
ଶ୍ରୀ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ହେଇଯାଇଛି

ବରୀ(ବିଭୁତି ଭୂଷଣ ଜେନାଙ୍କ ଠାରୁ): ପଞ୍ଚମୁଖୀ ମହାବୀର ଷ୍ଟିୟରିଙ୍ଗ କମିଟି, ରୁଦ୍ରପୁର. ଯାଜପୁର ଆନୁକୂଲ୍ୟରେ ଶ୍ରୀ ପଞ୍ଚମୁଖୀ ମହାବୀର ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ହେଇଯାଇଛି । ମେ ମାସ ୨ ତାରିଖରୁ ଆରଂଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଏହି ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇ ଯାଇଛି । ବୈଦିକ ବ୍ରାହ୍ମଣ – ନନ୍ଦ କିଶୋର ପଣ୍ଡା , ଗଣେଶ ପଣ୍ଡା ଚନ୍ଦ୍ର ଭାନୁ ପଣ୍ଡା, ପୂର୍ଣଚନ୍ଦ୍ର ପକ୍ଷଢି ଓ ସଞ୍ଜୟ ପକ୍ଷଢିଙ୍କ ଦ୍ଵାରା ଏହି ପୂଜା କାର୍ଯ୍ୟ ସମାପନ କରାଗଲା । ପଞ୍ଚମୁଖୀ ମହାବୀର ଷ୍ଟିୟ ରିଙ୍ଗ କମିଟି ର ସମସ୍ତ ସଦସ୍ୟ ଯଥା – ଦିବ୍ୟଲୋକନ ସାହୁ, ଅଭୟ ସାହ, ଦେବାଶିଷ ସାହୁ, ସୁଶାନ୍ତ ସାହୁ, ବିକ୍ରମ ସାହୁ, କାମାକ୍ଷ୍ୟା ପ୍ରସାଦ ସାହୁ, ପ୍ରଶାନ୍ତ ସାହୁ, କେଦାର ସାହୁ, ମନ୍ମଥ ସାହୁ, ସୁଧାକର ସାହୁ, ମୁରଲୀଧର ସାହୁ, କାର୍ତିକ ସାହୁ, ପ୍ରମୋଦ ସାହୁ, ଜଗନ ସାହୁ, ଇ୍ବସର ସାହୁ, ଆଶିଷ ଲେଙ୍କା ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମୁଖ୍ୟ କର୍ତା କର୍ତ୍ତୀ ଭାବେ ବ୍ରଜକିଶୋର ସାହୁ ଓ ତାଙ୍କ ପତ୍ନୀ କନକ ଲତା ସାହୁଙ୍କ ଦ୍ଵାରା ଵିଧି ବଧ ଭାବେ ସମସ୍ତ କାର୍ଯ୍ୟ ସମପନା ହେଲା । ଏହି ପ୍ରତିଷ୍ଠା ଉତ୍ସବରେ ବରୀର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ମଲ୍ଲିକ ମହୋଦୟ ଏବଙ୍ଗ ବରିର ପୂର୍ବତନ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ଦେବୁଲି ଦାସ, ଯାଜପୁରର ସମାଜ ସେବକ ଶ୍ରୀଯୁକ୍ତ ଭବ ପ୍ରକାଶ ଦାସ ଏବଙ୍ଗ ରାଜ୍ୟ ବିଜେପି ମୁଖପକ୍ଷତ୍ର ଶ୍ରୀଯୁକ୍ତ ମନୋଜ ମହାପାତ୍ର, କଂଗ୍ରେସ ନେତା ସନ୍ତୋଷ ନନ୍ଦ, ସମାଜ ସେବକ ସଂଜୀବ ଜେନା ପ୍ରଭୁତି ଯୋଗ ଦାନ କରିଥିଲେ ।






