‘ଉଦୟବଟ’ ତରଫରୁ ୯୧ତମ ‘ଉତ୍କଳ ଦିବସ’ ପାଳିତ, ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ରେ ଖୋଲିଲା ସଂଗୀତ ଓ ନୃତ୍ୟ ଶିକ୍ଷା କେନ୍ଦ୍ର

ବ୍ୟାସନଗର, ୦୩/୦୪(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ ପ୍ଲାଂଟ ନିକଟସ୍ଥ ପନାସିଆ ସ୍ଥିତ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ୯୧ତମ ପବିତ୍ର ଉତ୍କଳ ଦିବସ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଦିନରେ ଯାଜପୁର ଏକ ନୂତନ ଜିଲ୍ଲା ଭାବେ ଗଠିତ ହୋଇଥିବାରୁ ସେଥିପାଇଁ ଏଠାରେ ଆନନ୍ଦ ଉଲ୍ଲାସର ସହ ଜିଲ୍ଲାର ଜନ୍ମ ଦିନ ପାଳିତ ହୋଇଥିଲା । ଏଥିସହ ନୂଆ ଆର୍ଥିକ ବର୍ଷ ୨୦୨୬-୨୭ର ଆଗମନକୁ ସ୍ୱାଗତ କରାଯାଇଥିଲା । ଇଷ୍ଟକୋଷ୍ଟ ରେଳବାଇର ପରିସୀମା କମି କମି ଚାଲିଥିବାରୁ ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ବହୁ ପ୍ରତିକ୍ଷୀତ ‘ଯାଜପୁରରୋଡ ରେଳ ଡିଭିଜନ’ର ଘୋଷଣା ଯଥା ଶୀଘ୍ର କରାଯିବାକୁ ଏଠାରେ ସର୍ବସମ୍ମତି କ୍ରମେ ଦାବୀ ପ୍ରକାଶ ପାଇଥିଲା । ଏହି ପବିତ୍ର ଦିବସ ଅବସରରେ ସକାଳେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ଏକ ସଂଗୀତ ଓ ନୃତ୍ୟ ଶିକ୍ଷା କେନ୍ଦ୍ରକୁ ଫିତା କାଟି ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓ.ଏଫ.ଡି.ସିର ଅବସରପ୍ରାପ୍ତ ପଦାଧିକାରୀ ବିନୋଦ ବିହାରୀ ଜେନା, ମୁଖ୍ୟ ବକ୍ତା ଭାବେ ଟୋଲକାନୀ ସ୍ଥିତ ଝାଡେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସୁସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଅନ୍ୟତମ ଅତିଥି ଭାବେ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଡ଼ଃ. ସୁରେଶ କୁମାର ହୋତା, ସମାଜସେବୀ ସନାତନ ମଲ୍ଲିକ, ଶ୍ରମିକ ନେତା ଅରୁଣ କୁମାର ଦାସ ପ୍ରମୁଖ ଯୋଗ ଦେଇ ଓଡ଼ିଶାର ପ୍ରାଚୀନ କିର୍ତୀରାଜି, ଐତିହ, ପରମ୍ପରା, ଭାଇଚାରା, ପର୍ଯ୍ୟାପ୍ତ ଜ୍ଞାନର ଭଣ୍ଡାର, ଉନ୍ନତ କଳାର ରାଜ୍ୟ ଉତ୍କଳର ପୁରୁଣା ନାମ ଆଦି ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଭଦ୍ରଖ ଅଂଚଳର ସଂଗୀତ ବିଶାରଦ କୃଷ୍ଣ ଚନ୍ଦ୍ର ଜେନା, ସଂଗୀତ ଗୁରୁ ଅମୂଲ୍ୟ ରଥ, ବରିଷ୍ଠ ସମାଜସେବୀ କାଶିନାଥ ସାହୁ, ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କୃତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡ଼ା. ବିଭାସ କର୍ମକାର, କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ବାରିକ, ବଜରଙ୍ଗ ଦଳ ଯାଜପୁର ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର, ଯୁବ ସମାଜସେବୀ ଅସିତ୍ ଦାସ, ଭାରତ ଭୂଷଣ ରାଉତ, କଳିଙ୍ଗ କେଶରୀ ରାଉତ, ବୁଦ୍ଧିଶ୍ରୀ ପ୍ରଧାନ, ଯୁବ ସମାଜସେବୀ ଅନୂପ କୁମାର ଦାସ, ଅଭିମନ୍ୟୁ ବିଶ୍ୱାଳ, ପ୍ରଫୁଲ୍ଲ ବାରିକ, ଜୀବନଜ୍ୟୋତି ବେହେରା, ପ୍ରଭାକର ସାହୁ, ହରଦୟାଲ ସିଂ, ଗୋଲାପ ମଲ୍ଲିକ, ଭାରତୀ ବିଶ୍ୱାଳ, କାଂଚନ ନାୟକ, ମାନସୀ ପରିଡ଼ା, ଗୋଲାପ ମୁଣ୍ଡା, କାଳନ୍ଦୀ ବାରିକ, ନରହରି ବେହେରା, ନିକିତା ବାରିକ, ମିଟି ମହାରଣା ପ୍ରମୁଖ ଯୋଗ ଦେଇ ଉତ୍କଳ ଦିବସର ତାତ୍ପର୍ଯ୍ୟତା ଏବଂ ଓଡ଼ିଶାର ଅଖଣ୍ଡତା ବଜାୟ ଉପରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । କିଛି ଛାତ୍ରଛାତ୍ରୀ ଏବଂ ବ୍ୟକ୍ତିବିଶେଷ ସଂଗୀତ ଶିକ୍ଷା କରିଥିଲେ । ଶେଷରେ ବିଦ୍ୟୁତ୍‌ପ୍ରଭା ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close