‘ଉଦୟବଟ’ ପରିସରରେ ମା’ ସାବିତ୍ରୀଙ୍କ ପୂଜା ଅନୁଷ୍ଠିତ

ବ୍ୟାସନଗର, ୧୬/୦୫(ସୁମିତ୍ରା ମିଶ୍ରଙ୍କ ଠାରୁ): ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ଆଜି ଶନିବାର ପୂର୍ବାହ୍ନରେ ‘ଉଦୟବଟ’ର ମହିଳା ଟିମ ଏକତ୍ରିତ ହୋଇ ମା’ ସାବିତ୍ରୀଙ୍କ ବ୍ରତ ପାଳନ କରିବା ସହ ଯଥାବିଧି ମତେ ପୂଜା କାର୍ଯ୍ୟ ସଂପନ୍ନ କରିଥିଲେ । ‘ଉଦୟବଟ’ର ମହିଳା ଟିମ ବିଦ୍ୟୁତ୍‌ପ୍ରଭା ରାୟଙ୍କ ତତ୍ୱାବଧାନରେ ସୁମିତ୍ରା ମିଶ୍ର, ଆରତୀ ବାରିକ, ମାନସୀ ପରିଡ଼ା, ସଂଯୁକ୍ତା ସ୍ୱାଇଁ, ଆରତୀ ରାୟ ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିବା ବେଳେ ଏଥିରେ କର୍ତ୍ତା ଭାବେ ବିଜୟଲକ୍ଷ୍ମୀ ପଣ୍ଡିତ ବସିଥିଲେ । ପୂଜକ ତଥା ବରିଷ୍ଠ ଶିକ୍ଷାବିତ୍ ଦୀପକ କୁମାର ପାଣିଗ୍ରାହୀ ପୂଜା କାର୍ଯ୍ୟ ସଂପନ୍ନ କରିଥିଲେ । ଏଥିରେ ଅଧ୍ୟାପିକା ଅହଲ୍ୟା ଜେନା, ଜ୍ୟୋତ୍ସାରାଣୀ ଦତ୍ତ, ଦମୟନ୍ତୀ ବଳ, ସସ୍ମିତା ମଲ୍ଲିକ, ମନୋରମା ସାମଲ, କାଂଚନ ନାୟକ, ମାଧବୀ ପାତ୍ର, ମିନୁ ପୃଷ୍ଟି, କୁନି ପାତ୍ର, ରୀନା ଦାସ, ପିଙ୍କି ନାଥ ପ୍ରମୁଖ ବହୁ ମହିଳାମାନେ ଅଂଶଗ୍ରହଣ କରିଥିଲେ । ‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍‌’ର ସଂପାଦକ ତଥା ‘ଦୁର୍ଲ୍ଲଭ କଳା ପରିଷଦ’ର ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ରାଉତ, ପ୍ରଫୁଲ୍ଲ ବାରିକ, ଅନୂପ କୁମାର ଦାସ, ଅରୁଣ ଦାସ, ସୁମନ୍ତ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close