ପାଣିକୋଇଲି ପୂର୍ତ ବିଭାଗରେ ୦୨ ଜଣ ଏଷ୍ଟିମେଟରଙ୍କୁ ଉପେକ୍ଷା ଅଭିଯୋଗ, କନିଷ୍ଠ ଯନ୍ତ୍ରୀଙ୍କୁ ଦାୟିତ୍ୱ; ପି-୦୧ କାମରେ ବ୍ୟାପକ ହରିଲୁଟ

ପାଣିକୋଇଲି, ୦୪/୦୫ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ପୂର୍ତ ବିଭାଗର ରାସ୍ତା ଓ ଗୃହ ନିର୍ମାଣ ଅଥାତ୍ ପୂର୍ତ ବିଭାଗର ଡିଭିଜନ (Panikoili Roads & Building Division) କାର୍ଯ୍ୟାଳୟରେ କିଛି ମାସ ମଧ୍ୟରେ ଆଖିବୁଜା ଦୁର୍ନୀତି ସଂଗଠିତ ହେବା ଫଳରେ ନାହିଁ ନ ଥିବା କ୍ଷତି ହୋଇଥିବାର ଆକଳନ କରାଯାଇଛି! ବିଭିନ୍ନ ପାତଅନ୍ତର କରାଯାଇ ବରିଷ୍ଠଙ୍କୁ ଉପେକ୍ଷା କରାଯାଇ ଦୁର୍ନୀତି ଘଟାଇବା ପାଇଁ ସେମାନଙ୍କ ବୋଲ ମାନୁଥିବା ଅଧିକାରୀଙ୍କୁ ଦାୟିତ୍ୱ ଦେଇ ଉଚ୍ଚ ଯନ୍ତ୍ରୀ ତାଙ୍କ ଟିମ ନିଜ ପକେଟ ଗରମ କରିଥିବାର ରୋଚକ ତଥ୍ୟ ସାମନାକୁ ଆସିଛି ।
ସୂଚନାଯୋଗ୍ୟ, ପାଣିକୋଇଲି ଡିଭିଜନ କାର୍ଯ୍ୟାଳୟରେ ୦୨ ଜଣ ବରିଷ୍ଠ ଏଷ୍ଟିମେଟରଙ୍କୁ ବସାଯାଇ ତାଙ୍କ ସ୍ଥାନରେ ଜନୈକ କନିଷ୍ଠ ଯନ୍ତ୍ରୀଙ୍କୁ ଟେଣ୍ଡର ପକ୍ରିୟାର ଦାୟିତ୍ୱ ଦେଇ ୦୩ ପତ୍ରିୟା ଗୁପ୍ତ ଟେଣ୍ଡର ଜରିଆରେ ପି-୦୧ ଟେଣ୍ଡର ଜରିଆରେ କୋଟି କୋଟି ଟଙ୍କା ହରିଲୁଟ କରାଯାଇଥିବାର ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ଏବଂ ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି ପାଣିକୋଇଲି ଅଂଚଳର ବରିଷ୍ଠ ସମାଜସେବୀ ତଥା କୋରେଇ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ । ଏପରି ଭାବେ ୦୪ ହଜାରରୁ ଉର୍ଦ୍ଧ ପି-୦୧ ଟେଣ୍ଡର ଗତ ଆର୍ଥିକ ବର୍ଷରେ ହୋଇଥିବାର ସେ ଆଶଙ୍କା ପ୍ରକାଶ କରି ଏହାର ଖୁଲାସା କରିବାକୁ ସେ ଦାବୀ କରିଛନ୍ତି । ଗୋଟିଏ ଗୋଟିଏ ଗୁପ୍ତ ୦୩ ପତ୍ରିଆ ପି-୦୧ ଟେଣ୍ଡରରେ ୦୬ ଟଙ୍କା ଜମା କରାଯାଇ ୦୯ ହଜାର ଟଙ୍କା ଚଳୁ କରାଯାଇଥିବାର ସେ ଅନୁମାନ କରିଛନ୍ତି । ଠିକାଦାରମାନେ ଏବାବଦରେ ୧୫ ହଜାର ଟଙ୍କା ନେଇଥାନ୍ତି । ଏପରି ଭାବେ ହୋଇଥିବା ମୋଟ ୦୪ ହଜାର ସଂଖ୍ୟକ ଟେଣ୍ଡରରେ ୩.୫କୋଟି ଟଙ୍କା ବରବାଦ କରାଯାଇ ଯନ୍ତ୍ରୀମାନେ ଭାଗବଟୁରା କରି ଖାଇଛନ୍ତି ବୋଲି ଶ୍ରୀ ବାରିକ ଅଭିଯୋଗ କରିଛନ୍ତି । ଅନ୍ୟ ଏକ ସମ୍ବେଦନଶୀଳ କଥା ହେଲା ଯେ, ଗଣମାଧ୍ୟମରେ ପାଣିକୋଇଲି ପୂର୍ତ୍ତ ବିଭାଗ ଦୁର୍ନୀତି ପ୍ରସଙ୍ଗ ଲୋକଲୋଚନକୁ ଆସିବା ପରେ ଡିଭିଜନର ଆକାଉଂଟାଟ୍ ମହାଶୟ ଗତ ମାର୍ଚ୍ଚ ମାସ ଶେଷାର୍ଦ୍ଧରେ ଦୁର୍ନୀତିପୁର୍ଣ୍ଣ ଫାଇଲଗୁଡିକୁ ପାସ କରିବା ପାଇଁ ଅମଙ୍ଗ ହେବାରୁ ତାଙ୍କ ଉପରେ କୁଆଡେ ପ୍ରବଳ ଚାପ ସୃଷ୍ଟି କରାଯିବା ସହ କେତେକ ଠିକାଦାରଙ୍କ ଜରିଆରେ ଗାଳିଗୁଲଜ କରାଯାଇଥିବାର ଶୁଣାଯାଉଛି । ଏପରି ସଂଗୀନ ମାମଲାରେ ବିଭାଗର ଉଚ୍ଚ ପଦାଧିକାରୀ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଥିବା ବେଳେ ଏହାର ବିଭାଗୀୟ ଅଡିଟ ହେବାର ଜଣାଯାଇଛି । ବିଭାଗର ବହୁ ଦୁର୍ନୀତି ଉପରେ ଶ୍ରୀ ବାରିକ ସ୍ୱର ଉଠାଇବା ସହ ବିଭାଗୀୟ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି । ଗତ ଆର୍ଥିକ ବର୍ଷରେ ସେପରି କୈାଣସି ଆଖିଦୃର୍ଶିଆ କାମ ନହୋଇ ବରଂ ଅଧିକ ଦୁର୍ନୀତିଯୁକ୍ତ କାମ ହୋଇଥିôବାର ସେ କହିଛନ୍ତି । ବେନିୟମ କାମକୁ ଗୁରୁତ୍ୱ ଦେଇ ବିଭାଗର ପ୍ରଭୂତ କ୍ଷତି ଘଟାଯାଇଛି । ବରିଷ୍ଠଙ୍କୁ ଉପେକ୍ଷା କରାଯାଇ କନିଷ୍ଠଙ୍କୁ ବସାଯାଇ ତାଙ୍କ ଦ୍ୱାରା ଠିକାଦାରମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଇ କେତେକ ମାଲେମାଲ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close