
ବ୍ୟାସନଗର ସହରର ସାପଗଡ଼ିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ‘ୟୁଫୋରିଆ’ ଅନୁଷ୍ଠିତ
ବ୍ୟାସନଗର,୦୨/୦୪(ଉ. ନ୍ୟୁଜ୍ ବ୍ୟୁରୋ): ପବିତ୍ର ୯୧ତମ ‘ଓଡ଼ିଶା ଦିବସ’ ଅବସରରେ ଗତ ତା ୦୧/୦୪/୨୦୨୬ରିଖ ବୁଧବାର ରିଖ ଦିବା ୧୦ ଘଟିବା ସମୟରେ ସ୍ଥାନୀୟ ସାପଗଡ଼ିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬ ‘ୟୁଫୋରିଆ’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ କୋରେଇ ମଣ୍ଡଳ ଶିକ୍ଷାଧିକାରୀ ସୁଦର୍ଶନ ମଲ୍ଲିକ ଯୋକ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସାଧନ କେନ୍ଦ୍ର ସଂଯୋଜକ ବିଦ୍ୟାଧର ପାଢ଼ୀ ଓ ୧୭ ନଂ କାଉନସିଲର ଅନ୍ନପୂର୍ଣ୍ଣ ତରାଇ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ରୂପେ ‘ଉଦୟବଟ’ର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ଯୋଗ ଦେଇ ‘ଉତ୍କଳ ଦିବସ’ର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସଂର୍ପକରେ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ଅଂଚଳର ଜଣାଶୁଣା ବ୍ୟକ୍ତିତ୍ୱ ଓ ବିଦ୍ୟାଳୟର ପୃଷ୍ଠପୋଷକ ତପନ କୁମାର ନାୟକ ସଭାରେ ଉଦ୍ବୋଧନ ଦେଇଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ପ୍ରତିମା ମଂଜରୀ ସାହୁ ସୂଚାରୁ ରୂପେ ସଭାକାର୍ଯ୍ୟକୁ ସଂଯୋଜନା କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଓ ଶୈକ୍ଷିକ ଦିଗରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା । ଉକ୍ତ ସଭା ଓ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜିତ କୁମାର ମହାପାତ୍ର ସଭାପତିତ୍ୱ କରି ଉତ୍କଳ ଦିବସର ମହତ୍ୱ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ଦେଇ ସେମାନଙ୍କୁ ବହୁ ଦିଗଦର୍ଶନ ଦେଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷକ/ ଶିକ୍ଷୟତ୍ରୀ ସର୍ବଶ୍ରୀ ଧର୍ମେନ୍ଦ୍ର ରାଉତ, ମମତାମୟୀ ପୃଷ୍ଟି, ନମିତା ଘଡ଼େଇ, ଶୁଭ୍ରାରାଣୀ ପାତ୍ର, ଫାରାହତ୍ ରଫିକ୍, ସୁନନ୍ଦା ନାୟକ, ସମାପିକା ପଣ୍ଡା ଓ ବିଦ୍ୟୁତ୍ଲତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହାପାତ୍ର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।


