
‘ଉଦୟବଟ’ ତରଫରୁ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ
ବ୍ୟାସନଗର,୨୬/୧(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ‘ଉଦୟବଟ’ କାର୍ଯ୍ୟାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆଜି ସୋମବାର ସକାଳେ ମହାସମାରୋହରେ ପାଳିତ ହୋଇଯାଇଛି । ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ତଥା ଯାଜପୁର ଜିଲ୍ଲା ବିଜୁ ମହିଳା ମୋର୍ଚ୍ଚାର ସଭାନେତ୍ରୀ ସବିତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ, ଝାଡେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅକ୍ଷୟ କୁମାର ପଣ୍ଡା ସମ୍ମାନିତ ବକ୍ତା ଭାବେ, ସମ୍ମାନିତ ଅତିଥି ଭାବେ ଯୁବ ଉଦ୍ୟୋଗୀ ବିଭୂପ୍ରସାଦ ଲେଙ୍କା, ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଉର୍ମିଳା ନାୟକ, ଯୁବ ସମାଜସେବୀ ଟିକାୟତ ପାଲ, କୋରାଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ, ଓ.ଏଫ୍.ଡି.ସିର ଅବସରପ୍ରାପ୍ତ ଅଧିକାରୀ ବିନୋଦ ବିହାରୀ ଜେନା, ଯୁବ ଉଦ୍ୟୋଗୀ ରଶ୍ମିତା ଲେଙ୍କା ଓ ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଅଧିକାରୀ ଦେବରଂଜନ କର, ଶିକ୍ଷାବିତ୍ ନୃସିଂହ ଚରଣ ବଳ, ଭାରତୀୟ ସେନାର ଅବସରପ୍ରାପ୍ତ ପଦାଧିକାରୀ ପୂର୍ଣ୍ଣଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିଥିଲେ । ଦେଶର ଅଖଣ୍ଡତା ପାଇଁ ସମସ୍ତଙ୍କ ହୃଦୟରେ ସଦା ଦେଶପ୍ରେମର ଭାବ ଉଦ୍ରେକ ହେବା ସହିତ ଦେଶ ତଥା ରାଜ୍ୟର ଉନ୍ନତି ପାଇଁ ସମସ୍ତେ ସମ୍ବିଧାନ ପ୍ରଣୀତ ନିୟମ କାନୁନଗୁଡିକୁ ସମ୍ମାନର ସହ ମାନିବା ସଂଗେ ସଂଗେ ସାଧୁ ଉପାୟରେ ପରିଶ୍ରମ କରି ନିଜର ଜୀବିକା ଅର୍ଜ୍ଜନ କରିବା ଉପରେ ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଶ୍ରମିକ ନେତା ଅରୁଣ ଦାସ, ବିଶିଷ୍ଟ କବୟତ୍ରୀ ସୁମିତ୍ରା ମିଶ୍ର, ଜ୍ୟୋତ୍ସାରାଣୀ ଦତ୍ତ, ନିଳେନ୍ଦ୍ରୀ ନାୟକ, ଅନ୍ନପୂର୍ଣ୍ଣା ରାୟ, ମମତା ଦାଶ, ବିଜୟଲକ୍ଷ୍ମୀ ପଣ୍ଡିତ୍, ମାମି ପାଣିଗ୍ରାହୀ, ବୁନା ଦେଇ, ଭାରୀତ ବେହେରା, ଅଭିମନ୍ୟୁ ବିଶ୍ୱାଳ, ସଂଜୟ କୁମାର ମହାନ୍ତି, ଯୁବ ଉଦ୍ୟୋଗୀ ଶତାଦ୍ଦୀ ଜୟବ୍ରତ ସାମଲ, ହରଦୟାଲ ସିଂ, ପ୍ରଫୁଲ୍ଲ ବାରିକ, ଅଭିମନ୍ୟୁ ବିଶ୍ୱାଳ, ଅନୂପ କୁମାର ଦାସ, ରମେଶ ଦାସ, ନରହରି ବେହେରା, ରତିକାନ୍ତ ମହାନ୍ତି, କାଂଚନ ନାୟକ, ତିଳୋତମା ମହାନ୍ତି, ମଂଜୁଲତା ନାୟକ, କାଳନ୍ଦି ବାରିକ, ଆରତୀ ବାରିକ, ଭାରତୀ ବିଶ୍ୱାଳ, ନିକିତା ବାରିକ, ହରପ୍ରିୟା ନାୟକ, ଜୟଦେବ ମହାରଣା, ମିଟି ମହାରଣା, ଗୋଲାପ ମୁଣ୍ଡା, ଲକ୍ଷ୍ମୀ ମହାରଣା, ଇନ୍ଦୁମତୀ ନାୟକଙ୍କ ସମେତ ବହୁ ଛାତ୍ରଛତ୍ରୀ ଯୋଗ ଦେଇଥିଲେ । ‘ଉଦୟବଟ’ର କାର୍ଯ୍ୟକାରୀ ସଂପାଦିକା ବିଦ୍ୟୁତ୍ପ୍ରଭା ରାୟ ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ବରିଷ୍ଠ ସମାଜସେବୀ ସମୀର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।




