ମହାନ ବିପ୍ଲବୀ ଶହୀଦ ଭଗତ ସିଂଙ୍କ ୯୫ତମ ଫାଶୀ ଦିବସ ବ୍ୟାସନଗରରେ ପାଳିତ

ବ୍ୟାସନଗର, (ଉ.ନ୍ୟୁଜ୍ ବ୍ୟୁରୋ): ଆଜି ତା ୨୩/୩/୨୦୨୬ ରିଖ ମହାନ ବିପ୍ଲବୀ ଶହୀଦ ଭଗତ ସିଂ, ସୁଖଦେବରାଜଗୁରୁଙ୍କ ୯୫ତମ ଫାଶୀ ଦିବସ ପରିପ୍ରେକ୍ଷୀରେ ଭଗତ ସିଂ ସ୍ମୃତି ସଂସଦ ତରଫରୁ ଏକ ଆଲୋଚନା ସଭା ସ୍ମୃତି ସଂସଦର ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ ଝାଟିଆସାହି ସ୍ଥିତ ଅଭିମନ୍ୟୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ସଭାକୁ ଶିକ୍ଷକ ନେତା ଡ଼ଃ ଦୁଷ୍ମନ୍ତ କୁମାର ନାୟକ ପ୍ରଦୀପ ଜାଳି ଉଦଘାଟନ କରିଥିଲେ। ଅତିଥିମାନେ ମଧ୍ୟ ଭଗତ ସିଂଙ୍କ ଫଟୋଚିତ୍ରରେ ପୁଷ୍ପ ଏବଂ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ପରେ ସଂସଦ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ । ଉକ୍ତ ଆଲୋଚନା ସଭାରେ ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନର ସଭାପତି ବିବେକାନନ୍ଦ ମହାନ୍ତି, ପୂର୍ବତନ ନଗରପାଳିକା ସବିତା ରାଉତ, ଉଦୟବଟର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ, ସାମ୍ବାଦିକ ପବିତ୍ର ରଞ୍ଜନ ମହାନ୍ତି, ସ୍ମୃତି ସଂସଦର ଯୁଗ୍ମ ସମ୍ପାଦକ ପରମାନନ୍ଦ ସେଠୀ, କାଉନସିଲର କୁମୁଦିନୀ ରାଉତ, ତ୍ରିଲୋଚନ ରାଉତ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ ! ରଶ୍ମି ରେଖା ନାୟକ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ସଂସଦ ତରଫରୁ ଏହି ଅବସରରେ ୧୦ଜଣ ଶ୍ରମିକ/ଶ୍ରମିକା ଲକ୍ଷ୍ମୀ ହେମ୍ବ୍ରମ, ଗୌରୀ ନାୟକ, ଅଭିମନ୍ୟୁ ବିଶ୍ୱାଳ, ପ୍ରମିଳା ନାୟକ, ନୀତିମା ଟିୟୁ, ଆଶା ସାମାଡ଼, ରସାଇ ବଦ୍ରା, ବାସନ୍ତୀ ନାୟକ, ଜଗା ମୁଣ୍ଡା, ଗଙ୍ଗା ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା! ଉକ୍ତ କାର୍ଯ୍ୟକ୍ରମରେ ପ୍ରଣବ ଜୀ, ଫନି କିସ୍କୁ, ମାଳତୀ ହାଁସଦା, ଜସ୍ମିତା ବିନ୍ଧାଣି, ଗୋବିନ୍ଦ ନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସଂସଦର ସଭାପତି ପ୍ରଫୁଲ୍ଲ ନାୟକ ନିଜର ବକ୍ତବ୍ୟରେ କହିଲେ କି ଭଗତ ସିଂ ଜେଲରେ ଥିବା ସମୟରେ ଲେଲିନ ଓ କାର୍ଲମାର୍କ୍ସଙ୍କ ବହି ପଢି ନିଜକୁ ସାମ୍ୟବାଦୀ ଚିନ୍ତାଧାରାରେ କାର୍ଯ୍ୟ କରୁଥିଲେ, ତାଙ୍କର ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଥିଲା ଏବଂ ଯୁବ ସମାଜକୁ ଆକୃଷ୍ଟ କରିଥିଲା ସେ ଯୁବ ମାନସର ପ୍ରତୀକ ଥିଲେ, ଅତି କମ ବୟସରେ ମହାନ ବିପ୍ଲବୀ ଓ ଦେଶପ୍ରେମୀ ଭାବେ ହସି ହସି ଦେଶ ପାଇଁ ଫାଶୀରେ ଝୁଲି ଥିଲେ ବୋଲି ସଭାପତି ଶ୍ରୀ ନାୟକ ଓ ବକ୍ତାମାନେ ନିଜ ବକ୍ତବ୍ୟରେ କହିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close