
CHCDS ଯୋଜନାରେ କଟକ ଜିଲ୍ଲାର ଟେରାକୋଟା ହସ୍ତଶିଳ୍ପ କାରିଗରଙ୍କୁ ଆଧୁନିକ ଯନ୍ତ୍ରପାତି ବଣ୍ଟନ
କଟକ,(ସଙ୍ଗୀତା ମହାପାତ୍ରଙ୍କ ଠାରୁ)୨୭/୦୫: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡିଶା ସରକାରଙ୍କ ଅଧୀନସ୍ଥ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ, କଟକ ତରଫରୁ କମ୍ପେହେନ୍ସିଭ ହାଣ୍ଡିକ୍ରାଫ୍ଟସ କ୍ଲଷ୍ଟର ଡେଭଲପମେଣ୍ଟ ସ୍କିମ (CHCDS) ଯୋଜନା ଅନ୍ତର୍ଗତ କଟକ ଜିଲ୍ଲାର ବିଭିନ୍ନ ବ୍ଲକ ର ଟେରାକୋଟା ହସ୍ତଶିଳ୍ପ କାରିଗରମାନଙ୍କ ଉନ୍ନତି ଓ ଆର୍ଥିକ ସଶକ୍ତିକରଣ ଉଦ୍ଦେଶ୍ୟରେ ନିଶ୍ଚିତକୋଇଲି ବ୍ଲକର ଗଡ଼ମା ଠାରେ ଏକ ଆଧୁନିକ ଯନ୍ତ୍ରପାତି ବଣ୍ଟନ କାର୍ଯ୍ୟାଳୟ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଟେରାକୋଟା କାରିଗରମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି, ଉତ୍ପାଦିତ ସାମଗ୍ରୀର ଗୁଣାତ୍ମକ ମାନ ସୁଦୃଢ଼ କରିବା ସହ ଆଧୁନିକ ପ୍ରଯୁକ୍ତି ସହ ସମନ୍ୱୟ ସୃଷ୍ଟି କରିବା ଲକ୍ଷ୍ୟରେ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା । ଏହା ଦ୍ୱାରା କାରିଗରମାନେ ନିଜ ଉତ୍ପାଦନକୁ ଅଧିକ ସୁନିୟୋଜିତ ଓ ବଜାର ଉପଯୋଗୀ କରିପାରିବେ ବୋଲି ଆଶା ପ୍ରକାଶ ପାଇଛି । ଏହି କାର୍ଯ୍ୟାଳୟ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ, କଟକର ସହକାରୀ ନିର୍ଦେଶକ (ହସ୍ତଶିଳ୍ପ) ଶ୍ରୀ ସୁଶାନ୍ତ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ, କଟକର ହସ୍ତଶିଳ୍ପ ବିକାଶ ଅଧିକାରୀ ଶ୍ରୀ ମାନସ ରଞ୍ଜନ ସେଠୀ, ଶ୍ରୀମତୀ ଦୀପ୍ତିମୟୀ ପ୍ରଧାନ ଓ ସୁଶ୍ରୀ ସ୍ୱାଗତିକା ନାୟକଙ୍କ ସମେତ ଡିସି, ହ୍ୟାଣ୍ଡିକ୍ରାଫ୍ଟସ୍, ଭୁବନେଶ୍ୱରର ହସ୍ତଶିଳ୍ପ ବିକାଶ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟାଳୟରେ ସହଯୋଗ କରିଥିଲେ । ଉପସ୍ଥିତ କାରିଗରମାନେ ସରକାରଙ୍କ ଏହି ଲୋକାଭିମୁଖୀ ପଦକ୍ଷେପକୁ ସ୍ୱାଗତ କରିବା ସହ ଏହା ତାଙ୍କର କାର୍ଯ୍ୟଦକ୍ଷତା, ଉତ୍ପାଦନ ମାନ ଓ ଆୟ ବୃଦ୍ଧିରେ ଦୂରଗାମୀ ପ୍ରଭାବ ପକାଇବ ବୋଲି ମତ ପ୍ରକାଶ କରିଥିଲେ ।


Live Share Market


