ଯାଜପୁରରୋଡ ଓଡ଼ିଶା ବନ ଉନ୍ନୟନ ନିଗମର ଭୁଲ ପାଇଁ ଆନନ୍ଦପୁରରୁ ୦୩ ଦିନ ହେଲା କାଠ ଗଣ୍ଡି ବୋଝେଇ ଟ୍ରକ ଆସିପାରୁନି

ଆନନ୍ଦପୁର/ଯାଜପୁରରୋଡ, ୦୩/୦୪ (ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ଯାଜପୁରରୋଡ ଠାରେ କାର୍ଯ୍ୟରତ ‘ଓଡ଼ିଶା ବନ ଉନ୍ନୟନ ନିଗମ (Odisha Forest Development Corporation, OFDC), ଯାଜପୁରରୋଡ ଡିଭିଜନର ଡିପୋକୁ ୦୩ ଦିନ ତଳୁ କେଉଁଝର ଜିଲ୍ଲା ଶାଳପଡ଼ା ନିକଟରୁ ରାସ୍ତା କଡରୁ କଟାଯାଇଥିବା କାଠ ଗଣ୍ଡିକୁ ବେଫିକର ଭାବେ ଆଣୁଥିବା ବେଳେ ଅସୁବିଧାର ସମ୍ମୁଖିନ ହୋଇଥିବା ଜଣାଯାଇଛି । କାଗଜପତ୍ର ଠିକ ଭାବେ ପ୍ରସ୍ତୁତ ହୋଇ ନ ଥିବାରୁ ଏବଂ ରେକର୍ଡ ଠାରୁ ଅଧିକ କାଠ ୧୪ ଚକିଆ ୦୨ଟି ବଡ ଟ୍ରକରେ ଆଣୁଥିବା ବେଳେ କିଛି ସ୍ଥାନୀୟ ବ୍ୟକ୍ତବିଶେଷ ସନ୍ଦେହ ପ୍ରକଟ କରି ଅଟକାଇ ରଖିଥିବାର ଜଣାଯାଇଛି । ଆନନ୍ଦପୁରର ବନ ବିଭାଗ ଯଥା: ଡି.ଏଫ.ଓ ଏବଂ ଏସିଏଫ ବେଆଇନ ଭାବେ ଲୋଡିଂ ହୋଇଥିବା ଟ୍ରକ ୦୨ଟିକୁ ତାଙ୍କ ହେପାଜତକୁ ନେଇଥିବାର ଜଣାଯାଇଛି । କୁହାଯାଉଛି ଯେ, ପ୍ରଥମେ କାଗଜାଦି ପ୍ରସ୍ତୁତ କରି ତା’ପରେ କାଠ ଗଣ୍ଡିଗୁଡିକୁ ଗାଡିରେ ଲୋଡ କରିବା କଥା । ମାତ୍ର ସ୍ଥାନୀୟ ରେଞ୍ଜର କାଗଜପତ୍ର ନ ଦେଖି କିପରି ଲୋଡ ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କାଠର ପରିମାଣ ମାପଚୁପରେ ଏପଟ ସେପଟ କରାଯାଇ ଯାଜପୁରରୋଡର ଓ.ଏଫ.ଡି.ସି ଡିଭିଜନର କର୍ମଚାରୀମାନେ କାଗଜପତ୍ର ପ୍ରସ୍ତୁତ କରିଥିବାର ଜଣାଯାଇଛି । ଜନୈକ ଏସ.ଡି.ଏମ ଏହି ବେଆଇନ କାଠ ଚାଲାଣରେ ସଂପୃକ୍ତ ଥିବାର ଶୁଣାଯାଉଥିଲେ ହେଁ ସେ ଚତୁରତାର ସହିତ ଛୁଟି ପକାଇ ଘରକୁ ପଳାଇ ଯାଇଥିବାର ଜଣାଯାଇଛି । ଅନ୍ୟ ପ୍ରଶ୍ନ ଉଠୁଛି ଯେ, ସେଠାରେ ଥିବା ସବୁ କାଠକୁ ଯାଜପୁରରୋଡ ଡ଼ିପୋକୁ ଅଣାଯିବ ନା ଏହି ୦୨ଟି ଟ୍ରକକୁ ଅଣାଯାଇ ତାହାକୁ ସି.ସି କ୍ୟାମେରାରେ ଦେଖାଇ ବଳକା ବହୁ ପରିମାଣର ମୂଲ୍ୟବାନ କାଠକୁ ସେଠାରେ ରଫାଦଫା କରି ଶାଗମାଛ ଦରରେ ଅନ୍ୟ କାହାକୁ ଦେଇଦେବେ! ସବୁ କାଠକୁ ସେଠାରେ ଦେଇଦେବାକୁ ଏକଦା ଯୋଜନା ଥିବା ବେଳେ ଯାଜପୁରରୋଡ ଡିଭିଜନର ବହୁ ଦୁର୍ନୀତି ଉପରେ ଏବେ ଗଣମାଧ୍ୟମ ଖୋଳତାଡ କରୁଥିବାରୁ କିଛି କାଠ ଆଣିବାର ଦୃର୍ଶ୍ୟକୁ ସି.ସି କ୍ୟାମେରାରେ କଏଦୀ କରିବାର ଯୋଜନା ରହିଛି ବୋଲି ରାଜ୍ୟସ୍ତରୀୟ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ କୁମାର ରାଉତ ଆଶଙ୍କା କରିଛନ୍ତି । ଆନନ୍ଦପୁରର ଏ.ସି.ଏଫ କାଠ ପରିବହନର ଭୁଲ ତରିକା ପାଇଁ ଗାଡି ୦୨ ଟି ଓଆର-୦୯-ପି-୬୧୬୨ ଏବଂ ଓଆର-୦୫-ଏଆର-୧୬୭୪କୁ ଅଟକାଇ ରଖିଥିବାର ଜଣାଯାଇଛି । ଆଜି ଗୁଡ ଫ୍ରାଇଡେ ସରକାରୀ ଛୁଟି ଥିବାରୁ ଏହା ଉପରେ ଆସନ୍ତା କାଲି କି ପଦକ୍ଷେପ ନିଆଯିବ ତାହାକୁ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ଓଆର-୦୯-ପି-୬୧୬୨ ଗାଡିର ମାଲିକ ଜଳଧର ସାହୁଙ୍କ ଏ ସଂର୍ପରେ ଯୋଗାଯୋଗ କରାଯାଇଥିଲେ ହେଁ ଟ୍ରକ ଉପରେ ଥିବା ତାଙ୍କ ମୋବାଇଲଟି ସେବାରେ ନ ଥିବାର ଜଣାଯାଇଛି; ହେଲେ ଓଆର-୦୫-ଏଆର-୧୬୭୪ ଟ୍ରକର ମାଲିକ ଶାନ୍ତନ୍ୟୁ ସାହୁ ଗାଡିଟି ୦୩ ଦିନ ହେଲା କାଗଜପତ୍ର ପାଇଁ ଠିଆହୋଇଥିବାର କଥାକୁ ସ୍ୱୀକାର କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close