ବ୍ୟାସନଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୈାମ୍ୟରଞ୍ଜନ ସ୍ୱାଇଁ ବିଜ୍ଞାନରେ ଟପ୍ପର

ବ୍ୟାସନଗର, ୨୫/୦୫(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ସୈାମ୍ୟ ରଞ୍ଜନ ସ୍ୱାଇଁ ଚଳିତ ଯୁକ୍ତ ୨ ବିଜ୍ଞାନରେ ଶତକଡ଼ା ୯୫% ଅର୍ଥାତ ୬୦୦ରୁ ମୋଟ ୫୭୦ ନମ୍ବର ରଖି ଟପ୍ପର ହୋଇଛନ୍ତି । ସେ ବ୍ୟାସନଗର ପୈାର ପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ ୧୨ ତଥା ନହକା ଗ୍ରାମ ନିବାସୀ ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁଶ୍ରୀମତୀ ଲୋପାମୁଦ୍ରା ସ୍ୱାଇଁଙ୍କର ଜ୍ୟେଷ୍ଠ ପୁତ୍ର ତଥା ଯାଜପୁର ଜିଲ୍ଲାର ବରିଷ୍ଠ ମୋହରୀର ସ୍ୱର୍ଗତ ବଳରାମ ସ୍ୱାଇଁଙ୍କର ନାତି ଅଟନ୍ତି । ତାଙ୍କ ସଫଳତାରେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଗ୍ରାମବାସୀ, ବନ୍ଧୁବର୍ଗ ଓ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ତାଙ୍କ ପ୍ରତି ସଫଳତାର ଶୁଭେଚ୍ଛା ଜଣାଇଛନ୍ତି । ସେ ଭବିଷ୍ୟତରେ ଜଣେ ଆଦର୍ଶ ଶିକ୍ଷକ କିମ୍ବା ପ୍ରଶାସକ ହେବାପାଇଁ ଲକ୍ଷ୍ୟ ରଖିଛନ୍ତି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close