
ସାନ୍ତ୍ରାଗାଛି-ତାମ୍ବାରାମ ଅମ୍ରିତ ଭାରତ ଏକ୍ସପ୍ରେସ ଟ୍ରେନକୁ ଯାଜପୁର-କେଉଁଝର ରୋଡ଼ ରେଳ ଷ୍ଟେସନରେ ଭବ୍ୟ ସ୍ୱାଗତ
ଯାଜପୁରରୋଡ଼, (ଦୁଷ୍ମନ୍ତ କୁମାର ରାଉତ / ଅନୂପ କୁମାର ଦାସଙ୍କ ଠାରୁ), ୧୮/୦୧: ପଶ୍ଚିମବଂଗର କଲିକତା ସହରର ବ୍ୟସ୍ତବହୁଳ ତଥା ବଡ ଜନˆସନ ସାନ୍ତ୍ରାଗାଛି ଷ୍ଟେସନରୁ ଆଜି ନିର୍ଦ୍ଧାରିତ ଅପରାହ୍ନ ୨ଟା୪୫ମି ସମୟର ବିଳମ୍ବରେ ଅପରାହ୍ନ ୩ଟା ୨୭ମି ସମୟରେ ଚଳାଚଳ ଆରମ୍ଭ କରି ଚେନ୍ନାଇ ସହରର ତାମ୍ବାରାମ ଅଭିମୁଖେ ବାହାରିଥିଲା ‘ସାନ୍ତ୍ରାଗାଛି-ତାମ୍ବାରାମ ଅମ୍ରିତ ଭାରତ ଏକ୍ସପ୍ରେସ’ ଅପ୍ ଟ୍ରେନ ନଂ-୦୬୧୦୮ । ଏହା ଖଡଗପୁର ଜନˆସନ, ବାଲେଶ୍ୱର, ଭଦ୍ରଖରେ ରହଣି କରି ଯାଜପୁର-କେଉଁଝର ରୋଡ଼ ରେଳ ଷ୍ଟେସନରେ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୭ଟା ୧୬ମି ସମୟ ପରିବର୍ତେ ୭ଟା ୩୩ମି ସମୟରେ ପହଂଚି ୭ଟା ୩୯ମି ସମୟରେ ନିଜ ଗନ୍ତବ୍ୟ ସ୍ଥାନ ଅଭିମୁଖେ ଛାଡିଥିଲା । ଏହି ଦୂରଗାମୀ ନୂତନ ଟ୍ରେନକୁ ଭବ୍ୟ ସ୍ୱାଗତ କରିବା ପାଇଁ ଯାଜପୁର-କେଉଁଝର ରୋଡ଼ ରେଳ ଷ୍ଟେସନର ୦୩ନଂ ପ୍ଲାଟଫର୍ମରେ ଉପସ୍ଥିତ ଥିବା ଯାଜପୁରର ସାଂସଦ ରବିନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକ, ଖୋର୍ଦ୍ଧାରୋଡର ଡି.ସି.ଏମ-୧ ପ୍ରଦୀପ ଡୁବଲ, କଟକ ଆର.ପି.ଏଫର ଆସିଷ୍ଟାଂଟ ସିକୁରିଟି କମିଶନର ପ୍ରଫୁଲ୍ଲ କୁମାର ଦଳବେହେରା, ରେଳବାଇର ବରିଷ୍ଠ ଅଧିକାରୀ ପରଭିନ୍ଦର କୁମାର, ଯାଜପୁରରୋଡ ଆର.ପି.ଏଫର ଇନିସ୍ପେକ୍ଟର କ୍ଷୀର ସାଗର ଭଂଜ, ଜି.ଆର.ପି ଅଧିକାରୀ ସୁଶାନ୍ତ କୁମାର ସେଠୀଙ୍କ ସମେତ ସମେତ ବହୁ ଅଧିକାରୀ, ସମ୍ବାଦିକ, ସହରର ବହୁ ବୁଦ୍ଧିଜୀବୀ, ପ୍ରସନ୍ନ କୁମାର ସାମଲଙ୍କ ସମେତ ବହୁ ନେତୃମଣ୍ଡଳୀ, ଓଡ଼ିଶାରେ ରେଳବାଇର ବିକାଶ ପାଇଁ ଲଢ଼େଇ କରୁଥିବା ଦୁଷ୍ମନ୍ତ କୁମାର ରାଉତଙ୍କ ସମେତ ବହୁ ସାମାଜିକ କର୍ମୀ ପ୍ରମୁଖ । ଏହି ଟ୍ରେନଟି ଯାଜପୁର-କେଉଁଝର ରୋଡ଼ ରେଳ ଷ୍ଟେସନ ପରେ କଟକ, ଭୂବନେଶ୍ୱର, ଖୋର୍ଦ୍ଧାରୋଡ ଜନˆସନ, ବାଲୁଗାଁ, ବହ୍ମପୁର ଦେଇ ଆନ୍ଧ୍ରପ୍ରଦେଶର ପଲାସା ରେଳ ଷ୍ଟେସନ ଦେଇ ଚେନ୍ନାଇ ଅଭିମୁଖେ ଗତି କରିବ । ଓଡ଼ିଶାର ବାଲେଶ୍ୱରରେ ଏହା ଅପରାହ୍ନ ୫ଟା ୩୮ମି ସମୟରେ ଛୁଇଁ ବ୍ରହ୍ମପୁର ଷ୍ଟେସନରେ ରାତ୍ର ୧୧ଟା ୦୫ମି ସମୟରେ ପ୍ରସ୍ଥାନ କରିବ । ଓଡ଼ିଶାରେ ଏହି ଦୃତଗାମୀ ଟ୍ରେନଟି ମାତ୍ର ୦୮ଟି ଷ୍ଟେସନରେ ରହଣି କରିବ । ଏହି ନୂତନ ଟ୍ରେନକୁ ସ୍ୱାଗତ କରିବା ପାଇଁ ସମୟର ସୁବିଧା ଦୃଷ୍ଟିରୁ ଓଡ଼ିଶାର ଭଦ୍ରଖ, ଯାଜପୁର-କେଉଁଝର ରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ ରେଳ ଷ୍ଟେସନ ଠାରେ ରେଳ ବିଭାଗ ତରଫରୁ ବ୍ୟବସ୍ଥା ହୋଇଥିବାର ଭୁବନେଶ୍ୱର ସ୍ଥିତ ‘ଇଷ୍ଟକୋଷ୍ଟ ରେଳବାଇ’ର ମୁଖ୍ୟ ଜନ ସଂର୍ପକ ଅଧିକାରୀ ଦୀପକ ରାଉତ ଜଣାଇଥିଲେ ।
ସୂଚନାଯୋଗ୍ୟ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୂତନ ଟ୍ରେନଟିକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରିଥିଲେ ।





