ଶ୍ରୀ ଗଣେଷ ଶିକ୍ଷାକେନ୍ଦ୍ର, ଶୁଳିଆର ୧୯ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ

ଦାନଗଦି, ୦୧/୦୪(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅର୍ନ୍ତଗତ ରଣାଗୁଣ୍ଡି ପଂଚାୟତର ଶୁଳିଆ ଠାରେ ଏପ୍ରିଲ ୨୦୦୮ରେ ପ୍ରତିଷ୍ଠିତ “ଶ୍ରୀ ଗଣେଷ ଶିକ୍ଷାକେନ୍ଦ୍ର”୧୯ତମ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ନିର୍ମଳା ମହାନ୍ତଙ୍କ ଅଧ୍ୟକ୍ଷତାରେ ଧୂମଧାମରେ ଆଜି ବୁଧବାର ସନ୍ଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହେଉଛି । ଏଥିରେ ‘ବିକାଶ ଭାରତୀ ଟ୍ରଷ୍ଟ’ର ରାଜ୍ୟ ଅଧ୍ୟକ୍ଷ ସୈାମ୍ୟରଂଜନ ମହାନ୍ତ ମୁଖ୍ୟ ଅତିଥି ଭାବେ, ଟୋଲକାନୀ ସ୍ଥିତ ‘ଝାଡେଶ୍ୱର ମହାବିଦ୍ୟାଳୟ’ର ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ, ସମ୍ମାନିତ ଅତିଥି ଭାବେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଡୁବୁରି ସ୍ଥିତ ୟୁନିୟନ ବ୍ୟାଙ୍କର ଶାଖା ପ୍ରବନ୍ଧକ ପ୍ରାଂଜଳ ଦାସ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ପରିବେଶ, ଶୈକ୍ଷିକ ବ୍ୟବସ୍ଥା, ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ନୈପୁଣତା ଉପରେ ଆଲୋକପାତ କରିଥିଲେ । କୁନିକୁନି ପିଲାମାନଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ସାଂସ୍କୃତିକ, କ୍ରୀଡ଼ା ଆଦି କାର୍ଯ୍ୟକ୍ରମଗୁଡିକୁ ବେଶ ପ୍ରଂଶସା କରିଥିଲେ । ସଭା ମଂଚରେ ବିଦ୍ୟାଳୟର ସଭାପତି ପୂର୍ଣ୍ଣଚନ୍ଦ୍ର ମହାନ୍ତ, ସଂପାଦକ ଲାଲବାହାଦୂର ମହାନ୍ତ, ବିଦ୍ୟାଳୟର କୋଷାଧ୍ୟକ୍ଷ ଉପେନ୍ଦ୍ର ମହାନ୍ତ, ଉପଦେଷ୍ଟା ନିରଂଜନ ନାୟକ, ବିରଚିଂ ନାରାୟଣ ମହାନ୍ତ ପ୍ରମୁଖ ମଂଚାସୀନ ରହି ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କାମନା କରିଥିଲେ । ଅତିଥିମାନଙ୍କ ସହିତ ଡୁବୁରିର ବରିଷ୍ଠ ସାମ୍ବାଦିକ କପିଳେନ୍ଦ୍ର ମହାନ୍ତ, ସଂଜୀବ ମହାନ୍ତ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ସହ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଅବିଭାବକ, ଅବିଭାବିକା, ସ୍ଥାନୀୟ ବ୍ୟକ୍ତିବିଶେଷ, ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା, ଶିକ୍ଷକ/ଶିକ୍ଷୟତ୍ରୀ ଯୋଗଦେଇ ପିଲାମରନଙ୍କ ଚିତାକର୍ଷକ କାର୍ଯ୍ୟକ୍ରମଗୁଡିକୁ ଉପଭୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close