
ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ୭୭ ତମ ଗଣତନ୍ତ୍ର ଦିବସ ପାଳିତ ହେବା ସହ ରିଲିଆନ୍ସ ଜୁଏଲାରୀ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ବ୍ୟାସନଗର; ୨୬/୦୧(ନି ପ୍ର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ରବିବାର ସକାଳ ୮ଘଟିକାରେ ବିଦ୍ୟାଳୟ ଖେଳ ପଡିଆରେ ମୁଖ୍ୟ ଅତିଥି ଭାବେ ଆଡଦ୍ଭୋକେଟ ଚନ୍ଦ୍ର ଶେଖର ପଣ୍ଡା, ଅଧ୍ୟକ୍ଷ ବୁଦ୍ଧଦେବ ରାଉତ , ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପ- ପ୍ରଧାନାଚାର୍ୟ ଆର.ଏନ.ରୟତ ସିଂ ,ଏକାଡେମୀକ ମୁଖ୍ୟ ସୋନିଆ ବେଦୀ ଓ ସି ସି ଏ ପରିଚାଳକ ବଲବୀର ସିଂ ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା। ଏହା ପରେ ସ୍କାଉଟ – ଗାଇଡ, ଏନ. ସି. ସି, ନେଭି ,ସିଭିଲ ପ୍ୟାରେଡ ଛାତ୍ରଛାତ୍ରୀଙ୍କ ଦ୍ଵାରା ଜୟ ଜୟକାର ନାରା ସହ ଚାରୋଟି ହାଉସ ଯଥା ମାରିକମ୍ (ରେଡ଼), ଧ୍ୟାନ ଚାନ୍ଦ (ଗ୍ରୀନ), ପି ଟି ଉଷା (ୟେଲୋ), ମିଲଖା ସିଂ(ବ୍ଲୁ) ର ଛାତ୍ରଛାତ୍ରୀ ମାନେ ପ୍ୟାରେଡ ପ୍ରଦର୍ଶନ କରିଥିଲେ। ଏଥି ସହ ନୃତ୍ୟ ଶିକ୍ଷିକା ପ୍ରିୟଙ୍କା ବେହେରା ଓ ଏସ ପୁଣ୍ୟତୋୟାଙ୍କ ନିର୍ଦ୍ଦେଶନା କ୍ରମେ ଦେଶଭକ୍ତି ସଙ୍ଗୀତରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ଵାରା ଦେଶଭକ୍ତି ସଙ୍ଗୀତ ପରିବେଷଣ ହୋଇଥିଲା। ଚର୍ଚିତା ପତି ଓ ଦୀପକ ପାଣିଗ୍ରାହୀ ଆଙ୍କାରିଂ ଦାୟୀତ୍ୱ ନିଭାଇଥିଲେ। ସତ୍ୟନାରାୟଣ ପଣ୍ଡା ,ଶାରଦା ପ୍ରସାଦ ମହାନ୍ତି, ବିଦ୍ୟାଧର ପରିଡା, ପ୍ରତ୍ୟୁଷ ସାମଲ,ସନ୍ତୋଷ ନାୟକ ,ବିଶ୍ବରଂଜନ ଦ୍ୱିବେଦୀ ,ବିଶ୍ୱଜିତ୍ ପଣ୍ଡା, ମଦନ ମୋହନ ମଲ୍ଲିକ,ସୁଭାସିସ ପତି, ପ୍ରକାଶ ସାହୁ,ଶୁଭଦ୍ରା ମହାନ୍ତି,ସୁମନ ଧୀର, ଏନ ସି ସି ମାଷ୍ଟର ସୁକାନ୍ତ ପାତ୍ର, ଖେଳ ଶିକ୍ଷିକା ସରସ୍ଵତୀ ପଣ୍ଡା , କାଳୀଚରଣ ବାସ୍କେ, ସନ୍ଧ୍ୟାରାଣି ,କରାଟେ ଶିକ୍ଷକ ଶିବରାଜ ପ୍ରମୁଖ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ପରିଚାଳନା ଦାୟୀତ୍ୱ ନିଭାଇଥିଲେ। ବ୍ୟାସନଗର ରାଜୀବଗାନ୍ଧୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ସାମୁହିକ ପ୍ୟାରେଡ ପ୍ରଦର୍ଶନୀରେ ବିଦ୍ୟାଳୟ ତରଫରୁ ସାଟ ଗୋଟି ପ୍ଲାଟୁନ ଭାଗ ନେଇଥିବା ବେଳେ ଛ ଟି ଟ୍ରଫି ପ୍ରାପ୍ତ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟରେ ପ୍ରଥମ ପୁରସ୍କାର,ସ୍କାଉଟକୁ ଦିତୀୟ ପୁରସ୍କାର, ସିଭିଲ ଛାତ୍ର ସିନିଅର ଦିତୀୟ ପୁରସ୍କାର,ସିଭିଲ ଛାତ୍ରୀ ସିନିଅର ପ୍ରଥମ ପୁରସ୍କାର,ସିଭିଲ ଛାତ୍ରୀ ଜୁନିଅର ପ୍ରଥମ ପୁରସ୍କାର, ନେଭୀ, ଏନ ସି ସି କୁ ତୃତୀୟ ପୁରସ୍କାର ଟ୍ରଫି ପ୍ରାପ୍ତ ହୋଇଥିଲା। କଳା ଶିକ୍ଷକ ଉଦୟ ଓଝା,ଅରୁଣ କୁମାର ଜେନାଙ୍କ ଦ୍ଵାରା ମଞ୍ଚ ସାଜସଜା ହୋଇଥିଲା। ପ୍ରିୟଙ୍କା ବେହେରା ଓ ଏସ ପୁଣ୍ୟତୋୟା ଙ୍କ ନିର୍ଦ୍ଦେଶନାରେ କୁନି କୁନି ପିଲାଙ୍କ ନାଚ ଗୀତରେ ବି ମଞ୍ଚ ଆକର୍ଷିତ ଥିଲା। ଏଥି ସହ ରିଲିଆନ୍ସ ଜୁଏଲାରୀ ତରଫରୁ ଅଭିଳାଷ ଜେନା,ସତ୍ୟ ନାରାୟଣ ପଣ୍ଡା,ତପନ ପାତ୍ର, କାଜଲିନ ବଳ,ଶୁଭଶ୍ରୀ ବିଶ୍ଵାଳ ଙ୍କ ତତ୍ତ୍ଵାବଧାନରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୁନି କୁନି ପିଲାଙ୍କୁ ସାର୍ଟିଫିକେଟ,ଟ୍ରଫି, ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଉପ- ପ୍ରଧାନାଚାର୍ୟ ଆର.ଏନ.ରୟତ ସିଂ ଧନ୍ୟବାଦ ଅର୍ପଣ କରିବା ସହ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।






