ପାଣିକୋଇଲି ପୂର୍ତ ବିଭାଗରେ ବହୁ ଅନିୟମିତତା, ଯନ୍ତ୍ରୀଙ୍କ ମନମାନିରେ ଏସ.ଇଙ୍କ କ୍ୱାର୍ଟରରେ ଚାଲିଛି ଅଫିସ କାର୍ଯ୍ୟ

ପାଣିକୋଇଲି, ୨୧/୦୩ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ପୂର୍ତ ବିଭାଗର ରାଜ୍ୟର ଏକ ପ୍ରମୁଖ ତଥା ବ୍ୟୟବହୁଳ ରାସ୍ତା ଓ ଗୃହ ନିର୍ମାଣ ଅଥାତ୍ ପୂର୍ତ ବିଭାଗର ଡିଭିଜନ (Panikoili Roads & Building Division) କାର୍ଯ୍ୟାଳୟଟି ଏବେ ଅନେକ କ୍ଷେତ୍ରରେ ଦିଗହରା ହୋଇପଡ଼ିଥିବାର ଅଭିଯୋଗ ଉଠିଛି । ଏହି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପଦବୀଟି କିଛି ଦିନ ତଳୁ ପଦ୍ୟୋନ୍ନତି ହୋଇ ସହକାରୀ ମୁଖ୍ୟ ଯନ୍ତ୍ରୀ ପଦବୀ ହୋଇଥିବା ବେଳେ ଏଠାରେ ଅଧିକ୍ଷଣ ଯନ୍ତ୍ରୀ ହିଁ କାର୍ଯ୍ୟ ତୁଲାଉଛନ୍ତି । ଏଠାରେ ଏବେ ଇଂ. କୋମଲ କୁମାର ସ୍ୱାଇଁ ଏହି ପଦରେ ଅବସ୍ଥାପିତ ଅଛନ୍ତି । ସେ ପ୍ରାୟତଃ ତାଙ୍କ କାର୍ଯ୍ୟାଳୟରେ ଅଧିକାଂଶ ବେଳେ ଅନୁପସ୍ଥିତ ରହୁଥିବାର ଦେଖାଯାଉଥିବା ବେଳେ କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ସରକାରୀ ବାସଭବନରେ ବସି ସେ ଅଫିସ କାର୍ଯ୍ୟ ଚଳାଉଥିବାର ଅଭିଯୋଗ ହେଉଛି । ସେଠାକୁ ଅଧିନସ୍ଥ କର୍ମଚାରୀମାନେ ଅଫିସରୁ ଫାଇଲ ବୋହି ନେଇ ଦସ୍ତଖତ ଆଦି କରିଆଣୁଥିବାର ପରିଲକ୍ଷିତ ହେଉଥିବା ବେଳେ ଅଫିସରେ ପିଅନ/କିରାଣୀ ଆଦିମାନେ ସାର ନାହାନ୍ତି; ଫିଲ୍ଡ ଯାଇଛନ୍ତି ଆଦି ଅନେକ ମିଛ କଥା କହି କାମଦାମ ଆଦି ପାଇଁ ଅଫିସକୁ ଯାଉଥିବା ବ୍ୟକ୍ତିବିଶେଷଙ୍କୁ ଫେରାଇ ଦେଉଥିବାର ଅଭିଯୋଗମାନ ଶୁଣିବାକୁ ମିଳୁଛି । ଏପରିକି ରାତ୍ରୀରେ ତାଙ୍କ କ୍ୱାର୍ଟରକୁ ଫାଇଲ ବୁହାହେଉଥିବାର ଦେଖିବାକୁ ମିଳୁଛି । କ୍ୟାସିୟର ବାବୁ ଏସ.ଇଙ୍କ ସରକାରୀ କ୍ୱାର୍ଟରରେ କିଛି ଦିନ ହେଲା ବସି ରହି ବିଲ ପାସର ସୁବନ୍ଦୋବସ୍ତ କରୁଛନ୍ତି । ଯନ୍ତ୍ରୀମାନେ କ୍ୱଚିତ୍ କାର୍ଯ୍ୟକ୍ଷେତ୍ରକୁ ତଦନ୍ତରେ ଯାଉଛନ୍ତି ତ ଅପରପକ୍ଷରେ ମାପଚୂପ ଓ ବିଲ ପାସରେ ଠିକାଦାରଙ୍କୁ ସାହାଯ୍ୟ କରି ଅନୁଚିତ ଅନୁଗ୍ରହ ଗ୍ରହଣ କରୁଥିବାର କଥା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଏଣେ ଏହି ଡିଭିଜନରେ ବହୁ କୋଟି ଟଙ୍କାର କାମ ଓ ମରାମତି କାମ ଆଦି ହେଉଥିବା ବେଳେ ପି.ସି କାରବାର ବି ଯୋରସୋରରେ ବଢ଼ି ଚାଲିଥିବାର ଅଭିଯୋଗ ହୋଇଆସୁଛି । ଯନ୍ତୀମାନେ ଅନୈତିକ ଭାବେ ବହୁ ଆୟବର୍ହିଭୂତ ସଂପତି ଠୂଳ କରୁଥିବା ବେଳେ ଭିଜିଲାନ୍ସ ବିଭାଗ ନୀରବ ଦ୍ରଷ୍ଟା ସାଜିବା ବିସ୍ମୟଜନକ ଘଟଣା ବୋଲି କେତେକ କହୁଛନ୍ତି । ଏବେ ମାର୍ଚ୍ଚ ମାସ ଚାଲିଥିବା ବେଳେ ଠିକାଦାରମାନଙ୍କ ବିଲ ପାସ, ବହୁ ମିଥ୍ୟା ବିଲ ପୈଠ, ବଡ ବଡ କାମ ଠାରୁ ବଡ କାମକୁ ଛୋଟ ଛୋଟ କାମରେ ଭାଗ ଭିଭକ୍ତ କରି ପି-୦୧ରେ କାମ ଦେଇ ବିଭାଗ ଏଠାରେ ବହୁ ଟଙ୍କାକୁ ଅପଚୟ କରି ମାଲେମାଲ ହେଉଥିବାର କୁହାଯାଉଛି । ୦୫ଲକ୍ଷ ଟଙ୍କାରୁ କମ ମୂଲ୍ୟର କାମଗୁଡିକୁ ପି-୦୧ରେ ଦେଇ ଏହାର ଦାୟିତ୍ୱକୁ ୦୨ ଦୁଇ ଜଣ ସହକାରୀ ଯନ୍ତ୍ରୀଙ୍କୁ ଉପେକ୍ଷା କରାଯାଇ ଆଶ୍ଚର୍ଯ୍ୟଜନକ ଭାବେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଦେଇ ବିଭାଗର ମନମାନିକୁ ପଦାରେ ପକାଇଛନ୍ତି । କାର୍ଯ୍ୟାଦେଶରେ ସର୍ତ ଥିବା ଭଳି କାର୍ଯ୍ୟ କାର୍ଯ୍ୟକ୍ଷେତ୍ରରେ ଦେଖାଯାଉନାହିଁ; ବରଂ ବହୁ ନିମ୍ନମାନର କାମ ହେଉଛି ।
ସୂଚନାଯୋଗ୍ୟ, ପାଣିକୋଇଲି-ରଗଡି ରାସ୍ତାର ୦୦.୦୦ କି.ମି ଠାରୁ କୋରେଇ ରେଳଲାଇନ ପର୍ଯ୍ୟନ୍ତ ରାସ୍ତା ଏବେ ଶୋଚନୀୟ ହୋଇପଡ଼ିଛି, ଯାହା ଗତ ବର୍ଷ ନିର୍ମିତ ହୋଇଥିଲା । ପାଣିକୋଲିର କନିଷ୍ଠ ଯନ୍ତ୍ରୀ ତାଙ୍କ ଏମ.ବି ବୁକ୍‌ରେ ନିଜେ କାମର ରେକର୍ଡ/ତଥ୍ୟ ଉପସ୍ଥାପନ ନ କରି ଅନ୍ୟ ଜଣେ ଅବସରପ୍ରାପ୍ତ ବିଭାଗୀୟ ପିଅଙ୍କ ଜରିଆରେ ତାହାକୁ ଉଲ୍ଲେଖ କରିଥିବାର ଅଭିଯୋଗ ହେଉଛି । ଏହି ବୁକ୍‌ରେ ଉଲ୍ଲେଖିତ ହସ୍ତାକ୍ଷରଗୁଡିକର ତଦନ୍ତ କଲେ ତାହା ଧରାପଡିଯିବ ବୋଲି ପାଣିକୋଇଲି ଅଂଚଳର ବରିଷ୍ଠ ସମାଜସେବୀ ଓ କୋରେଇ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ ଦାବୀ କରିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଗତ ୦୩ ମାସ ଭିତରେ ଅଧିକାଂଶଙ୍କ ଜାଣତରେ ଏହି ଡିଭିଜନରେ ସର୍ବାଧିକ ଦୁର୍ନୀତି ସଂଗଠିତ ହୋଇଛି । ସେଥିପାଇଁ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ସହ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ତଦନ୍ତ କଲେ ବହୁ ରହସ୍ୟର ଗୁମର ଫିଟନ୍ତା ବୋଲି ସେ ଆଶା ପ୍ରକଟ କରିଛନ୍ତି । ଏପରିକି ରାତ୍ରୀରେ କ୍ୱାର୍ଟରର ସର୍ଚ୍ଚ କରାଗଲେ ବହୁ ଅନୈତିକ କାରବାର ସହ ବିପୁଳ ପରିମାଣର ଟଙ୍କା ଜବତ ହୋଇ ପାରନ୍ତା ବୋଲି ସେ ଅଭିଯୋଗ କରିଛନ୍ତି । କେତେକ ଠିକାଦାରଙ୍କ ଖାତାକୁ ମିଥ୍ୟା ବିଲର ପରିମାଣ ପଠାଇ ରାଧେ ରାଧେ, ତୋ’ର ଅଧାକୁ ମୋ’ର ଅଧା ନ୍ୟାୟରେ କାମ ଚାଲିଛି । ଗୋଟିଏ କାମକୁ ନିର୍ମାଣ ଚାଲିଥିବା ବେଳେ ଠିକାଦାର ବଦଳାଇ ଆଉ ଜଣେ ଠିକାଦାରଙ୍କୁ ଆଣି କାମ କରାଯାଉଥିବାର ଦେଖିବାକୁ ମିଳୁଛି । ଉଦାହରଣସ୍ୱରୂପ, ଯାଜପୁରରୋଡର ୱେୟାରହାଉସ ଛକ ଠାରୁ ସହରସାହି ଛକ ପର୍ଯ୍ୟନ୍ତ ରାସ୍ତା । ବହୁ ଠିକାଦାର ଜି.ଏସ.ଟି ଫାଙ୍କୁ ଥିବା ବେଳେ ବିଭାଗ ଜାଣି ଅଜଣା ଭାବେ ପରବର୍ତୀ ବିଲ ପାସ କରାଇଦେଉଛନ୍ତି । ଲେବର ସେସ୍ କାର୍ଯ୍ୟ ଅନୁଯାୟୀ ପୈଠ ହେଉ ନ ଥିବା ବେଳେ ଅଧିକାଂଶ ଠିକାଦାରଙ୍କର ଲେବର ଲାଇସେନ୍ସ ନାହିଁ ଅଥବା ତାହା ନବୀକରଣ ହୋଇନାହିଁ । ରାସ୍ତା କାମରେ ଲାଗୁ ଥିବା ସିମେଂଟ, ଇଟା, ଚିପ୍ସ, ଗୋଡି ଆଦିର ମିଥ୍ୟା ଜିଏସଟି ଦର୍ଶାଯାଉଥିବାର ଜଣାଯାଇଥିଲେ ହେଁ ବିଭାଗ ତାହା ଉପରେ ଖୋଳତାଡ ନ କରି ବିଲ ପରେ ବିଲ ପୈଠ କରିଚାଲିଛି । ମାଟି, ଗୋଡି, ମୋହରମ, ବାଲିର ଅଧିକାଂଶ ପରିମାଣ ଚୋରା ଚାଲାଣ ହୋଇ କାମରେ ଲାଗିଥିବା ବେଳେ ପୂର୍ତ ବିଭାଗର ଯନ୍ତ୍ରୀ, ମାଇନିଂ ବିଭାଗ, ପୋଲିସ, ପ୍ରଶାସ. ଆର.ଟି.ଓ ଆଦି ନୀରବ ଦ୍ରଷ୍ଟା ସାଜିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close