
‘ଉଦୟବଟ’ ତରଫରୁ ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ମହାବୀର ଜୟନ୍ତୀ ପାଳିତ
ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ ଠାରେ ଆଜି ମଙ୍ଗଳବାର ପୂର୍ବାହ୍ନରେ ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ମହାବୀର ଜୟନ୍ତୀ ‘ଉଦୟବଟ’ର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ ସମାଜସେବୀ କାହ୍ନୁ ଚରଣ ରାଉତ, ‘ଉଦୟବଟ’ର କାର୍ଯ୍ୟନିର୍ବାହୀ ସମ୍ପାଦିକା ବିଦ୍ୟୁତପ୍ରଭା ରାୟ, ସସ୍ମିତା ମଲ୍ଲିକ, କବୟତ୍ରୀ ସୁମିତ୍ରା ମିଶ୍ର, ଯୁବନେତା ଅନୁପ କୁମାର ଦାସ, ପ୍ରଫୁଲ୍ଲ ବାରିକ, ଭାରତ ଭୂଷଣ ରାଉତ, କଳିଙ୍ଗ କେଶରୀ ରାଉତ, ଶ୍ୟାମ ସୁନ୍ଦର ରାଉତ, ଚକ୍ରଧର ମଲ୍ଲିକ, ବରିଷ୍ଠ ସମାଜସେବୀ କାଶୀନାଥ ସାହୁ, ହରଦୟାଲ ସିଂହ, ଶିବସୁନ୍ଦର ରାଉତ ପ୍ରମୁଖ ଯ୍ଧେଜ୍ଞ ଦେଇ ଓଡ଼ିଆ ନବବର୍ଷ ଓ ମହାବୀର ଜୟନ୍ତୀ ପାଳନ ଉପରେ ଆଲୋଚନା କରିଥିଲେ । ଶେଷରେ ଓଡ଼ିଆ ପରମ୍ପରାର ପଣା ସମସ୍ତଙ୍କୁ ବଂଟନ କରାଯାଇଥିଲା ।

Live Share Market



