ସ୍ବର୍ଗତ ପ୍ରତିଭା ମହାନ୍ତିଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧା ସୁମନ ଅର୍ପଣ ଉଦ୍ଦେଶ୍ୟରେ …….

କଟକ ନଗର, ଧବଳ ଟଗର
ଶୋଡଷୀ ସୁନ୍ଦରୀ ମାନ
(ଯଜ୍ଞପୁର) ଯାଜପୁର ବୋହୂ ସାଜିଲେ ପ୍ରତିଭା
ଶଶୀଭୂଷଣ ଅଙ୍ଗନ।
ଦାମ୍ପତ୍ୟ ଜୀବନ ସୁଖମୟ ଥିଲା
ଛ’ଅ ସନ୍ତାନଙ୍କ ସହ
ହସଖୁସିରେ ଯେ କଟୁଥିଲା ଦିନ
ପ୍ରେମ ସମର୍ପଣ ସହ।
ଅଦିନ ଝଡଟା ପୋଛି ଦେଇ ଗଲା
ସଧବା ମଥା ସିନ୍ଦୂର
ଅଣ୍ଟା ଭିଡି ମାନ ଧରିଲା ସ ଜୋରେ
ମଙ୍ଗ ତା ପରିବାରର।
ଦଶ ବରଷର ବଡ଼ପୁଅ ଥିଲା
ସାନ ଝିଅ ତିନିମାସ
ତିନି ପୁତ୍ର ତିନି କନ୍ୟା ରତନଙ୍କୁ
ପାଳିଲେ ଧରି ସାହସ।
ସତେଇଶ ବର୍ଷ ବୟସରେ ମାନ
ବିଧବା ଯେ ହୋଇଥିଲେ
ଅଠେଇଶ ବର୍ଷେ ନିର୍ବାଚନ ଜିତି
କାଉନସିଲର ହେଲେ।
ଘର କୁ ସଜାଡି ମହୀୟସୀ ନାରୀ
ସମାଜ ସେବାରେ ରତ
ରାଜନୀତି ରଣାଙ୍ଗନେ ଠିଆ ହୋଇ
ଜିଣିଲେ ଲୋକଙ୍କ ମତ ।
ପ୍ରଥମ ମହିଳା ପାରିଷଦ ରୂପେ
ହୋଇଥିଲେ କାର୍ଯ୍ୟରତ
ନାରୀ ସଶକ୍ତିକରଣ ନିମନ୍ତେ
ହୋଇଥିଲେ ସେ ଦୀକ୍ଷିତ।
ସମାଜ ସେବାରେ ସାଜି କର୍ଣ୍ଣଧାର
ଆଗରେ ମଶାଲ ଧରି
ନାରୀ ସମାଜକୁ ଜାଗରିତ କଲେ
ତାଙ୍କ ସହ କିଏ ସରି।
ନାରୀ ସ୍ବାଧିନତା ନାରୀର ସମ୍ମାନ
ନାରୀ ଅଧିକାର କଥା
ଶିଖାଇ ଦେଲେ ସେ ନାରୀ ମହଲରେ
ଉଚ୍ଚ କଲେ ନାରୀ ମଥା।
ସୁଗୃହିଣୀ ଥିଲେ ନାରୀ ନେତ୍ରୀ ରୂପେ
ନାରୀ ଅଧିକାର ପାଇଁ
ଆଲୋକ ବର୍ତ୍ତିକା ଜାଳି ଦେଇ ଗଲେ
ନାରୀ ଶକ୍ତିକୁ ଜଗାଇ ।
ପ୍ରତିଭା ମହାନ୍ତି କିମ୍ବଦନ୍ତୀ ସାଜି
ବିରଜା ମାଟିରେ ଆସି
ନାରୀ ଜନମକୁ ସାର୍ଥକ କରିଲେ
ପ୍ରତିଭା ତାଙ୍କ ବିକଶି।
ଅଷ୍ଟାଦଶ ତମ ଶ୍ରାଦ୍ଧ ଦିବସରେ
ତୁମ ସନ୍ନିଧିରେ ମିଳି
ଘେନିବ ହେ ଦେବୀ ଅର୍ପଣ କରୁଛୁ
ଭକ୍ତିପୂତ ଶ୍ରଦ୍ଧାଂଜଳି।

-ଅଧ୍ୟାପିକା ପୁଷ୍ପଲତା ଜେନା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close