
ବ୍ୟାସନଗର ପବ୍ଲିକ ସ୍କୁଲ(ଭିପିଏସ)ର ୧୩ତମ ବାର୍ଷିକୋତ୍ସବ ‘ଆରୋହଣ’ ଆରମ୍ଭ, ୧ମ ସନ୍ଧ୍ୟାରେ ମନୋମୁଗ୍ଧକର କାର୍ଯ୍ୟକ୍ରମ
ବ୍ୟାସନଗର, ୧୨/୧୨(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ସନ୍ଧ୍ୟାରେ ଆରମ୍ଭ ହୋଇଛି ସହରର ଅଗ୍ରଣୀ ତଥା ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ବ୍ୟାସନଗର ପବ୍ଲିକ ସ୍କୁଲ(ଭିପିଏସ) (ସିନିୟର ସେକେଣ୍ଡାରୀ ସ୍କୁଲ)ର ୧୩ତମ ବାର୍ଷିକୋତ୍ସବ ‘ଆରୋହଣ’ । ଏହି ଉପଲକ୍ଷେ ବିଦ୍ୟାଳୟର ଖେଳ ପଡ଼ିଆରେ ଏକ ବିଶାଳ ଜନ ସମାଗମ ଦେଖିବାକୁ ମିଳିଥିଲା । ଏଥିରେ ଅତିଥି ଭାବେ ପୂର୍ବତନ ପୈାରାଧ୍ୟକ୍ଷା ସବିତା ରାଉତ, ଭୁବନେଶ୍ୱରର ରୋଟାରୀ ଆସିଷ୍ଟାଂଟ୍ ଗଭର୍ଣ୍ଣର ସୋନାଲି ରଥ ପ୍ରମୁଖ ଯୋଗ ଦେଇ ଚାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କଳା ପ୍ରତିଭାର ଭୂୟସୀ ପ୍ରଂଶସା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ତଥା ସଂପାଦିକା ଡ଼ଃ. ଦେବସ୍ମିତା ସାହୁ, ବରିଷ୍ଠ କର୍ମକର୍ତ୍ତା ଉଷାମଂଜରୀ ସାହୁ, ବରିଷ୍ଠ ଶିକ୍ଷୟତ୍ରୀ ହରପ୍ରିୟା କର, ରଘୁନାଥ ମିଶ୍ର, ନାରାୟଣ ଚନ୍ଦ୍ର ରାଉଳ, ପ୍ରଜ୍ଞା ରାଉତ, ମାହେଶ୍ୱରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ୦୧ ହଜାରରୁ ଉର୍ଦ୍ଧ ଅବିଭାବକ/ଅବିଭାବିକା, ଛାତ୍ରଛାତ୍ରୀ, ଅନ୍ୟାନ ବ୍ୟକ୍ତିବିଶେଷ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବିଶେଷକରି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପୈାରାଣିକ କଥାବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମଗୁଡିକ ଶୀତ ଭରା ସନ୍ଧ୍ୟାରେ ସମବେତଙ୍କୁ ବେଶ ଖୋରାକ ଯୋଗାଇଥିଲା । କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମାନପତ୍ର ସହ ପରସ୍କୃତ କରାଯାଇଥିଲା ।




