ପ୍ୟାରୀମୋହନ ଆଚାର‌୍ୟ୍ୟଙ୍କ ଅଣନାତି ସନତ ଆଚାର୍ଯ୍ୟଙ୍କ ହୃଦଘାତରେ ପରଲୋକ, ବିଭିନ୍ନ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ, ପୁରୀ ସ୍ଵର୍ଗଦ୍ଵାର ଠାରେ ଶେଷକୃତ୍ୟ ସଂପନ୍ନ

କଟକ / ନିଶ୍ଚିନ୍ତକୋଇଲି,(ଅଜୟ ମହାନ୍ତିଙ୍କ ଠାରୁ)୨୧/୫: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣପୁର ଗ୍ରାମପଞ୍ଚାୟତ ପଶୁଲୁଣ୍ଡା ଗ୍ରାମ ବଙ୍ଗାଳୀ ସାହିର ବିଶିଷ୍ଟ ବ୍ୟକ୍ତି ସନତ ଆଚାର୍ଯ୍ୟଙ୍କ (ବୁଧବାର) ରାତି ୨ଟା ୪୫ ମିନିଟରେ ହୃଦଘାତରେ ପରଲୋକ ଘଟିଛି । ସ୍ବର୍ଗତ ସନତ ଆଚାର୍ଯ୍ୟ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ଓ ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଅଣନାତି ବୋଲି ଜଣାପଡିଛି । ଯୁବାବସ୍ଥାରେ ସେ ଜଣେ ଦକ୍ଷ ଭଲି ବଲ ଖେଳାଳି ଭାବରେ ବେଶ୍ ସୁନାମ ଅର୍ଜନ କରିଥିଲେ । ଚାକିରି କାଳର ଶେଷ ସମୟରେ ସେ ଭୁବନେଶ୍ୱର କୋର୍ଟରେ ପେସ୍କାର ଭାବରେ ଅବସର ଗ୍ରହଣ କରିଥିଲେ । ଜଗନ୍ନାଥ ଧାମ ପୁରୀରେ ଦୀର୍ଘ ବର୍ଷର ରହଣି ସମୟରେ ସେ ବହୁ ଅଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ସେବା ଯୋଗାଇଥିବା ବେଳେ ଗ୍ରାମ ସହ ମଧ୍ୟ ସମ ସମ୍ପର୍କ ସ୍ଥାପନ କରି ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ଦିବ୍ୟଜୀବନ ସଂଘ ପଶୁଲୁଣ୍ଡା ଶାଖାର ଉପସଭାପତି, ମା ଜାଗୁଳାଇ ମେଳଣ କମିଟିର ଉପସଭାପତି, ପ୍ୟାରୀମୋହନ ଯୁବ ପରିଷଦର ଉପଦେଷ୍ଟା, ଶିବାନନ୍ଦ ଶାନ୍ତି ସଦନ ଚାିଁୟାପାଳର ବରିଷ୍ଠ ସଭ୍ୟ ଭାବରେ କାର୍ଯ୍ୟକରି ବେଶ୍ ସୁନାମ ଅର୍ଜନ କରିଥିଲେ । ଏଥିସହିତ ଚନ୍ଦ୍ରଶେଖର ମହାଦେବ ମନ୍ଦିର, ଦୁର୍ଗା ଓ ଜାଗୁଳାଇ ମନ୍ଦିର ଆଦିରେ ଦୈନ୍ୟଦିନ ଭାବରେ ଅତି ସୁନ୍ଦର ଭାବରେ ପୂଜାର୍ଚ୍ଚନା କରିବା ସହ ଭାଗବତ ସପ୍ତାହ ପରାୟଣ, ହରିବଂଶ ପଠନ, ରାମଚରିତ ମାନସ ତଥା ଅନ୍ୟାନ୍ୟ ପୂଜାପାଠ ଆଦିରେ ସେ ନିପୂଣ ଥାଇ ସ୍ଥାନୀୟ ଅଞ୍ଚଳରେ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ । ନିଜ ଘରେ ପ୍ରତିଷ୍ଠିତ ରଘୁନାଥଜୀଉଙ୍କର ଦୈନନ୍ଦିନ ସେବା ସହ ଦୋଳ ଉତ୍ସବ ବେଳେ ଠାକୁରଙ୍କ ବିମାନ ଯାତ୍ରା ଅତି ସୁଚାରୁ ରୂପେ ତାଙ୍କ ଦ୍ଵାରା ପରିଚାଳିତ ହୋଇଥାଏ । ସକାଳେ ତାଙ୍କର ପାର୍ଥିବ ଶରୀରକୁ ପୁରୀ ସ୍ଵର୍ଗଦ୍ଵାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ନିଜ ପୈତୃକ ଘରୁ ଅତ୍ୟନ୍ତ ଶୋକାକୁଳ ପରିବେଶ ମଧ୍ୟରେ ହରିନାମ କୀର୍ତ୍ତନ ସହ ଶବ ଶୋଭାଯାତ୍ରା ବାହାରିବା ସମୟରେ ଶତାଧିକ ଗ୍ରାମବାସୀ ତାଙ୍କୁ ଶେଷ ଥର ପାଇଁ ପ୍ରଣାମ କରି ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବୋହୂ ଶୁକ୍ଳା ଚକ୍ରବର୍ତ୍ତୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ଶୋଭାଯାତ୍ରା ପରେ ପରେ ରାସ୍ତାରେ ଗୋବର ପାଣି ସିଞ୍ଚନ କରିଥିବାବେଳେ ଏକମାତ୍ର ପୁତ୍ର ଦେବବ୍ରତ ଆଚାର୍ଯ୍ୟ ସ୍ଵର୍ଗଦ୍ଵାର ଠାରେ ଶେଷକୃତ୍ୟ ସମ୍ପନ୍ନ ଅବସରରେ ମୁଖଗ୍ନି ଦେଇଥିଲେ । ଏହି ସମୟରେ ତାଙ୍କର ବଡ଼ ଝିଅ ପ୍ରଣତୀ ଚକ୍ରବର୍ତ୍ତୀ, ସାନ ଝିଅ ଶାଶ୍ଵତୀ ଆଚାର୍ଯ୍ୟ, ବଡ଼ ଜ୍ବାଇଁ ବିଜୟାନନ୍ଦ ଚକ୍ରବର୍ତ୍ତୀ, ସାନ ଜ୍ବାଇଁ ମନୋରଞ୍ଜନ ଚକ୍ରବର୍ତ୍ତୀ, ନାତି କ୍ଷୀତିଶ ଆଚାର୍ଯ୍ୟ, ବିବେକାନନ୍ଦ ଚକ୍ରବର୍ତ୍ତୀ, ଆନନ୍ଦ ଚକ୍ରବର୍ତ୍ତୀଙ୍କ ସମେତ ଭଉଣୀ, ଭିଣୋଇ, ବନ୍ଧୁ ବାନ୍ଧବ ଓ ଗ୍ରାମବାସୀ ମାନେ ସ୍ଵର୍ଗଦ୍ଵାର ରେ ଉପସ୍ଥିତ ଥାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କର ଦେହାନ୍ତ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ବୈକୁଣ୍ଠ ପ୍ରାପ୍ତି କାମନା କରିଛନ୍ତି । ଶୋକ ପ୍ରକାଶ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଦିବ୍ୟଜିବନ ସଂଘର ବୟୋଜ୍ୟେଷ୍ଠ ସାଧୁ ସ୍ବାମୀ ଶିବ ଚିଦାନନ୍ଦ ସରସ୍ବତୀ, ସ୍ବାମୀ କ୍ରୀଷ୍ଣାଭକ୍ତାନନ୍ଦ ସରସ୍ଵତୀ, ସ୍ବାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ଵତୀ, ଦିବ୍ୟ ଜୀବନସଂଘ ପଶୁଲୁଣ୍ଡା ଶାଖାର ସଭାପତି ଗୋପୀନାଥ ମହାନ୍ତି, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଶିବାନନ୍ଦ ଶାନ୍ତି ସଦନ, ଚାୟାପାଳର ବ୍ରହ୍ମଚାରୀ ଚିତ୍ତରଞ୍ଜନ କର, ମକରେନ୍ଦ୍ର ସାହୁ, ବ୍ଲକ କଂଗ୍ରେସ କମିଟି ସଭାପତି ଆଇନଜୀବୀ ଦୀପକ କୁମାର ମହାନ୍ତି, ଶ୍ରୀକୃଷ୍ଣପୁର ସରପଞ୍ଚ ରାଜେଶ କୁମାର ବଳ, ସମିତି ସଭ୍ୟ ସୁରେନ୍ଦ୍ର ମହାନ୍ତି, ଜଳଧର ଦାସ, ଭବାନୀ ଚରଣ ମହାନ୍ତି, ବାଉରୀବନ୍ଧୁ ନାୟକ, ନବକିଶୋର ମହାନ୍ତି, ହରେକୃଷ୍ଣ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ନିହାଣ, ପ୍ରଶାନ୍ତ ବରାଳ , ସୁଶାନ୍ତ ବରାଳ, ପ୍ରହଲ୍ଲାଦ ବିଶ୍ବାଳ, ଶ୍ୟାମସୁନ୍ଦର ମିଶ୍ର, ରବୀନ୍ଦ୍ର ପରିଡ଼ା, ବଂଶୀଧର ମହାନ୍ତି, ପତିତପାବନ ମହାନ୍ତି, ପଞ୍ଚାନନ ମହାନ୍ତି, ସନ୍ତୋଷ ଦାସ, ଅଜୟ ଦାସ, ପ୍ରଭଞ୍ଜନ ମହାନ୍ତି, ଜିତେଶ ମହାନ୍ତି, ପତିତପାବନ ଘୋଷାଲ, ନରେନ୍ଦ୍ର ଘୋଷାଲ, ବରୁଣ ଘୋଷାଲ, ତରୁଣ ଘୋଷାଲ, ଇଞ୍ଜିନିୟର ବିଜୟ କୁମାର ଜେନା, ପ୍ରଦୀପ ମହାନ୍ତି, ପୂର୍ବତନ ପ୍ରଧାନ ଶିକ୍ଷକ ଅଭୟ ଚରଣ ପଣ୍ଡା, ଯାଦବାନନ୍ଦ ଦାସ, ବେଣୁଧର ଦାସ , ମାନସ ରଞ୍ଜନ ମହାନ୍ତି, ମୂରଲୀଧର ଦାସ, ପ୍ୟାରୀ ମୋହନ ବିଦ୍ୟାନିକେତନର ପ୍ରଧାନ ଶିକ୍ଷକ ପୀତବାସ ବେହେରା, ପ୍ୟାରୀ ମୋହନ ଯୁବ ପରିଷଦ ସଭାପତି ଅଜୟ କୁମାର ମହାନ୍ତି, ପସୁଲୁଣ୍ଡା ମଧ୍ୟ ଇଂରାଜୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁମନ୍ତ ସାମଲ, ବଂଶୀବଦନ ଘୋଷାଲ, ପାଣ୍ଡବ ଭୋଇ ,ଦେବି ପ୍ରସାଦ ଭୋଇ, ଜଗଦୀଶ ବାନାର୍ଜୀ, ଅନିଲ ସିହ୍ନା, ଚିତ୍ତରଞ୍ଜନ ବାନାର୍ଜୀ, ବିଜୟ ସିହ୍ନା, ଅରବିନ୍ଦ ରାୟ, ଶ୍ୟାମସୁନ୍ଦର ସାହୁ, ବାନମ୍ବର୍ ଦାସ, ବିଜନ କୁମାର ସାହୁ, ଭଗବାନ ଜେନା, ପ୍ରତିମା ଘୋଷାଲ, ପ୍ରତିମା ମହାନ୍ତି, ଜଗଦୀଶ ମହାନ୍ତି,ଭବାନୀ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଅନ୍ୟତମ। ଆଜି ସକାଳୁ ସକାଳୁ ଏହି ଦୁଃଖଦ ଖବର ପ୍ରଚାର ହେବା ପରେ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close