
ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ; ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
ଯାଜପୁର, (ଉ. ନ୍ୟୁଜ୍ ବ୍ୟୁରୋ) ୧୮/୦୪: ବ୍ୟାସନଗର ତହସିଲଦାରଙ୍କ ଉପରକୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଛି। କୋରେଇ ଥାନା ମୀନାବଜାର ଛକ ନିକଟରେ ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଲଘୁ ଖଣିଜ ଲୁଟ୍ ଖବର ପାଇ ରେଡ୍ କରିବାକୁ ଯାଉଥିବା ବେଳେ ଆକ୍ରମଣ ହୋଇଛି। ଗୁରୁତର ତହସିଲଦାର ପ୍ରଶାନ୍ତ ପଣ୍ଡା କୋରେଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହା ପରେ ତାଙ୍କୁ ପୁଣି କଟକକୁ ସ୍ଥାନାନ୍ତର କରାଯାଇଛି।

Live Share Market


