ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ ଦ୍ୱାରା ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପୁନଃର୍ନିର୍ମିତ ଚିତ୍ତବିନୋଦନ କେନ୍ଦ୍ର କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ଦ୍ଵାରା ଉଦଘାଟିତ

ଯାଜପୁରରୋଡ୍‌, ଅକ୍ଟୋବର ୨୩, ୨୦୨୫: ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ (ଟିଏସଏଫ୍‌) ଦ୍ୱାରା ପୁନଃର୍ନିର୍ମିତ ଚିତ୍ତବିନୋଦନ କେନ୍ଦ୍ର ଗୁରୁବାର ଉତ୍ସର୍ଗୀକୃତ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ଟିଏସଏଫ୍‌ ଦ୍ଵାରା ନିଆ ଯାଇଏଥିବା ପଦକ୍ଷେପରେ ୪,୫୦୦ ବର୍ଗଫୁଟ୍‌ ଅଞ୍ଚଳରେ ନିର୍ମିତ ଏହି କେନ୍ଦ୍ର ଛାତ୍ରମାନଙ୍କ ପାଇଁ ବହୁତ ସହାୟକ ହେବ। ଏହି କେନ୍ଦ୍ରଟିକୁ କୋରେଇ ବିଧାୟକ ଆକାଶ ଦାସନାୟକ ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ,  ଭିଏନ କଲେଜ ପ୍ରେସିଡେଣ୍ଟ ସପନ କୁମାର ନନ୍ଦ, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧକ୍ଷ ଡ଼ଃ ସରତ କୁମାର ମଲ୍ଲିକ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌, କଳିଙ୍ଗନଗର ଇମ୍ପ୍ୟାକ୍ଟ କ୍ଲଷ୍ଟର ମୁଖ୍ୟ, ଦେବାଞ୍ଜନ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ଦାସନାୟକ କହିଥିଲେ ଯେ, “ଆମ ଛାତ୍ରମାନେ ହେଉଛନ୍ତି ଓଡ଼ିଶାର ଭବିଷ୍ୟତ। ଏହି ସୁନ୍ଦର ଚିତ୍ତବିନୋଦନ କେନ୍ଦ୍ର ଦେଖି ମୁଁ ଅତ୍ୟନ୍ତ ଖୁସି। ଏହା ଗୋଟିଏ ଅବ୍ୟବହୃତ ସ୍ଥାନକୁ ଛାତ୍ରମାନଙ୍କ ହିତ ପାଇଁ ପ୍ରସ୍ତୁତ କରାଯାଇଛି । ଶିକ୍ଷା ଭିତ୍ତିଭୂମିର ଉନ୍ନତି ଓ ଛାତ୍ରମାନଙ୍କ ସାମଗ୍ରିକ ବିକାଶ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଅବଦାନ ଗୁରୁତ୍ଵପୂର୍ଣ୍ଣ।”

     ୨୦୧୨ ମସିହାରେ ନିର୍ମିତ ହୋଇଥିବା ଏହି ଇନଡୋର୍‌ ଷ୍ଟାଡିୟମ୍‌ କମ୍ପ୍ଲେକ୍ସର ଭିତର କାର୍ଯ୍ୟ ଅଧା ରାହିଯାଇଥିଲା । ଫଳରେ ଏହା ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ରହିଥିଲା। ଏବେ ଏହା ଛାତ୍ରମାନଙ୍କ ଚିତ୍ତବିନୋଦନ ଓ ସାମାଜିକ କାର୍ଯ୍ୟକଳାପ ପାଇଁ ଅନେକ ପ୍ରକାର ସୁବିଧା ସହ ଏହାକୁ ପ୍ରସ୍ତୁତ କରାଯାଇଛି। ଅନ୍ୟତମ ଅତିଥି ଭାବେ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ କଳିଙ୍ଗନଗର ଇମ୍ପ୍ୟାକ୍ଟ କ୍ଲଷ୍ଟର, ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ, କହିଥିଲେ ଯେ, “ଏହି ସୁବିଧା ପ୍ରଦାନ କରି ଆମେ ଗର୍ବିତ। ଏହା ଦୁଇଟି ଲକ୍ଷ୍ୟ ପୂରଣ କରିଛି । ଗୋଟିଏ ପଟରେ ଛାତ୍ରମାନଙ୍କ ପାଇଁ ଉଚ୍ଚ-ଗୁଣମାନର ମନୋରଞ୍ଜନ ସ୍ଥଳ ପ୍ରଦାନ କରିବା ସହିତ ଦୀର୍ଘସ୍ଥାୟୀ ଭିତ୍ତିଭୂମି ଗଠନକୁ ମଧ୍ୟ ଏକାଠି କରିଛି। ଛାତ ଉପରେ ବର୍ଷାଜଳ ଅମଳ ପ୍ରଣାଳୀ ସ୍ଥାପନ ଆମର ଦୀର୍ଘମିଆଦି ମୂଲ୍ୟ ସୃଷ୍ଟି ପାଇଁ ଥିବା ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି, ଯାହା ଛାତ୍ରମାନଙ୍କ ସାମଗ୍ରିକ ବିକାଶ ସହିତ ସ୍ଥାନୀୟ ପରିବେଶ ପ୍ରତି ଅନୁକୂଳ ହୋଇଥିବା ବେଳେ ଉଦ୍ୟମ, ଭୂଗର୍ଭ ଜଳ ପୁନରୁଦ୍ଧାର କରିବା କ୍ଷେତ୍ରରେ ସହାୟକ ହେବ । ପୁନଃର୍ନିର୍ମାଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ରିକ୍ରିଏସନ୍‌ ହଲ୍‌ଗୁଡ଼ିକୁ ଆଧୁନିକ ରୂପ ଦିଆଯାଇଛି, ଚେଞ୍ଜିଂ ରୁମ୍‌ ଓ ଟଏଲେଟ୍‌ ସୁବିଧା ପ୍ରଦାନ କରାଯାଇଛି, ଏବଂ ଏହି କେନ୍ଦ୍ରର ଛାତକୁ ଜଳରୋଧୀ କରାଯାଇଛି ଯାହା ଭବିଷ୍ୟତରେ ଏହି ଚିତ୍ତବିନୋଦନ କେନ୍ଦ୍ର କୋଠରୀର ଦୀର୍ଘସ୍ଥାୟୀତାକୁ ସୁନିଶ୍ଚିତ କରିବ । ଏଥି ସହ ଟିଏସଏଫ୍‌ ଦ୍ୱାରା ସ୍ଥାୟୀ ଭିତ୍ତିଭୂମି ବିକାଶ, ଭୂଗର୍ଭ ଜଳ ପୁନରୁଦ୍ଧାର ଅଭିଯାନକୁ ସମର୍ଥନ କରିବା ପାଇଁ ବିଶେଷ ଭାବେ ଛାତ ଉପରେ ବର୍ଷାଜଳ ଅମଳ ପ୍ରଣାଳୀ ସ୍ଥାପନ ପାଇଁ ଡିଜାଇନ୍‌ କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close