
ବ୍ୟାସ ପ୍ରିଣ୍ଟ ମିଡ଼ିଆ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ; ପବିତ୍ର ସାମ୍ବାଦିକ ବୃତ୍ତିର ସୀମା ସରହଦ ଭିତରେ ଖବର ପରିବେଷଣ ହେଉ
ବ୍ୟାସନଗର ୧୬। ୧୧: ଯାଜପୁର ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଗଠନ ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନ ତରଫରୁ ସଂଘ କାର୍ଯ୍ୟାଳୟ ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସାମ୍ବାଦିକତା ଏକ ବୃତ୍ତି ନୁହଁ ବ୍ରତ ଓ ପବିତ୍ର ସାମ୍ବାଦିକ ବୃତ୍ତିର ସୀମା ସରହଦ ଭିତରେ ଖବର ପରିବେଷଣ ହେଉ ବୋଲି ମତପ୍ରକାଶ ପାଇଛି। ସଂଘ ସଭାପତି ଶରତ ପଥାଳଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଦେଷ୍ଟା ହାରାଧନ ବାନାର୍ଜୀଙ୍କ ଜାତୀୟ ପ୍ରେସ ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ। ସାଧାରଣ ସମ୍ପାଦକ ଡ଼. ଚିନ୍ତାମଣି ପାଢ଼ୀ, ଉମାକାନ୍ତ ରାଉତ, ବିଜୟ କୁମାର ସାହୁ, ପବିତ୍ର ରଞ୍ଜନ ମହାନ୍ତି, ଦେବେନ୍ଦ୍ର କୁମାର ନାୟକ, ପ୍ରଦ୍ୟୁମ୍ନ ବୋଇତାଇ,ପ୍ରଶାନ୍ତ କୁମାର ପାତ୍ର, କୈଳାସ ଚନ୍ଦ୍ର ରାଉତ, ଜ୍ଞାନରଞ୍ଜନ ରାଉତ, ସୁଦୀପ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। 
Live Share Market




