
ଝାଡ଼େଶ୍ୱର ମହାବିଦ୍ୟାଳୟରେ ଶିଶୁ ଦିବସ ପାଳିତ
ଦାନଗଦୀ : ଦାନଗଦୀ ବ୍ଲକ ଟୋଲକାନୀ ସ୍ଥିତ ଝାଡ଼େଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡ଼କ୍ରସ ଓ ଏନ. ଏସ. ଏସର ମିଳିତ ସହଯୋଗରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଆଲୋଚନା ଚକ୍ରରେ ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡା ଅଧ୍ୟକ୍ଷତା କରି ଶିଶୁ ଦିବସର ତାପ୍ତର୍ଯ୍ୟ ଓ ପଣ୍ଡିତ ନେହେରୁଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ଼ କ୍ଷୀରୋଦ ଚନ୍ଦ୍ର ବେହେରା, ଏନ. ଏସ. ଏସର ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ରଞ୍ଜନ କୁମାର ସାହୁ, ରେଡ଼କ୍ରସର ଅଧିକାରୀ ଅଧ୍ୟାପକ ଗୋବର୍ଦ୍ଧନ ସାହୁ, ଅଧ୍ୟାପକ ଶ୍ରୀମନ୍ତ ନାୟକ, ରଞ୍ଜନ କୁମାର ଖଣ୍ଡା, ମୁନା ନାୟକ, ଅମର ସେଠି, ଅଭୟ ସାହୁ, କଲ୍ୟାଣୀ ମହାନ୍ତି, ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ପ୍ରମୁଖ ଯୋଗଦାନରେ ନେହେରୁଙ୍କ ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶେଷରେ ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ସେମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରାଯାଇଥିଲା । ଏଥିରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ।




