୩ୟ ଦିବାରାତ୍ର ‘ପନାସିଆ ପ୍ରମିୟମ ଲିଗ୍‌’ କ୍ରିକେଟ ଟୁର୍ଣ୍ଣାମେଂଟ ଆରମ୍ଭ

ବ୍ୟାସନଗର, ୦୪/୦୪(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ୦୨ନଂ. ୱାର୍ଡର ପନାସିଆ ଠାରେ ୩ୟ ଦିବାରାତ୍ର ‘ପନାସିଆ ପ୍ରିମିୟମ ଲିଗ୍‌’ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଅପରାହ୍ନରେ ଆରମ୍ଭ ହୋଇଛି । ଏହାକୁ ପୂର୍ବତନ ବ୍ୟାସନଗର ନଗରପାଳ ରସାନନ୍ଦ ମହାନ୍ତି ଉଦ୍‌ଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଯୋଗ ଦେଇ ଉଭୟ ଖେଳାଳୀ ଓ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ । ଖେଳରେ ୧୬ଟି ଦଳ ଭାଗ ନେଇଥିବା ବେଳେ ଆସନ୍ତା କାଲି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ‘ସନରାଇଜ୍ ଗ୍ରୀନ କ୍ଲବ’ ଟୁର୍ଣ୍ଣାମେଂଟକୁ ଆୟୋଜନ କରିଛି । ଫ୍ଲଡ ଲାଇଟରେ ଖେଳ ଚାଲିଛି ଏବଂ ଆଜି ଲିଗ୍ ମ୍ୟାଚଗୁଡିକ ସଂପନ୍ନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close