
ଆମ୍ ଆଦମୀ ପାର୍ଟିର ଓଡ଼ିଆ ନବବର୍ଷ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଜାରକା ଠାରେ ଅନୁଷ୍ଠିତ
ଧର୍ମଶାଳା,(ଉ. ନ୍ୟୁଜ୍ ବ୍ୟୁରୋ): ଜାତୀୟ ସ୍ତରର ରାଜନୈତିକ ଦଳ ଆମ୍ ଆଦମୀ ପାର୍ଟି(ଆପ୍) ତରଫରୁ ଯାଜପୁର ଜିଲ୍ଲାସ୍ତରୀୟ ଓଡ଼ିଆ ନବବର୍ଷ ପାଳନ, ପଣା ସଂକ୍ରାନ୍ତୀ ଏବଂ ମହାବୀର ଜୟନ୍ତୀ ସ୍ଥାନୀୟ ଜାରକା ବଜାର ନିକଟସ୍ଥ ଦୂବଗଡ଼ିଆ ଗ୍ରାମରେ ଆଜି ମଙ୍ଗଳବାର ପୂର୍ବାହ୍ନରେ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି । ଏଥିରେ କାର୍ଯ୍ୟକ୍ରମର ଆବାହକ ତଥା ଯାଜପୁର ଜିଲ୍ଲା ସଭାପତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମହାପାତ୍ର ଓଡ଼ିଆ ନବବର୍ଷ ଅବସରରେ ଉପସ୍ଥିତ ସମସ୍ତ ୩୫୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା, ସଭ୍ୟସଭ୍ୟା ଏବଂ ଶୁଭେଚ୍ଛୁ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏକ ପ୍ରଗତିଶୀଳ ଓଡ଼ିଶା ଏବଂ ସ୍ୱାଭିମାନୀ ଓଡ଼ିଆଙ୍କ ସମ୍ମାନ ରକ୍ଷା ପାଇଁ ତାଙ୍କ ଦଳ ସବୁବେଳେ କାର୍ଯ୍ୟ କରିବ ବୋଲି ଶ୍ରୀଯୁକ୍ତ ମହାପାତ୍ର ପ୍ରତିଶୃତି ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଂଗଠନିକ ସମ୍ପାଦକ ସନ୍ଦିପ୍ତ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ଜୟସୂର୍ଯ୍ୟ କାନୁନଗୋ ଓ ବରି ସଭାପତି ବିଭୁତି ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ବହୁମୂଲ୍ୟ ଭାଷଣ ପ୍ରଦାନ କରିଥିଲେ ।




