
କଟକ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀମତୀ ସ୍ଵାଗତିକା ବେହେରା
କଟକ,(ସଙ୍ଗୀତା ମହାପାତ୍ରଙ୍କ ଠାରୁ)୨୦/୦୫- କଟକ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ଶ୍ରୀମତୀ ସ୍ଵାଗତିକା ବେହେରା ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ୨୦୨୩ ବ୍ୟାଚର ଓଡିଶା ସୂଚନା ସେବା ଅଧିକାରୀ ଶ୍ରୀମତୀ ବେହେରା ସହକାରୀ ସୂଚନା ଅଧିକାରୀ ଭାବରେ ପ୍ରଥମେ ନିଜର ବୃତିଗତ ଜୀବନ ଆରମ୍ଭ କରିଥିଲେ । ନିଜର ଚାକିରି ଜୀବନ ଆରମ୍ଭରୁ ସେ ପ୍ରଶାସନର ବହୁ ଲୋକାଭିମୁଖୀ କାର୍ୟ୍ୟରେ ନିୟୋଜିତ ହୋଇ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି । ଏଥିସହିତ ସୂଚନା ଓ ଲୋକସଂପର୍କ ବିଭାଗର ପରବର୍ତ୍ତୀ ନିର୍ଦେଶାନାମା ଜାରି ହେବା ପର୍ୟ୍ୟନ୍ତ ଉପନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ) ସୂଚନା ଓ ଲୋକସଂପର୍କ ବିଭାଗର ଦାୟିତ୍ଵ ମଧ୍ୟ ନିର୍ବାହ କରିବେ ।

Live Share Market




