କଟକ ଜିଲ୍ଲାରେ ରନ୍ଧନ ଗ୍ୟାସ ଯୋଗାଣ ସ୍ଵାଭାବିକ ରହିଛି : ବୁକିଙ୍ଗରେ କୌଣସି ପ୍ରକାର ସମସ୍ୟା ନାହିଁ

କଟକ, ତା. ୨୬ ମାର୍ଚ୍ଚ ୨୦୨୬: କଟକ ଜିଲ୍ଲାରେ ଘରୋଇ ଏବଂ ବାଣିଜ୍ୟିକ ଉପଭୋକ୍ତାଙ୍କ ପାଇଁ ରନ୍ଧନ ଗ୍ୟାସ (LPG) ଯୋଗାଣ ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ରହିଛି ଏବଂ କୌଣସି ପ୍ରକାରର ଅଭାବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗ୍ୟାସ ଅଭାବ ନେଇ ଚାଲିଥିବା ଗୁଜବକୁ ବିଶ୍ବାସ ନକରିବାକୁ କୁହାଯାଇଛି । ସମସ୍ତ ଗ୍ରାହକଙ୍କୁ ସମୟ ଅନୁସାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଉଛି। ସହରାଂଚଳରେ ଗ୍ରାହକମାନେ ଗୋଟିଏ ସିଲିଣ୍ଡର ପାଇବା ପରେ ୨୫ ଦିନ ଅତିକ୍ରମ ହେଲେ ପୁନର୍ବାର ବୁକିଂ କରିପାରୁଛନ୍ତି । ସେହିପରି ଗ୍ରାମାଂଚଳରେ ଏହି ସମୟସୀମା ୪୫ ଦିନ ଧରାଯାଇଛି। ଏହାଦ୍ୱାରା ସମସ୍ତ ଉପଭୋକ୍ତାଙ୍କ ମଧ୍ୟରେ ବଣ୍ଟନ ପ୍ରକ୍ରିୟା ଯଥାର୍ଥ ହେଉଛି। ଘରୋଇ ବ୍ୟବହାର ସହିତ, ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକୁ ମଧ୍ୟ ଆବଶ୍ୟକ ପରିମାଣରେ ଗ୍ୟାସ ଯୋଗାଣ ହେଉଛି। । ବିଶେଷକରି ହସ୍ପିଟାଲ, ଛାତ୍ରାବାସ, ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଖାଦ୍ୟ ପ୍ରସ୍ତୁତି/ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି ଏବଂ ଗ୍ୟାସ ଅଭାବ ଯୋଗୁଁ କୌଣସି ବାଧା ସୃଷ୍ଟି ହୋଇନାହିଁ। ଆବଶ୍ୟକତା ଅନୁଯାୟୀ ସମସ୍ତ ସଂସ୍ଥାକୁ ଠିକ ସମୟରେ ଗ୍ୟାସ ଯୋଗାଇ ଦିଆଯାଉଛି।
ପ୍ରଶାସନ ଏହା ସହିତ ଗ୍ୟାସ ବିତରଣ ବ୍ୟବସ୍ଥା ଉପରେ କଡା ନଜର ରଖିଛି। କେହି ଯେପରି ଅତିରିକ୍ତ ସିଲିଣ୍ଡର ମହଜୁଦ କରି କୃତ୍ରିମ ଅଭାବ ସୃଷ୍ଟି ନକରନ୍ତି ସେଥିପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ଏଥିପାଇଁ ଅଧିକାରୀମାନଙ୍କ ସହ ସମୟ ସମୟରେ ବୈଠକ କରାଯାଇ ପରିସ୍ଥିତିର ଆଲୋଚନା କରାଯାଉଛି। ଏହା ସହିତ, ଗ୍ୟାସର କଳାବଜାରୀ ଓ ଅବୈଧ ଭାବେ ରିପ୍ୟାକେଜିଂ କରି ବିକ୍ରୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବ ବୋଲି କୁହାଯାଇଛି। ଏପରି କାର୍ଯ୍ୟକଳାପ ଉପରେ ବିଶେଷ ନଜର ରଖାଯାଉଛି ଏବଂ ଦୋଷୀ ସାବ୍ୟସ୍ତ ହେଲେ ଆଇନ ଅନୁସାରେ କଠୋର ପଦକ୍ଷେପ ନିଆଯିବ।
ଜିଲ୍ଲା ପ୍ରଶାସନ ଗ୍ରାହକମାନଙ୍କୁ ଅନାବଶ୍ୟକ ଭାବେ ଗ୍ୟାସ ସିଲିଣ୍ଡର ସଂଗ୍ରହ ନକରିବାକୁ ଓ ଯୋଗାଣ ତଥା ବୁକିଙ୍ଗ ବାବଦରେ କୌଣସି ଗୁଜବରେ ବିଶ୍ବାସ ନ କରିବାକୁ ଅନୁରୋଧ କରିଛି।

ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ ନିଶ୍ଚିନ୍ତକୋଇଲି ଅଞ୍ଚଳରେ କଳାବଜାରୀ ସଂବନ୍ଧରେ ସୂଚନା ପାଇ ସେଠାରେ ଛାନବିନ କରି ତଦାରଖ କରିବା ପରେ ରବୀନ୍ଦ୍ରନାଥ ସେଠୀ ନାମକ ଜଣକ ଘରୁ ଖାଲିଥିବା ୩ଗୋଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଥିବାବେଳେ ସେହି ଅଞ୍ଚଳର ଅଞ୍ଜନ କୁମାର ସରନ ଘରୁ ୨୨ଟି ଖାଲି ସିଲିଣ୍ଡର ଜବତ ହୋଇଥିବାର ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close