କଟକ କମିଶନରେଟ୍ ପୋଲିସ ପକ୍ଷରୁ ବସ୍ତିକୁ ଚାଲ ଅଭିଯାନ

କଟକ,(ବିଭୁତି ଭୂଷଣ ଜେନାଙ୍କ ଠାରୁ): କମିଶନରେଟ୍ ପୋଲିସ୍ କଟକ ୟୁପିଡି ପକ୍ଷରୁ କମିଶନର, ଅତିରିକ୍ତ ପୋଲିସ୍ କମିଶନର ଓ କଟକ ଡିସିପିଙ୍କ ନିର୍ଦ୍ଦେଶକ୍ରମେ କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ବାଲି ସାହିରୁ ଆରମ୍ଭ ହୋଇଛି ବସ୍ତିକୁ ଚାଲ ଅଭିଯାନ କାର୍ଯ୍ୟକ୍ରମ । ଏହି କାର୍ଯ୍ରକ୍ରମ ଆଧାରରେ ଅନୁଷ୍ଠିତ ହୋଇଯାଇଛି ଏକ ମେଗା ସ୍ୱାସ୍ଥ୍ୟ ଶିବିର । ଏଥିରେ ମେଡିସିନ, ଚକ୍ଷୁ, ସ୍ତ୍ରୀ ଓ ପ୍ରସୂତି, ହୃଦରୋଗ, ମଦୁମେହ ରକ୍ତଚାପ ଭଳି ରୋଗର ବିଭିନ୍ନ ପରୀକ୍ଷା ନିରୀକ୍ଷା ସାଭ୍‌ଗକୁ ଉପଯୁକ୍ତ ଔଷଧ କବିତରଣ କରାଯାଇଥିଲା । ଏଥିରେ ସ୍ଥାନୀୟ

ଅଂଚଳରୁ ପ୍ରାୟ ୭୦୦ରୁ ୧୦୦୦ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସୂଚନାଯୋଗ୍ୟ କି ପୋଲିସ ବସ୍ତିରେ ବାସ କରୁଥିବା ଲୋକଙ୍କ ମଧ୍ୟରେ ସମ୍ପର୍କ କିଭଳି ଆହୁରି ମଜବୁତ ହୋଇପାରିବ, ଏହି ଲକ୍ଷ୍ୟ ନେଇ ୨୦୨୧-୨୨ରେ ବସ୍ତିକୁ ଚାଲ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ କଟକ ୟୁପିଡିର ଏଡିସନାଲ ଡିସିପି ରଂଜିତ କୁମାର ପୃଷ୍ଟି, ଅମରେନ୍ଦ୍ର ପଣ୍ଡା, ସୁଦର୍ଶନ ଦାସ, କ୍ଷୀରସାଗର ନାୟକ, ଏସିପି ଅନନ୍ୟା ଅଗସ୍ଥ୍ୟ, ଏସିପି ଅମିତାଭ ମହାପାତ୍ର, ଏସିପି ଅଶୋକୁ କୁମାର ଗିରି, ଆଇଆଇସି ଚିତରଂଜନ ରାଉତ, ରିଜର୍ଭ ଇନ୍ସପେକ୍ଟର ବିଭୁ ପ୍ରସାଦ ପ୍ରଧାନ ଏବଂ କଟକ ସହରାଂଚଳ ଜିଲ୍ଲାର ସମସ୍ତ ଏସିପି ଓ ଆଇଆଇସି ସହଯୋଗ କରିଥିଲେ, ତେବେ ସାଧାରଣ ଜନତାଙ୍କ ସହ ପୋଲିସର ସମ୍ପର୍କକୁ ଏହି କାର୍ଯ୍ୟକ୍ରମ ଆହୁରି ମଜବୁତ କରିବ ବୋଲି କହିଥିଲେ କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close