ସ୍ୱଚ୍ଛ ସବୁଜ ମାହାଙ୍ଗାର ସ୍ଵପ୍ନଦର୍ଶୀ — ଡ଼. ଅମରେନ୍ଦ୍ର ମହାନ୍ତି

ମାହାଙ୍ଗା,(ଉ. ନ୍ୟୁଜ୍ ବ୍ୟୁରୋ)୨୪/୦୪: ସମାଜସେବା ହେଉଛି ଭାରତୀୟ ଦର୍ଶନର ଅଭିନ୍ନ ଅଂଶ । ମନୁଷ୍ୟତା ଓ ନିଷ୍ଠାର ସଜୀବ ପ୍ରତିକ। ଏହି ମୂଲ୍ୟବୋଧକୁ ଜୀବନରେ ଅଙ୍ଗୀକାର କରି, ଯୁବପିଢ଼ୀ ପାଇଁ ଏକ ନୂତନ ଆଦର୍ଶ ଗଢ଼ି ତୋଳିଛନ୍ତି ମାହାଙ୍ଗାର ସୁଯୋଗ୍ୟ ସନ୍ତାନ ଡ଼. ଅମରେନ୍ଦ୍ର ମହାନ୍ତି । ଜଣେ ପ୍ରତିଷ୍ଠିତ ଶିକ୍ଷାବିଦ୍, ଲେଖକ, ଗବେଷକ ଓ ସମାଜସେବୀ । ୧୯୭୯ ମସିହାରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ନାହଙ୍ଗ ଗ୍ରାମରେ ପିତା ଅକ୍ଷୟ କୁମାର ମହାନ୍ତି ଓ ମାତା ରେଣୁବାଳା ମହାନ୍ତିଙ୍କ କୋଳମଣ୍ଡନ କରିଥିଲେ ଏହି ପ୍ରତିଭାଶାଳୀ ବ୍ୟକ୍ତିତ୍ୱ । ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଡ଼. ମହାନ୍ତିଙ୍କ ଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟକ। ସେ ଚାରିଟି ମାଷ୍ଟର୍ସ ଡିଗ୍ରୀ ଲାଭ କରିଛନ୍ତି ମାଷ୍ଟର ଇନ୍ କମ୍ପ୍ୟୁଟର ଆପ୍ଲିକେଶନ୍ସ 
•MBA ଇନ୍ ଅପରେସନ୍ ମ୍ୟାନେଜମେଣ୍ଟ
•MBA ଇନ୍ ଜେନେରାଲ୍ ମ୍ୟାନେଜମେଣ୍ଟ
•MSc ଇନ୍ ଯୋଗା ଫର୍ ହ୍ୟୁମାନ୍ ଏକ୍ସେଲେନ୍ସ
ଏହା ସହିତ  Ph.Dଇନ୍ ଡାଟା ଆନାଲିଟିକ୍ସ ସମ୍ପୂର୍ଣ୍ଣ କରିଛନ୍ତି । ତାଙ୍କ ଶିକ୍ଷାଗତ ଗଭୀରତା ଓ ଅନୁଭବ ତାଙ୍କୁ ଜଣେ ଦକ୍ଷ ସଂଗଠକ ଓ ଭଲ ମଣିଷ ଭାବେ ପରିଚିତ କରିଛି। ସେ  SRM, VIT, Hindustan University  ସହ ଅନେକ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଓ କଲେଜରେ ଆମନ୍ତ୍ରିତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଛନ୍ତି, ଯେଉଁଠାରେ ସେ ନୂତନ ପିଢ଼ୀକୁ ଗବେଷଣା ଓ ମାନବୀୟ ମୂଲ୍ୟବୋଧ ସହିତ ଅନୁପ୍ରାଣିତ କରିଛନ୍ତି । ସେ ନିଜ ମାହାଙ୍ଗା ଅଞ୍ଚଳରେ “ଆମ ମାହାଙ୍ଗା” ନାମକ ସାମାଜିକ ସଂଗଠନ ପ୍ରତିଷ୍ଠା କରି, Clean Mahanga, Green Mahanga, Digital Mahanga, Cultural Mahanga  ଭିଜନ୍‌ରେ ଗ୍ରାମ ଉନ୍ନତି ଓ ପରିବେଶ ସୁରକ୍ଷା ପାଇଁ ଦୀର୍ଘଦିନ ଧରି ସଫଳ କାର‌୍ୟ୍ୟ କରୁଛନ୍ତି। ରକ୍ତଦାନ ଶିବିର, ଗାଁ ସଫା ଅଭିଯାନ, ପାଠାଗାର ଉନ୍ନତି, ମନ୍ଦିର ଓ ମସଜିଦ ସଫେଇ କାର‌୍ୟ୍ୟକ୍ରମ ହାତକୁ ନେଇ ଜନସଚେତନତା ତିଆରି କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି । ବିଶେଷକରି କୋଭିଡ୍ ପୂର୍ବରୁ ଲଗାତାର ୨୦ ରବିବାର ଧରି ଚାଲିଥିବା “ସ୍ୱଚ୍ଛ ଗାଁ – ସୁସ୍ଥ ଗାଁ ଅଭିଯାନ” ତାଙ୍କ ସଂଗଠନର ଏକ ଅଭିନ୍ନ ପ୍ରୟାସ ଥିଲା। ବିଭିନ୍ନ ଗ୍ରାମ ଓ ବିଦ୍ୟାଳୟରେ ସଫେଇ ଓ ପରିବେଶ ର ସୁରକ୍ଷା ସଚେତନତା ଓ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରି ସେ ସମାଜରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିଛନ୍ତି । ସେ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ “ପଞ୍ଚ  S” — ସ୍ୱଚ୍ଛ, ସବୁଜ, ସଂସ୍କୃତି, ସ୍ୱାଭିମାନ ଓ ସ୍ବାବଲମ୍ବୀ ଉପରେ ଆଧାରିତ ଏକ ପଦଯାତ୍ରା ଶହ ଶହ ଯୁବକ,ଯୁବତୀ ମାନଙ୍କୁ ନେଇ କରିଥିଲେ, ଯାହା କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ପଣସପଡ଼ିଆଠାରୁ ମାହାଙ୍ଗା କଈଥା ପର‌୍ୟ୍ୟନ୍ତ ହୋଇଥିଲା । ଏହି ଅଭିଯାନ ଯୁବପିଢ଼ୀ ମଧ୍ୟରେ ଅପାର ଉତ୍ସାହ ସୃଷ୍ଟି କରିଥିଲା । ସେ ମାହାପୁରୁଷ ଉପାସନା ଓ ଧାର୍ମିକ ସମ୍ମିଳନରେ ମଧ୍ୟ ଅଗ୍ରଗାମୀ — “ଅଚ୍ୟୁତ ଠୁ ଅରକ୍ଷିତ” ଅର୍ଥାତ୍ ନେମାଳ ଠାରୁ ଲଲିତଗିରି ପର‌୍ୟ୍ୟନ୍ତ ଶୋଭାଯାତ୍ରା ଆୟୋଜନ କରି ଧାର୍ମିକ ସହଯୋଗ ଓ ଐକ୍ୟର ବାର୍ତ୍ତା ଦେଇଥିଲେ । ଉଚ୍ଚ ଶିକ୍ଷାରେ ଡ଼. ମହାନ୍ତି ଭାରତ ଓ ବିଦେଶରେ (ଯଥା ଆମେରିକାର କାଲିଫର୍ଣିଆ ଓ ମିଚିଗାନ) କାର‌୍ୟ୍ୟ କରି, ବର୍ତ୍ତମାନ ଚେନ୍ନାଇରେ ଜାତୀୟ ଓ ଆନ୍ତର୍ଜାତୀୟ ଶିକ୍ଷା-ଗବେଷଣା ମଞ୍ଚରେ ସକ୍ରିୟ ଅଛନ୍ତି। ସେ ଲେଖକ,ଗବେଷକ ଓ ସାମାଜିକ ଚିନ୍ତକ ଭାବେ ପରିଚିତ।  ତାଙ୍କ ରଚନା ସମାଜରେ ସଚେତନତା ସୃଷ୍ଟି କରୁଛି । ତାଙ୍କ ଅଦମ୍ୟ ପରିଶ୍ରମ, ସେବାଭାବ ଓ ନିଷ୍ଠା ପାଇଁ ସେ ଅନେକ ସମ୍ମାନ ଓ ମର‌୍ୟ୍ୟାଦା ଲାଭ କରିଛନ୍ତି। ମାହାଙ୍ଗା ମାଟିର ଏହି ସୁପୁତ୍ର ଆଜି ଅନେକଙ୍କ ପାଇଁ ପ୍ରେରଣା ଓ ଆଶାର ଦୀପ, ତାଙ୍କ ସେବାଭାବ, ଶିକ୍ଷା ଓ ସଂସ୍କୃତି ପ୍ରତି ନିଷ୍ଠା ତାଙ୍କୁ ଅନେକ ସମ୍ମାନ ଓ ମର‌୍ୟ୍ୟାଦା ଦେଇଛି । ମାହାଙ୍ଗା ମାଟିର ଏହି ସୁପୁତ୍ର ଆଜି ଯୁବପିଢ଼ୀ ପାଇଁ ଏକ ପ୍ରେରଣା ଓ ଆଶାର ପ୍ରତୀକ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close