍କ ଠାରୁ)୬ ଜୁନ୍ ୨୦୨୬: କ୍ରୀଡ଼ା କେବଳ ଉଚ୍ଚ ପ୍ରଦର୍ଶନର ଏକ ମାଧ୍ୟମ ନୁହେଁ, ବରଂ ଯୁବପିଢ଼ି ମଧ୍ୟରେ ଚରିତ୍ର, ନେତୃତ୍ୱ, ଅନୁଶାସନ ଏବଂ ସାମାଜିକ ଦାୟିତ୍ୱବୋଧ ଗଢ଼ିବାର ଏକ ଶକ୍ତିଶାଳୀ ମାଧ୍ୟମ ହେବା ଉଚିତ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି କହିଛନ୍ତି ଓ ଶନିବାର ଦିନ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ଚିନ୍ତନ ଶିବିର ୨୦୨୬ କୁ ଉଦଘାଟନ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି ଓ ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ତୃଣମୂଳସ୍ତରରେ କ୍ରୀଡାକୁ ସୁଦୃଢ଼ କରିବା, ଯୁବ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ଯୁବ ଖେଳାଳିମାନଙ୍କ ପାଇଁ ସେମାନଙ୍କର ପୂର୍ଣ୍ଣ ସମ୍ଭାବନାକୁ ସାକାର କରିବା ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ନିମନ୍ତେ କ୍ରୀଡା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରିବା ନିତାନ୍ତ ଆବଶ୍ୟକ । ଏହି ଚିନ୍ତନ ଶିବିରକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଚିନ୍ତନ ଶିବିର କେବଳ ଏକ ଅନୁଷ୍ଠାନ ନୁହେଁ। ଏହା ଅଭିଜ୍ଞତା, ବିଶେଷଜ୍ଞତା ଏବଂ ନୂତନ ଚିନ୍ତାଧାରାକୁ ଏକତ୍ରିତ କରି ପ୍ରତିଷ୍ଠାନଗୁଡ଼ିକୁ ମଜବୁତ କରିବା ଏବଂ ନିରନ୍ତର ଉନ୍ନତି ସାଧନ କରିବାର ଏକ ମାଧ୍ୟମ । ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ତାଙ୍କ ଟିମ୍‌କୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ରାଜ୍ୟପାଳ ଅଭିନନ୍ଦନ ଜଣାଇଛନ୍ତି। ନୀତି ନିର୍ମାତା, କ୍ରୀଡ଼ା ପ୍ରଶାସକ, କ୍ରୀଡ଼ାବିଦ୍, ଶିଳ୍ପପତି, କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ ଏବଂ ବିଦ୍ୱାନ୍‌ମାନଙ୍କ ଅଂଶଗ୍ରହଣ ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ସମ୍ମିଳିତ ପ୍ରତିବଦ୍ଧତାର ପ୍ରତୀକ ବୋଲି ରାଜ୍ୟପାଳ ବର୍ଣ୍ଣନା କରିଥିଲେ । ନବସୃଜନ ଏବଂ ନିରନ୍ତର ଉନ୍ନତିର ଗୁରୁତ୍ୱ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ଉତ୍କର୍ଷତା କେବେ ଏକ ଗନ୍ତବ୍ୟସ୍ଥଳ ନୁହେଁ ବରଂ ଏକ ନିରନ୍ତର ଯାତ୍ରା । ପ୍ରକୃତ ସଫଳତା ସେମାନଙ୍କର ଯେଉଁମାନେ ନିରନ୍ତର ଭଲ ଉପାୟ ଅବଲମ୍ବନ କରନ୍ତି । ଅଭିଜ୍ଞତାରୁ ଶିଖିଲେ, ତ୍ରୁଟିଗୁଡ଼ିକୁ ଦୂର କଲେ ଏବଂ ନୂତନ ଚିନ୍ତାଧାରା ଗ୍ରହଣ କଲେ ଉନ୍ନତି ହୁଏ ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ ଓ କ୍ରୀଡା କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ପ୍ରଶଂସା କରି ରାଜ୍ୟପାଳ କହିଥିଲେ ଯେ ରାଜ୍ୟ ଭିତ୍ତିଭୂମିରେ ନିରନ୍ତର ନିବେଶ, ତୃଣମୂଳସ୍ତରର ପ୍ରତିଭା ବିକାଶ ଏବଂ ପ୍ରମୁଖ ଜାତୀୟ ଏବଂ ଅନ୍ତର୍ଜାତୀୟ ଇଭେଣ୍ଟଗୁଡ଼ିକର ସଫଳ ଆୟୋଜନ ମାଧ୍ୟମରେ ଓଡିଶା ଏକ ଅଗ୍ରଣୀ କ୍ରୀଡା ଗନ୍ତବ୍ୟସ୍ଥଳ ଭାବରେ ଉଭା ହୋଇଛି । ଚିନ୍ତନ ଶିବିରର ଆଲୋଚନା ଓଡ଼ିଶାର କ୍ରୀଡ଼ା ଓ ଯୁବ ବିକାଶ କ୍ଷେତ୍ରରେ ମୂଲ୍ୟବାନ ପରାମର୍ଶ ଓ ସୁପାରିଶ ପ୍ରଦାନ କରିବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର-ତଥା‌-ଶାସନ ସଚିବ ଭୂପେନ୍ଦ୍ର ସିଂହ ପୂନିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଓ୍ୱାର୍ଲ୍ଡ୍ ଆଥଲେଟିକ୍ସର ଉପାଧ୍ୟକ୍ଷ ଆଦିଲ୍ଲେ ସୁମାରିୱାଲା, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ୍ ତିର୍କୀ, ସ୍ୱିମିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ଜେନେରାଲ୍ ସେକ୍ରେଟାରୀ ମୋନାଲ୍ ଚୋକ୍ସି ଏବଂ ପଦ୍ମଶ୍ରୀ ଦୀପା ମଲିକ ପ୍ରମୁଖ ମଞ୍ଚାସୀନ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close