ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସଡକ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ

କଟକ,୨୮/୦୪(ସଙ୍ଗୀତା ମହାପାତ୍ରଙ୍କ ଠାରୁ): ଜିଲ୍ଲାରେ ସଡକ ସୁରକ୍ଷାକୁ ଦୃଢ କରିବା ଓ ଯାତାୟାତ ନିୟମ ଉଲ୍ଲଙ୍ଘନକୁ ରୋକିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ଵଜିତ ଦାଶଙ୍କ ନିର୍ଦ୍ଦେଶ ରେ ଆଜି ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି । ଆଜି ଜୁଡିସିଆଲ ଛକ ନିକଟରେ ସମସ୍ତ ଯାନବାହାନ ଗୁଡିକୁ କଡାକଡି ଭାବେ ଯାଞ୍ଚ କରାଯାଇ ନିୟମ ଉଲ୍ଲଂଘନ କରୁଥିବା ଅନେକ ଚାଳକଙ୍କ ବିରୁଦ୍ଧରେ ଆଇନସମ୍ମତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ଜରିମାନା ଆଦାୟ କରାଯାଇଥିଲା । ଏହି ଅଭିଯାନରେ ମାଲବାହୀ ଯାନ ରେ ଯାତ୍ରୀ ପରିବହନ, ହେଲମେଟ୍ ନ ପିନ୍ଧିବା, ମଦ୍ୟପାନ କରି ଗାଡି ଚଳାଇବା ଆଦି ମାମଲା ଚିହ୍ନଟ ହୋଇଛି । ଆଜିର ଏହି ଅଭିଯାନରେ ଅତିରିକ୍ତ କମିଶନର ପରିବହନ ବିଭାଗ ଶ୍ରୀ ଦୀପ୍ତି ରଞ୍ଜନ ପାତ୍ର , ଅତିରିକ୍ତ କମିଶନର ପରିବହନ ବିଭାଗ ଶ୍ରୀ ସମରେନ୍ଦ୍ର ପଟ୍ଟନାୟକ , ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ଵଜିତ ଦାଶ, ଡିଏସପି ରୋଡ୍ ସେଫ୍ଟି ଶ୍ଦେବୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ମଧ୍ୟ ଏହିପରି ଅଭିଯାନକୁ ଆହୁରି କଡାକଡି କରାଯିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close