ପାଣିକୋଇଲି ପୂର୍ତ ବିଭାଗର ସୁକିନ୍ଦା ଓ ଯାଜପୁରରୋଡ ସେକ୍‌ସନରେ ବହୁ ଅନିୟମିତତା, ଯନ୍ତ୍ରୀଙ୍କ ମନମାନିରେ ହୋଇଛି ବହୁ ମିଥ୍ୟା ବିଲ

ପାଣିକୋଇଲି, ୧୫/୦୪ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ପୂର୍ତ ବିଭାଗର ରାସ୍ତା ଓ ଗୃହ ନିର୍ମାଣ ଅଥାତ୍ ପୂର୍ତ ବିଭାଗର ଡିଭିଜନ (Panikoili Roads & Building Division) କାର୍ଯ୍ୟାଳୟଟି ଏବେ ଦୁର୍ନୀତିର ଗନ୍ତାଘର ପାଲଟିଥିବାର ଅଭିଯୋଗ ହେଉଛି । ଯାଜପୁରରୋଡର ଷ୍ଟାଡିୟମ କଥା ହେଉ କି, ପାଣିକୋଇଲି ଏସ.ଇଙ୍କ କାର୍ଯ୍ୟାଳୟ କଥା ହେଉ ଲୁଚି ଛପି ବହୁ ଦୁର୍ନୀତି ଏଠାରେ ଖୋଲା ମେଲା ଚାଲିଥିବା କଥା ଆଲୋଚନା ହେବା ପରେ ଓ ଗଣମାଧ୍ୟମରେ କିଛି କଥା ପ୍ରକାଶିତ ହେଲା ପରେ କେତେକ ଅନିୟମିତତାରେ ବ୍ରେକ୍ ଲାଗିଛି ସିନା ପୁଣି ଅଭିନବ ଢ଼ଙ୍ଗରେ ବହୁ ମିଥ୍ୟା ବିଲ ଆସନ୍ତା ରଜ ପର୍ବ ଭିତରେ ପାସ କରି ତହବିଲରୁ ମୋଟା ଅଙ୍କ ଉଠାଇ ନେବା ପାଇଁ ଯୋଜନା ରହିଥିବାର କୁହାଯାଉଛି । କିଛି କଥା ଲୋକଲୋଚନକୁ ଆସିବା ପରେ କେତେକ ଯନ୍ତ୍ରୀ ଓ ଅଧିକାରୀ ସତର୍କ ହେବା ସହ ନିଜ ଚାକିରୀରେ ଆଂଚ ନ ଆସିବା ପାଇଁ ମିଥ୍ୟା ବିଲରୁ ନିଜକୁ ଦୂରେଇ ରଖିଛନ୍ତି । ଡିଭିଜିନାଲ ଆକାଉଂଟାଟ୍ ବହୁ ଅନିୟମିତ ବିଲ ପାସ କରିବା ସପକ୍ଷରେ ନ ରହିବାରୁ କୁଆଡେ ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରେ ବହୁ ବିଲ ପାସ ହୋଇ ପାରି ନ ଥିଲା । ଟେଣ୍ଡର ପକ୍ରିୟାରେ ଅନିୟମିତା ହୋଇଥିବା କାରଣରୁ ଶେଷ ମୂହୂର୍ତ୍ତରେ କିଛି ଫାଇଲକୁ ଡିଭିଜିନାଲ ଆକାଉଂଟାଟ୍ ମହାଶୟ ପାସ ନ କରି ଅଟକାଇ ଦେଇଥିବାର ଜଣାଯାଇଛି । ଫଳରେ ତାଙ୍କ ଦପ୍ତରରେ ଫାଇଲ ଗଦା ହୋଇଯାଇଥିବା ବେଳେ ଅନ୍ୟପକ୍ଷରେ କେତେକ ଲାଂଚଖୋର ଅଧିକାରୀଙ୍କ ଲୁଟି ଖାଇବା ଯୋଜନା ଏକ ପ୍ରକାରର ଫସର ଫାଟିଯାଇଥିବାର ଚର୍ଚ୍ଚା ହେଉଛି । ଯନ୍ତ୍ରୀମାନଙ୍କ ଦ୍ୱାରା କାର୍ଯ୍ୟର ଆକଳନ (ମେଜରମେଂଟ) ବେଳେ ଅନିୟମିତ କରାଯାଇ ଠିକାଦାରଙ୍କ ସପକ୍ଷରେ ଅଧିକ ବିଲ କରି ବା କାମ ନ ହୋଇ ମିଥ୍ୟା ବିଲ କରାଯିବାର ଜଣାପଡିବା ପରେ ଏହା ଉପରେ ଖବର ପ୍ରକାଶିତ ହୋଇଥିଲା । କେତେକ ଯନ୍ତ୍ରୀ କ୍ୱଚିତ୍ କାର୍ଯ୍ୟକ୍ଷେତ୍ରକୁ ତଦାରଖରେ ଯାଇଥାନ୍ତି । ବରଂ କାର୍ଯ୍ୟାଳୟରେ ବସି ମାପଚୂପ ଓ ବିଲ ପାସରେ ଠିକାଦାରଙ୍କୁ ସାହାଯ୍ୟ କରି ଅଯାଚିତ ଅନୁଗ୍ରହ ଗ୍ରହଣ କରୁଥିବାର କଥା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଏହି ଡିଭିଜନରେ କୋଟି କୋଟି ଟଙ୍କାର ନୂଆ କାମ ଓ ମରାମତି କାମ ଆଦି ହେଉଥିବା ବେଳେ ପି.ସି କାରବାର ବି ଯୋରସୋରରେ ବଢ଼ି ଚାଲିଥିବାର ଅଭିଯୋଗ ହୋଇଆସୁଛି । ଯନ୍ତୀମାନେ ଅନୈତିକ ଭାବେ ବହୁ ଆୟବର୍ହିଭୂତ ସଂପତି ଠୂଳ କରୁଥିବା ବେଳେ ଭିଜିଲାନ୍ସ ବିଭାଗ ସେପରି କିଛି ପଦକ୍ଷେପ ନେଇ ନ ଥିବାରୁ ସନ୍ଦେହ ବଢ଼ୁଛି ।
ସୂଚନାଯୋଗ୍ୟ, ବିଭାଗର ସୁକିନ୍ଦା ଓ ଯାଜପୁରରୋଡ ସେକ୍‌ସନରେ ବହୁ ମିଥ୍ୟା ଗତ ମାର୍ଚ୍ଚ ମାସରେ ପାସ ହୋଇଯାଇଥିବା ବେଳେ ସୁକିନ୍ଦାର କନିଷ୍ଠ ଯନ୍ତ୍ରୀ ନିଜର ପ୍ରମୋସନକୁ ଆଖି ଆଗରେ ରଖି ଏବେ ମିଥ୍ୟା ବିଲ କରିବା ପାଇଁ ଡରୁ ଥିବାର କୁହାଯାଉଛି । କିଛି ଦିନ ବିତିଗଲା ପରେ ରଜ ବେଳକୁ ପୁଣି ମିଥ୍ୟା ବିଲ କରିବା ଉପରେ ଯୋଜନା ବନାଇଥିବାର ଶୁଣାଯାଉଛି । କାର୍ଯ୍ୟାଦେଶରେ ଥିବା ସର୍ତ ଅନୁଯାୟୀ ବହୁ ସ୍ଥାନରେ କାମ ନ ହୋଇ ନିମ୍ନମାନର କାମ ହୋଇଛି । ପିଚୁର ଆସ୍ତରଣ/ମୋଟେଇ କମ କରିଥିବା ସହ ତା’ଉପରେ ବାଲି ପକାଇ ବିଲ ପାସ ହୋଇଛି । ଏହି ଝାଲିରୀ ପିଚୁ କାମ ଆଗାମୀ ଗାଢ଼ ବର୍ଷାରେ ଧୋଇ ହୋଇଯିବାର ଆଶଙ୍କା ଦେଖାଦେଇଛି । ବିଭାଗର ବହୁ ଦୁର୍ନୀତି ଉପରେ ପାଣିକୋଇଲି ଅଂଚଳର ବରିଷ୍ଠ ସମାଜସେବୀ ତଥା କୋରେଇ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ ସ୍ୱର ଉଠାଇବା ସହ ବିଭାଗୀୟ ଉଚ୍ଚ ତଦନ୍ତ ଦାବୀ କରିଛନ୍ତି । ସେ ମଧ୍ୟ ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି । ସାଧାରଣ ଜନତାଙ୍କ ଟିକସରେ ଏଠାରେ ଯେଉଁ କାର୍ଯ୍ୟ କରାଯାଉଛି ସେଗୁଡିକ ମଧ୍ୟରୁ ଅଧିକାଂଶ ନିମ୍ନମାନର ହୋଇଥିବାରୁ ଶ୍ରୀ ବାରିକ ଏହାର ଦୃଢ଼ ନିନ୍ଦା କରିଛନ୍ତି । ବିଦେଶରେ ରାସ୍ତାଘାଟସବୁ ଚିକ୍କଣ ଓ ସ୍ଥାୟିତ୍ୱ ବଜାୟ ରଖୁଥିବା ବେଳେ ଆମ ରାଜ୍ୟ ବିଶେଷକରି ପାଣିକୋଇଲି ଠାରେ ନିମ୍ନମାନର କାମ ହେଉଥିବାରୁ ଜନତା ବହୁ ଖରାପ ରାସ୍ତାରେ ଯାଇ ଯାଇ ନୟାନ୍ତ ହେଲେଣି; ଏପରିକି ଆବଡା ଖାବଡା ଖାଲ ଖମା ଭରା ରାସ୍ତାରେ ବର୍ଷ ଭରି ଯାଉଥିବା ବେଳେ ଗର୍ଭବତୀ ମହିଳା ଶିଶୁ ପ୍ରସବ କରିବାର ଆଶଙ୍କା ରହିଛି । ତେଣୁ ବ୍ୟବସ୍ଥାର ପରିବର୍ତ୍ତନ ଆବଶ୍ୟକ ବୋଲି ସେ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close