ଅଷ୍ଟମ ବେତନ କମିଶନରେ ଡାକ ପେନସନଭୋଗୀଙ୍କୁ ସାମିଲ କରିବାକୁ ଦାବି; କଟକ ଜି.ପି.ଓ ରେ ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ନବବର୍ଷ ବନ୍ଧୁମିଳନ

କଟକ , ୪/୧: ଡାକ ବିଭାଗର ସମସ୍ତ ଅବସରପ୍ରାପ୍ତ କର୍ମଚାରୀମାନେ କିପରି ଅଷ୍ଟମ ବେତନ କମିଶନରେ ଅନ୍ତର୍ଭୁକ୍ତ ହୋଇ ସେମାନଙ୍କର ସଂଶୋଧିତ ଓ ବର୍ଦ୍ଧିତ ପେନସନ ର ସୁବିଧା ପାଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ଠାରେ ଡାକ ପେନସନ ଭୋଗୀମାନେ ଦାବି କରିଛନ୍ତି। ଆଜି ନବବର୍ଷ ୨୦୨୬ ପରିପ୍ରେକ୍ଷୀରେ କଟକ ନଗର ମଣ୍ଡଳ ଅବସରପ୍ରାପ୍ତ ଡାକ କର୍ମଚାରୀମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କଟକ ଜି.ପି.ଓ ରିକ୍ରେସନ୍ କ୍ଲବରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପେନସନ ଭୋଗୀ ମାନେ ଉପରୋକ୍ତ ଦାବି ଉପସ୍ଥାପନ କରିବା ସହ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ପରସ୍ପରକୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ।
ଶ୍ରୀ ବିଷ୍ଣୁ ପ୍ରସାଦ ଦାସଙ୍କ ଆବାହକତ୍ୱରେ ଏବଂ କୁଞ୍ଜ ବିହାରୀ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ନବବର୍ଷ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମ୍ବଲପୁର ଡିଭିଜନର ପୂର୍ବତନ ପି.ଏମ୍.ଜି ଶ୍ରୀ ଲଳିତେନ୍ଦୁ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଶତାଧିକ ଅବସରପ୍ରାପ୍ତ ଡାକ କର୍ମଚାରୀମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ସମ୍ମାନିତ ଅତିଥି ଭାବରେ ସର୍ବଶ୍ରୀ କୁଞ୍ଜବିହାରୀ ରଥ,ଏ.କେ.ଗାଙ୍ଗୁଲି, ଗୋପୀନାଥ ମହାନ୍ତି, ପଦ୍ମନାଭ ରଣସିଂ ପ୍ରମୁଖ ଯୋଗଦେଇ ନବାବର୍ଷର ଅଭିନନ୍ଦନ ଜଣାଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମଟିକୁ ସର୍ବଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ଗୋପବନ୍ଧୁ ନାୟକ, ଗନ୍ଧର୍ବ ଜେନା, ଅଭିନ୍ନ ଚନ୍ଦ୍ର ସିଂହ, ଅଜୟ କୁମାର ନାୟକ, ଧନେଶ୍ଵର ଜେନା ପ୍ରମୁଖ ପରିଚାଳନା କରିଥିଲେ। ବିମଳ ପ୍ରସନ୍ନ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ସର୍ବଶେଷରେ ସମସ୍ତେ ଭୋଜିଭାତରେ ସାମିଲ ହୋଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close