ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଅଧିକାରୀ ପିଏନକେ ରାୟଙ୍କ ଏକାଦଶାହ କ୍ରିୟା ଅନୁଷ୍ଠିତ

ବ୍ୟାସନଗର,୨୩/୧୦(ଅନୂପ କୁମାର ଦାସଙ୍କ ଠାରୁ): ସ୍ଥାନୀୟ ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଅଧିକାରୀ ପ୍ରେମନାଥ କୁମାର ରାୟ (ପିଏନକେ ରାୟ)ଙ୍କ ୮୫ ବର୍ଷ ବୟସରେ ଗତ ତା ୧୩.୧୦.୨୦୨୫ ରିଖ ସୋମବାର ଦିନ ପରଲୋକ ଘଟିଥିଲା । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ଡ଼ାକ୍ତରଖାନାରୁ ଘରକୁ ଗାଡିରେ ଫେରୁଥିବା ବେଳେ ଡାକବଙ୍ଗଳା ସ୍ଥିତ ରେଳବାଇ ନୂଆ ଗଳି ପୋଲ ନିକଟରେ ହୃଦ୍‌ଘାତରେ ସେ ପ୍ରାଣତ୍ୟାଗ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୦୪ ପୁତ୍ର-ପ୍ରଭାତ, ଅଜିତ୍‌, ବିଜୟ ଓ ସଂଜୀବ, ନାତି: ଅଭିଷେକ, ଅଭିଜିତ୍‌, ଅବିନାଶ, ପ୍ରିୟାଂଶୁ, ନାତୁଣୀ: ଅଭିଲିପ୍ସା, ଅନନ୍ୟା, ପୁତ୍ରବଧୂ ଅର୍ଣ୍ଣପୂର୍ଣ୍ଣାଙ୍କ ସମେତ ପରିବାରବର୍ଗ, ବନ୍ଧୁ, ସାହିପଡ଼ିଶାର ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ତାଙ୍କର ଅନ୍ତିମ ସଂସ୍କାର ଯାଜପୁର ଟାଉନର ଦଶ୍ୱାଶମେଧ ଘାଟ ଶଶ୍ମାନରେ କରାଯାଇଥିଲା ଓ ଜ୍ୟେଷ୍ଠ ପୁତ୍ର ପ୍ରଭାତ କୁମାର ରାୟ ମୁଖାଗ୍ନୀ ଦେଇଥିଲେ । ଆଜି ଗୁରୁବାର ତାଙ୍କର ଏକାଦଶାହ କ୍ରିୟା ତାଙ୍କ ୦୨ନଂ. ୱାର୍ଡ ସ୍ଥିତ ବାସଭବନ ନିକଟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୋରେଇ ବିଧାୟକ ଆକାଶଦାସ ନାୟକ, ପୁର୍ବତନ ବିଧାୟକ ଅଶୋକ ବଳ, ଯାଜପୁର ପୈାର ପରିଷଦର ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେଡ଼ି ନେତା ଭବପ୍ରସାଦ ଦାସ, ବ୍ୟାସନଗର ପୈାର ପରିଷଦର ନଗରପାଳ ସୁବାସ ଚନ୍ଦ୍ର ବଳ, ପୂର୍ବତନ କାଉନସିଲର ଅକ୍ଷୟ କୁମାର ନାୟକ, କାଉନସିଲର ସୁଦ୍ଧାର୍ଥ ଶଙ୍କର ସାମଲ, ଶିବାନନ୍ଦ ନାୟକ, ଯୁବ ନେତା ପ୍ରଭାତ କୁମାର ସାହୁ, ଅନୂପ କୁମାର ନାୟକ, ଗୋବିନ୍ଦ ଜେନା, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଇନ୍ଦ୍ରଜିତ୍ ପହି, ଯୁବସମାଜସେବୀ ଅନୂପ କୁମାର ଦାସ, ଧିର, ପରମେଶ୍ୱର ବିଶ୍ୱାଳ, ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମହାନ୍ତି, ପରେଶ ଦାସ, ଶିକ୍ଷାବିତ୍ ନୃସିଂହ ଚରଣ ବଳ, ରାହାସ ବିହାରୀ ପଣ୍ଡିତ୍‌, ପହଲି ବିଶ୍ୱାଳ, ଧର୍ମେନ୍ଦ୍ର ଦାସ, ସ୍ମିତାପ୍ରଭା ସିଂହ, ସୁଦର୍ଶନ ସାମଲ, ପ୍ରଭାସିନୀ ରାଉତ, ଟୁଟୁ ପଣ୍ଡା, ଶିବ ଦାସ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦାନ କରି ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close