‘ଉଦୟବଟ’ ତରଫରୁ ୭୧ତମ ଶିଶୁ ଦିବସ ପାଳିତ, ରାଜ୍ୟସ୍ତରୀୟ ‘କବିତା ପାଠୋତ୍ସବ’ ଓ ‘ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ’ ପ୍ରତିଯୋଗିତାର ଶୁଭାରମ୍ଭ

ବ୍ୟାସନଗର,୧୫/୧୧: ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ତରଫରୁ ୭୧ତମ ଶିଶୁ ଦିବସ ପାଳନ ଉପଲକ୍ଷେ ରାଜ୍ୟସ୍ତରୀୟ ‘କବିତା ପାଠୋତ୍ସବ’ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । କ୍ରୋମନଗରୀ ବ୍ୟାସନଗରର ବସ୍ତି ଅଂଚଳର ପିଲାମାନଙ୍କ ମଧ୍ୟରେ ଖୁସିର ପରିପ୍ରକାଶ ଏବଂ ପ୍ରତିଭାର ଅନ୍ୱେଷଣ ପାଇଁ ‘ଉଦୟବଟ’ ଦୀର୍ଘ ବର୍ଷ ଧରି ପ୍ରଚେଷ୍ଟା ଜାରୀ ରଖିଛି । ଏହି ଉପଲକ୍ଷେ ମଧ୍ୟ ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା, କୋରାଇର ପୂର୍ବତନ ବିଧାୟକ ୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା-୨୦୨୫’ର ଶୁଭାରମ୍ଭ ହୋଇଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀର ଉଭୟ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସବ୍‌-ଜୁନିୟର ଏବଂ ଜୁନିୟର ବିଭାଗ ଅଫ୍‌ଲାଇନ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁ୍‌ଷ୍ଠିତ ହୋଇଥିଲା । ଏଥିରେ ଯାଜପୁର, ଭଦ୍ରଖ ଓ କେଉଁଝର ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ‘ବ୍ୟାସନଗର ପବ୍ଲିକ ସ୍କୁଲ’ର ଅଧ୍ୟକ୍ଷା ଡ଼ଃ. ଦେବସ୍ମିତା ସାହୁ ଉଦ୍‌ଘାଟିକା ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାଗୁଡ଼ିକର ଉଦ୍‌ଘାଟନ କରିଥିଲେ । ଅତିଥିମାନେ ୰ ଅଶୋକ ଦାସଙ୍କ ଫଟୋଚିତ୍ରରେ ପ୍ରଥମେ ମାଲ୍ୟାର୍ପଣ କରିବା ପରେ କାର୍ଯ୍ୟକ୍ରମଗୁଡିକର ଆରମ୍ଭ ହୋଇଥିଲା । ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ପ୍ରତିଯୋଗିତାକୁ ବରିଷ୍ଠ ଶିକ୍ଷୟତ୍ରୀ ହରପ୍ରିୟା କର, ଉଦୟବଟର ସୁମିତ୍ରା ମିଶ୍ର ଓ ଦୁଷ୍ମନ୍ତ କୁମାର ରାଉତ ସଂଯୋଜନା କରିଥିଲେ । କବିମାନେ ବହୁ ଦୂରଦୂରାନ୍ତ ଯଥା-ଭଦ୍ରଖ, ବାଲେଶ୍ୱର, କଟକ, କେଉଁଝର, ଭୂବନ, ଖୋର୍ଦ୍ଧା, ଯାଜପୁର ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସି ସେମାନଙ୍କ ସ୍ୱରଚିତ କବିତାମାନ ପାଠ କରିଥିଲେ । ଏହାପରେ ପରେ ଜୁନିୟର ଏବଂ ସବ-ଜୁନିୟର ବିଭାଗରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟାସନଗର ପବ୍ଲିକ ସ୍କୁଲ, ଏସବିଡ଼ି ଇଂଟରନେସ୍‌ନାଲ, ସେଂଟ ଜାଭିୟର୍ସ ସ୍କୁଲ, ସେଂଟମେରୀ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମଧୂସୁଦନନଗର, ସାପଗଡିଆ ସ୍କୁଲ, ସେଂଟ୍ରାଲ ସ୍କୁଲ, କ୍ରୋମନଗର ବିଦ୍ୟାମନ୍ଦିର, ଫେରୋକ୍ରୋମ ପ୍ଲାଂଟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମୁଣ୍ଡମାଳ ପ୍ରଭୃତି ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ପୈାର ପରିଷଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ଯୋଗ ଦେଇ ଯାଜପୁର ଜିଲ୍ଲାର ଭୂମିପୂତ୍ର ୰ ଶ୍ରୀଯୁକ୍ତ ଦାସଙ୍କ ସମ୍ମାନାର୍ଥେ ‘ଉଦୟବଟ’ ଦୀର୍ଘ ୧୬ ବର୍ଷ ହେଲା ବିଭିନ୍ନ ପ୍ରତିଯୋଗିତା କରିଆସିଥିବା ବେଳେ ଚଳିତ ବର୍ଷ ଏହି ଧାରାକୁ ବଜାୟ ରଖିଥିବାରୁ ସେ ଏହାର ଭୂୟସୀ ପ୍ରଶଂସା କରିଥିଲେ । ଶିଶୁମାନଙ୍କୁ ସର୍ବଦା ଖୁସି ରଖିଲେ ଓ ଉପଯୁକ୍ତ ଯତ୍ନ ନେଲେ ସେମାନେ ସମାଜ ପାଇଁ ସୁଯୋଗ୍ୟ ତଥା ଆଗାମୀ ଭବିଷ୍ୟତ ପାଲଟିବେ ବୋଲି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ତଥା ବ୍ୟାସନଗର ପୈାର ପରିଷଦର ପୂର୍ବତନ ପୈାରାଧ୍ୟକ୍ଷା ସବିତା ରାଉତ ମତବ୍ୟକ୍ତ କରିଥିଲେ । ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ଏଥିରେ ବିଷିଷ୍ଟ ଅତିଥି ଭାବେ ଯୋଗ ଦେଇ ଶିଶୁମାନେ ସ୍ୱପ୍ନ ଦେଖିବା ସହ ସେଥିରେ ସଫଳ ହେଲେ ସମାଜ ସମୃଦ୍ଧ ହେବ ବୋଲି କହିଥିଲେ । ୰ ଦାସଙ୍କ ୧୭ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ‘ଉଦୟବଟ’ ପୂର୍ବ ବର୍ଷମାନଙ୍କ ପରି ତା’ର କାର୍ଯ୍ୟକ୍ରମ ଶିଶୁ ଦିବସରେ ଆରମ୍ଭ କରିଥିବାରୁ ସେ ସାଧୂବାଦ ଜଣାଇଥିଲେ । କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଆର୍ନ୍ତଜାତିକ କ୍ରୀଡାବିତ୍ ବଜ୍ରବାହୁ ସୀମାନ୍ତ କେଶରୀ ସାମଲ ଯୋଗ ଦେଇ ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହିତ ସେମାନେ ପାଠ ପଠା ସହ ବିଭିନ୍ନ ଦିଗରେ ରୁଚି ରଖିବା ସହିତ ଖେଳ କସରତ, ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇ ନିଜର ଶାରୀରିକ ଓ ବୌଦ୍ଧିକ ବିକାଶରେ ସଫଳ ହେବାକୁ ପରାମର୍ଶ ଦେଇଥିଲେ । ଏଥିରେ ବକ୍ତା ଭାବେ ‘ଝାଡେଶ୍ୱର ମହାବିଦ୍ୟାଳୟ’ର ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇ ଅବିଭାବକ/ଅବିଭାବିକାମାନଙ୍କର ଶିଶୁମାନଙ୍କ ପ୍ରତି ଥିବା ଦାୟିତ୍ୱବୋଧକୁ ସୂଚାଇଥିଲେ । ବିଦ୍ୟୁତପ୍ରଭା ରାୟ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷୟତ୍ରୀ ହରପ୍ରିୟା କର, ବରିଷ୍ଠ ଶିକ୍ଷକ ଦୀପକ ରଂଜନ ପାଣିଗ୍ରାହୀ, ଅରୁଣ କୁମାର ଜେନା, କବୟତ୍ରୀ ସୁମିତ୍ରା ମିଶ୍ର ପ୍ରତିଯୋଗିତାଗୁଡିକର ସଂଯୋଜନା କରିଥିଲେ । ପ୍ରତିଯୋଗିତାଗୁଡିକରେ ବିଚାରକ ଭାବେ ବରିଷ୍ଠ ଶିକ୍ଷୟତ୍ରୀ ହରପ୍ରିୟା କର, ଶିକ୍ଷକ ଦୀପକ ରଂଜନ ପାଣିଗ୍ରାହୀ, ଅରୁଣ କୁମାର ଜେନା, ବସନ୍ତ କୁମାର ପାତ୍ର ପ୍ରମୁଖ ମୂଲ୍ୟାଙ୍କନ କରିଥିଲେ । କାର୍ଯ୍ୟକ୍ରମ ସୁପରିଚାଳନାରେ ଶ୍ରମିକ ନେତା ଅରୁଣ କୁମାର ଦାସ, ଅଭିମନ୍ୟୁ ବିଶ୍ୱାଳ, ପ୍ରଫୁଲ୍ଲ ବାରିକ, ଯୁବ ସମାଜସେବୀ ଅନୂପ କୁମାର ଦାସ, ଅସିତ୍ ଦାସ, କଳିଙ୍ଗ କେଶରୀ ରାଉତ, ହରଦୟାଲ ସିଂହ, ଶିକ୍ଷକ ଭାଗିରଥି ଦାସ, ପରମେଶ୍ୱର ବିଶ୍ୱାଳ, ଚକ୍ରଧର ମଲ୍ଲିକ, ସମୀର କୁମାର ମିଶ୍ର, ଶିବ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାଇ ସେବା ସଂସ୍ଥାର ରାହାସ ବିହାରୀ ପଣ୍ଡିତ, ମମତା ଦାଶ, ଗୋଲାପ ମଲ୍ଲିକ, ବୁନା ଦେଇ, ମଂଜୁ ନାୟକ, ରମା ସାମଲ, ସଂଜୟ ସ୍ୱାଇଁ, ସୁମନ୍ତ ରାଉତ, ନରହରି ବେହେରା, ସସ୍ମିତା ମଲ୍ଲିକ, ଭାରତୀ ବିଶ୍ୱାଳ, ଆରତୀ ବାରିକ, ବିଜୟଲକ୍ଷ୍ମୀ ପଣ୍ଡିତ, ଅନ୍ନପୂର୍ଣ୍ଣା ରାୟ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ପରେ ଅତିଥିମାନେ କବି ଏବଂ କୁନିକୁନି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଯଥା- ଭଦ୍ରଖ ଧାମନଗର ଅଂଚଳର କବି ତଥା ବରିଷ୍ଠ ଶିକ୍ଷୟତ୍ରୀ ସାବିତ୍ରୀ ସେଠୀ, ବାଲେଶ୍ୱର ଜିଏସଟି ବିଭାଗର କର୍ମଚାରୀ ଓ କବୟତ୍ରୀ କ୍ଷଣପ୍ରଭା ଧଳ, ଶିକ୍ଷାବିତ୍ ଓ କବି ଇନ୍ଦ୍ରମଣି ମହାକୂଡ, କବି କୈଳାସ ପାତ୍ର, ସାମ୍ବାଦିକ ସୁବାସ ଚନ୍ଦ୍ର ନାୟକ, ଶିକ୍ଷାବିତ୍ ତଥା ବର୍ଷିଆନ କବି ଡ଼. ସୁରେନ୍ଦ୍ର ପ୍ରସାଦ ମହାନ୍ତି ପ୍ରମୁଖଙ୍କୁ ମାନପତ୍ର, ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସ୍ୱାଧିନ ଭାରତର ୧ମ ପ୍ରଧାନମନ୍ତ୍ରୀ ଚାଚା ନେହୁର କିପରି ଶିଶୁମାନଙ୍କୁ ଭଲ ପାଉଥିଲେ ଓ ଏହି ଦିବସର ତାତ୍ପର୍ଯ୍ୟତା ସଂର୍ପକରେ ଏଠାରେ ଆଲୋଚନା କରାଯାଇଥିଲା । ଶେଷରେ ଯୁବ ସମାଜସେବୀ ଅସିତ୍ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ‘ଭଜନ ସନ୍ଧ୍ୟା’ କାର୍ଯ୍ୟକ୍ରମ ବସନ୍ତ କୁମାର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close