ଓଡ଼ିଶା ବନ ଉନ୍ନୟନ ନିଗମ ଯାଜପୁରରୋଡ ଡିଭିଜନର ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳୁନି ବର୍ଦ୍ଧିତ ପେନ୍‌ସନ, ଅବସର କର୍ମଚାରୀ ମହଲରେ ଅସନ୍ତୋଷ

ଯାଜପୁରରୋଡ଼, ୦୯/୧୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ଯାଜପୁରରୋଡ଼ରେ ରହିଛି ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)ର ପୁରାତନ ୧୯୭୨ ମସିହାରୁ କାର୍ଯ୍ୟରତ ଥିବା ଡିଭିଜନ । ଏକଦା ୪୦୦ରୁ ଉର୍ଦ୍ଧ କର୍ମଚାରୀଙ୍କୁ ନେଇ ଚାଲୁଥିବା ଏହି ଡିଭିଜନଟି ବହୁ ଘାତ ପ୍ରତିଘାତ ଦେଇ ଗତି କରୁଥିବା ବେଳେ ବହୁ କର୍ମଚାରୀ ଅବସର ଗ୍ରହଣ କରିଥିବା କାରଣରୁ ଏବେ ପାଖାପାଖି ୬୦ କର୍ମଚାରୀ ଓ ଅଧିକାରୀ ଓ ଅଧିକାରୀଙ୍କୁ ନେଇ ଚାଲିଛି ଏହି ଡିଭିଜନ । ଏଠାରେ ଜଣେ ଡି.ଏମ, ୦୨ ଜଣ ଏସଡିଏମଙ୍କ ଜାଗାରେ ଜଣେ ଏସଡିଏମ କାର୍ଯ୍ୟରତ ଅଛନ୍ତି । ଡିଭିଜନର ବ୍ୟବସାୟିକ ଦିଗ ମଧ୍ୟ ଏବେ ଏକପ୍ରକାରର ଭଲ ରହିଛି । ମାତ୍ର ଡିଭିଜନରୁ ଅବସର ନେଇ ଥିବା ବହୁ କର୍ମଚାରୀଙ୍କ ଦୁଃଖକୁ ଅଧିକାରୀମାନେ ଏବଂ ଭାରତ ସରକାରଙ୍କ ଭୁବନେଶ୍ୱର ସ୍ଥିତ ଭବିଷ୍ୟନିଧି ବିଭାଗ ଠିକ୍ ଭାବେ ସଜାଡୁ ନ ଥିବାରୁ ଏହି ପୁରୁଣା କର୍ମଚାରଙ୍କୁ ବହୁ ବର୍ଷ ତଳୁ ଏପରିକି ୨୦୧୪, ୨୦୧୫ରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ବର୍ଦ୍ଧିତ ପେନସନ ମିଳୁ ନ ଥିବା କାରଣରୁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇ କଷ୍ଟରେ କାଳାତିପାତ କରୁଛନ୍ତି । ଏ ବାବଦରେ ସେମାନେ ଡିଭିଜନ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ଭବିଷ୍ୟନିଧ ଅଫିସକୁ ବାରମ୍ବାର ଦୈାଡି ଦୈାଡି ନୟାନ୍ତ ହେଉଥିବା ବେଳେ ସେମାନଙ୍କର କାର୍ଯ୍ୟ କିନ୍ତୁ ହେଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ମନସ୍ତାପରେ ରହି ଅବସର ନେଇଥିବା ବହୁ କର୍ମଚାରୀ ମଧ୍ୟ ଇତିମଧ୍ୟରେ ମୃତ୍ୟୁବରଣ କଲେଣି ।
ଏ ବାବଦରେ ଗତ କାଲି ସୋମବାର ତା ୦୮/୧୨/୨୦୨୫ରେ ୪୦ ଜଣରୁ ଉର୍ଦ୍ଧ ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀ ଯାଜପୁରରୋଡର ଡିଭିଜନକୁ ଆସି ଡି.ଏମଙ୍କୁ ଭେଟି ବର୍ଦ୍ଧିତ ପେନ୍‌ସନ ଦେବା ପାଇଁ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ନୂତନ ଡି.ଏମ ଦିବାକର ବେହେରା ମଧ୍ୟ ସେମାନଙ୍କ ପଡ଼ିରହି ଥିବା କାର୍ଯ୍ୟକୁ ଯଥାଶୀଘ୍ର ସଂପନ୍ନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଡି.ଏମ ଶ୍ରୀଯୁକ୍ତ ବେହେରାଙ୍କୁ ଦାବୀପତ୍ର ଦେବାକୁ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ଅବସରପ୍ରାପ୍ତ ସେକ୍‌ସନ ଅଫିସର ଜନ୍ମେଜୟ ମହାନ୍ତି, ଅବସରପ୍ରାପ୍ତ ସୁପରଭାଇଜର ଅଶୋକ ରଥ, ବିନୋଦ ବିହାରୀ ଜେନା, ସନ୍ଧ୍ୟାରାଣୀ ମଣ୍ଡଳ, ନରେନ୍ଦ୍ର ନାୟକ, ବିଦ୍ୟାଧର ପୋଥାଳ, ମାଧବ ବେହୋରା, ବିଜୟ ଦାସ, ସୁଲତାନ ଖାଁ, ମୋତି ମହଲ ପ୍ରମୁଖ ସାମିଲ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close