ନୂଆଗଡ଼ ଗୋଲେଇ ଛକ-ମିଲିଟାରୀ ଛକ ରାସ୍ତା ପାଲଟିଛି ମରଣଯନ୍ତା-ନେତା, ଯନ୍ତ୍ରୀ, ପ୍ରଶାସନ ନୀରବଦ୍ରଷ୍ଟା

ବ୍ୟାସନଗର,୨୯/୧୦(ସମୀର କୁମାର ମିଶ୍ର/ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଓଡ଼ିଶାର ଯାଜପୁର ଜିଲ୍ଲାର ବ୍ୟାସନଗର ସହରରରୁ କଳିଙ୍ଗନଗର ଶିଳ୍ପାଂଚଳକୁ ଯୋଗାଯୋଗ କରିବା ପାଇଁ ସହର ବାହାରେ ବାହାରେ ଏକ ବାଇପାସ ରୋଡର ଆବଶ୍ୟକତା ଥିଲା, ଯେଉଁଥି ପାଇଁ ୦୫-୦୬ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା ମିଲିଟାରୀ ଛକ-ନୂଆଗଡ଼ ଗୋଲେଇ ଛକ ୦୪ ଥାକିଆ ରାସ୍ତା । ଏହି ପ୍ରାୟ ୦୫ କି.ମି ଦୀର୍ଘ ରାସ୍ତାରେ ଶିଳ୍ପ ଓ ଖଣି ସମୃଦ୍ଧ କେଉଁଝରକୁ ଯୋଗାଯୋଗ ପାଇଁ ଆଉ ଯାଜପୁରରୋଡ (ବ୍ୟାସନଗର) ସହର ମଧ୍ୟ ଦେଇ ନ ଯାଇ ବାହାରେ ବାହାରେ ଗାଡି ସୁରୁଖୁରୁରେ ଯାତାୟତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ରାସ୍ତା ନିର୍ମାଣରେ ଜାଗା ଅଧିଗ୍ରହଣରେ ସମସ୍ୟା ଦେଖାଯାଇଥିଲେ ତାହା ପରବର୍ତୀ ସମୟରେ ସମାଧିତ ହୋଇ ରାସ୍ତା ନିର୍ମିିତ ହୋଇଥିଲା । ପ୍ରଥମେ ପ୍ରଥମେ ରାସ୍ତାରେ ଗାଡି ଚଳାଚଳ ଭଲରେ ହେଉଥିଲା । ମାତ୍ର ନିମ୍ନମାନର ରାସ୍ତା ନିର୍ମାଣ ପାଇଁ ପ୍ରାୟ ୦୨ ବର୍ଷ ତଳୁ ରାସ୍ତା ଖରାପ ହୋଇ ମରଣଯନ୍ତାରେ ପରିଣତ ହୋଇଛି । ୦୪-୦୫ ମାସ ହେଲା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ରାସ୍ତାରେ ଯିବା ଆସିବା କରିବା ମୁସ୍କିଲ ହୋଇପଡିଛି । ରାସ୍ତା ସାରା ବହୁ ବଡ ବଡ ଖାଲଖମାରେ ଭରି ଯାଇଛି । କେଉଁ ଆଡକୁ କାଟି ଗାଡି ଚଳାଇବ ଚାଳକ ବୁଝିବା କଷ୍ଟକର ହେଉଛି । ଏହାଛଡ଼ା ରାସ୍ତା ପାଶ୍ୱର୍ରେ ଉଜ୍ଜ୍ୱଳ ଆଲୋକ ଲାଗିଥିଲା । ଗତ ଥର ବିଧାୟକ ଆକାଶଦାସ ନାୟକ ଥିବା ବେଳେ ଏହି ଲାଇଟଗୁଡିକ ଲାଗିଥିଲା । ମାତ୍ର ସେଗୁଡିକ ୪-୫ମାସ ଜଳିବା ପରେ ବନ୍ଦ ହୋଇଯାଇଥିଲା । ଏହି ଲାଇଟଗୁଡିକ କାହିଁକି ଜଳୁ ନାହିଁ ଓ ତାହା କେବେ ଜଳିବ ତାହା ପ୍ରତି କାହାର ନିଘା ନାହିଁ । ଏଣେ ଡ଼ବଲ ଇଞ୍ଜିନ ସରକାର ବହୁ କିଛି କରୁଛି ବୋଲି ଡିଣ୍ଡିମ ପିଟି ଚାଲିଛି । କଳିଙ୍ଗନଗର ଶିଳ୍ପାଂଚଳର ଉନ୍ନତି ପାଇଁ ବହୁ ଦ୍ୱାହି ଦିଆଯାଉଛି । ହେଲେ କାର୍ଯ୍ୟକ୍ଷେତ୍ରକୁ ଆସି ଏହି ରାସ୍ତାର ସ୍ଥିତି ପରଖିଲେ ସମସ୍ୟା ବିଷୟରେ ବହୁ କିଛି ଜାଣି ହେବ । ବିଭାଗ ଟଙ୍କା ଆସିଯାଇଛି, ରାସ୍ତା ନିର୍ମାଣ ହେବ ବୋଲି ବହୁ ଦିନରୁ କହିଆସୁଛି । ଯନ୍ତ୍ରୀମାନଙ୍କ ଦୁର୍ନୀତିଖୋର ମନୋବୃତି ପାଇଁ ରାସ୍ତା ନିର୍ମାଣର ଅଳ୍ପ କେଇ ମାସ ମଧ୍ୟରେ ରାସ୍ତା ଖରାପ ହେଉଥିବାର ଦୃର୍ଶ୍ୟ ପରିଲକ୍ଷିତ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close